ଯଦି ଆପଣଙ୍କ ଜମି କି ଘରକୁ କେହି ଜବରଦସ୍ତି ମାଡ଼ି ବସିଥିବ। ତାହେଲେ ତାକୁ ମୁକୁଳାଇବାକୁ ବା ଜବରଦଖଲ ହଟାଇବାକୁ ଏଣିକି ଥାନା କି କୋର୍ଟ ଯିବାକୁ ପଡ଼ିବନି। ଥାନା କି ଅଦାଲତର ଚକ୍କର କାଟିବାକୁ ପଡ଼ିବନି। ସୁପ୍ରିମକୋର୍ଟ ନିକଟରେ ଦେଇଥିବା ଏକ ରାୟ ଏ ସନ୍ଦର୍ଭରେ ପ୍ରକୃତ ଜମି ମାଲିକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି। କୋର୍ଟକୁ ନ ଯାଇ ବି ନିଜ ସମ୍ପତ୍ତି ଉପରୁ ଅବୈଧ ଉପାୟରେ ଜବରଦଖଲ ହଟାଇପାରିବେ। କିନ୍ତୁ ଏଥିଲାଗି କିଛି ଜରୁରୀ ସର୍ତ୍ତ ପୁରା କରିବାକୁ ପଡ଼ିବ। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି କି, ଯଦି କୌଣସି ସମ୍ପତ୍ତିର ବୈଧ ମାଲିକାନା ବା ଜମି କି ଘର ନିଜ ନାଁରେ ଥିଲେ। ଏହା ଉପରେ କେହି ବି ଅବୈଧ କବଜା କରିଥିଲେ, ବିନା ଅଦାଲତି ଲଢ଼େଇରେ ଏହାକୁ ହଟାଯାଇପାରିବ। ନିଜେ ବି ଏହାକୁ ବଳପୂର୍ବକ ହଟାଇପାରିବେ। କିନ୍ତୁ ଧ୍ୟାନ ରଖିବାକୁ ପଡ଼ିବ ଯେ, ଦଖଲରେ ଥିବା ବ୍ୟକ୍ତିର ସଂପୃକ୍ତ ସମ୍ପତ୍ତି ଉପରେ କବଜା ୧୨ ବର୍ଷରୁ କମ୍ ହୋଇଥିବ। ଯଦି କୌଣସି ବ୍ୟକ୍ତି ଏହାକୁ ୧୨ ବର୍ଷ ଧରି ଲଗାତାର କବଜା କରି ରଖିଥିବ, ତାହେଲେ ତାକୁ ହଟାଇବାକୁ ଆଇନଗତ ପ୍ରକ୍ରିୟା ଆପଣାଇବାକୁ ପଡ଼ିବ। ଭାରତୀୟ ଆଇନ ଅନୁସାରେ କୌଣସି ବ୍ୟକ୍ତି ବିନା ମାଲିକାନାରେ କୌଣସି ସମ୍ପତ୍ତି ଉପରେ ଲଗାତାର ୧୨ ବର୍ଷ ରହୁଥିଲେ ଆଉ ପ୍ରକୃତ ମାଲିକ ଏହା ଉପରେ କୌଣସି ଆପତ୍ତି କରିନଥିଲେ। ତା ପରେ ଯାଇ କବଜାଧାରୀକୁ ସେହି ଜମି ଉପରେ ଅଧିକାର ମିଳିପାରେ। ଏହାକୁ ଆଡ଼ଭର୍ସ ପଜେସନ କୁହାଯାଏ। ସେଥିଲାଗି ଯଦି ଆପଣଙ୍କର କୌଣସି ସମ୍ପତ୍ତି ଉପରେ କେହି ଅବୈଧ ରୂପରେ ମାଡ଼ିବସିଥାଏ। ତାଙ୍କୁ ତୁରନ୍ତ ହଟାଇବାକୁ ପଦକ୍ଷେପ ନିଅନ୍ତୁ। କାରଣ ଥରେ ୧୨ ବର୍ଷ ପୁରଣ ହୋଇଗଲେ କୋର୍ଟ ପକ୍ଷରୁ ବି ତୁରନ୍ତ ଆଶ୍ୱସ୍ତି ମିଳିବନି। ତେବେ ଏଥିଲାଗି କଅଣ କରିବାକୁ ପଡ଼ିବ ଜାଣନ୍ତୁ। ନିଜ ଜମି ଉପରୁ ଜବରଦଖଲକାରୀଙ୍କୁ ହଟାଇବାକୁ ଯେମିତି କୌଣସି ହିଂସା କି ଝଗଡ଼ା ନ ହୁଏ। ସେଥିଲାଗି ଦସ୍ତାବିଜ ସହ ପୁଲିସର ସହଯୋଗ ନିଅନ୍ତି ପୁଲିସ।


Naxatra News is now on Whatsapp
Join and get latest news update delivered to you via whatsapp
Join Now