ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ବାଲେଶ୍ୱର ଜିଲ୍ଲାରେ ଚାରି ମାସରେ ୧୦୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଡାକ୍ତରଖାନାରେ ଚିକିତ୍ସା ଅବ୍ୟବସ୍ଥା ଓ ଡେଙ୍ଗୁ ୱାର୍ଡ ଚାରିପାଖ ଅବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରୋଗୀ । ତେବେ ଲୋକେ ସଚେତନ ହେଉନଥିବାରୁ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ବୋଲି ଏଡିଏମଓ ସୂଚନା ଦେଇଛନ୍ତି । ଗତକିଛି ଦିନ ହେଲା ବାଲେଶ୍ବରରେ ଭୟ ବଡ଼ାଉଛି ଡେଙ୍ଗୁ । ଦିନକୁ ଦିନ ବଢ଼ି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏବେ ପୂରା ଜିଲ୍ଲାରେ ଉପର ମୁଁହା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ସେପଟେ ସହରର ବିଭିନ୍ନ ସ୍ଥାନରେ ଜମି ରହିଛି ନାଳ ନର୍ଦମାର ଦୂଷିତ ପାଣି । ଲୋକଙ୍କ ଅଭିଯୋଗ ହେଉଛି, ସ୍ୱାସ୍ଥ୍ୟ ବିଭାଗ ସଚେତନ କରୁନଥିବା ବେଳେ କୁଢ଼ କୁଢ଼ ଅଳିଆ ଏବଂ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁ ମଶା ସଂଖ୍ୟା ବୃଦ୍ଧି ପାଉଛି। ଏସବୁ କାରଣରୁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବାଲେଶ୍ୱରରେ ଡେଙ୍ଗୁ ଓ ମେଲେରିଆ ନେଇ ଏଡିଏମଓ କହିଛନ୍ତି ଲୋକ ମାନେ ସଚେତନ ହେଉ ନଥିବାରୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେଉଛି l ଏହି ଅବସରରେ ଲୋକ ମାନେ ସଚେତନ ହେବାକୁ ଅପିଲ କରିଛନ୍ତି ଏଡିଏମଓ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now