ଆଜି ପବିତ୍ର ବିଶ୍ୱକର୍ମା ସଂକ୍ରାନ୍ତି। ଧରାପୃଷ୍ଠରେ ଅବତରଣ କରିଛନ୍ତି ବିଶ୍ୱ ବିନ୍ଧାଣି। ଆଜି ସମସ୍ତ କଳ କାରଖାନା, ଶିଳ୍ପାନୁଷ୍ଠାନ ତଥା ସମସ୍ତ ନିର୍ମାଣଧିନ ସଂସ୍ଥା ଓ କାରିଗରମାନେ ବିଶ୍ୱବିନ୍ଧାଣି ବିଶ୍ୱକର୍ମାଙ୍କୁ ପୂଜା କରାଯାଇଛି। ଏଥିସହ ଚଳଚଞ୍ଚଳ ହୋଇଉଠିଛି ଶିଳ୍ପ ନଗରୀ ପାରାଦୀପ। ପାରାଦୀପରେ ଦେବ ଶୀଳ୍ପିଙ୍କ ପୂଜା ମହା ଆଡମ୍ବରରେ ପାଳନ କରାଯାଉଛି। ବିଭିନ୍ନ ଅନୁଷ୍ଠାନର ଶୁଭ କାମନା କରି ସୃଷ୍ଟିର ଅନନ୍ୟ ବିନ୍ଧାଣୀଙ୍କୁ ପୂଜା କରାଯାଉଥିଲା ବେଳେ ପାରାଦୀପରେ ଏହା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବେଶ ଧୁମଧାମରେ ବିଶ୍ୱକର୍ମା ପୂଜା ପାଳନ କରାଯାଉଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now