ସ୍ୱାମୀଙ୍କ ଚାଲିଥିଲା ପରକୀୟାପ୍ରୀତି। ଆଉ ସନ୍ଦେହରେ ପିଛା କରିଥିଲେ ପତ୍ନୀ। ଆଉ ସ୍ୱାମୀଙ୍କ ସହ ପ୍ରେମିକାକୁ ଏକାଠି ଦେଖି କଲେ ହଙ୍ଗାମା। ପ୍ରେମିକା ଘରେ ହିଁ ପ୍ରେମିକାକୁ ନିସ୍ତୁକ ପିଟିଥିଲେ। ପତ୍ନୀ ଓ ପ୍ରେମିକା କେହି କାହାକୁ ଛାଡ଼ିବା ପରିସ୍ଥିତିରେ ନଥିଲେ। ଗାଳିଗୁଲଜ ସୀମା ପାର୍ କରିଯାଇଥିଲା। ପରସ୍ପରକୁ ଧସ୍ତାଧସ୍ତି, ପିଟାପିଟି ସିନ୍ ସମସ୍ତଙ୍କୁ ତାଜୁବ୍ କରୁଥିଲା। ଆଉ ସ୍ୱାମୀ ବିଚରା ପତ୍ନୀ ଓ ପ୍ରେମିକା ଭିତରେ ଝଗଡ଼ା ଛଡ଼ାଇବାକୁ ଯାଇ ନାକେଦମ ହୋଇପଡ଼ିଥିଲେ। ମିରଟ ସହରର କୁଲବାଗ କଲୋନୀରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆରାମରେ ବସି ବୁଝିବା କହିଥିଲେ ସ୍ୱାମୀ। ପ୍ରେମିକା ବୁଝିଯାଇଥିଲେ। ହେଲେ ପତ୍ନୀ ବୁଝିଲେନି। ମୁସଲିମ ସ୍ୱାମୀଙ୍କ ସହ ହିନ୍ଦୁ ପ୍ରେମିକା ୩ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ। ଭଡ଼ା ଘରେ ୨ ମାସ ହେଲା ପ୍ରେମିକା ସହ ରହୁଥିଲେ ଯୁବକ। ୧୦ ବର୍ଷ ପୂର୍ବରୁ ବିବାହ କରିଥିଲେ। ଦୁଇ ପିଲାର ବାପା ବି ଅଟନ୍ତି ପ୍ରେମିକପ୍ରବର। ବିଲକୁଲ ଭିଡ଼ିଓ କରନି କହି ଯେତେ ଅନୁରୋଧ କଲେ ବି କେହି ଶୁଣିନଥିଲେ। ପତି, ପତ୍ନୀ ଓ ପ୍ରେମିକାର ହାଇଭୋଲଟେଜ ଡ୍ରାମାର ଭିଡିଓ ସୋସିଆଲ ମିଡ଼ିଆରେ ଜବରଦସ୍ତ ଭାଇରାଲ ହୋଇଛି। ଶେଷରେ ପୁଲିସ ହସ୍ତକ୍ଷେପ କରିଥିଲା। ପୁଲିସ କହିଛି ଏ ଘଟଣାର ସଂଜ୍ଞାନ ନିଆଯାଇଛି। ତଦନ୍ତ କରି ଆବଶ୍ୟକୀୟ ଆକ୍ସନ ହେବ। ପରକୀୟାପ୍ରୀତିକୁ ନେଇ ହାଇଭୋଲଟେଜ ଡ୍ରାମା। ଆଗକୁ ଏ ଘଟଣା କି ମୋଡ଼ ନେଉଛି ସମସ୍ତଙ୍କ ନଜର।

Naxatra News is now on Whatsapp
Join and get latest news update delivered to you via whatsapp
Join Now