ଇଡିରେ କେ କବିତା ହାଜର

ନୂଆଦିଲ୍ଲୀ: ଭାରତ ରାଷ୍ଟ୍ରୀୟ ସମିତି ବିଧାନ ପରିଷଦ ସଦସ୍ୟା ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ଲଗାତର ଦ୍ବିତୀୟ ଦିନ ପାଇଁ ହାଜର ହୋଇଛନ୍ତି। ତଦନ୍ତକାରୀ ସଂସ୍ଥା ଅଫିସକୁ ଯିବା ବାଟରେ ଏହି ବିଆରଏସ ନେତା ତାଙ୍କ ସମର୍ଥକ ଓ ଗଣମାଧ୍ୟମକୁ ଫୋନରେ ଭର୍ତ୍ତି ଏକ ବ୍ୟାଗ ଦେଖାଇଥିଲେ, ଯାହାକୁ ସେ ଆଜି ପ୍ରମାଣଭାବେ ଉପସ୍ଥାପନ କରିବାକୁ ଯାଉଥିବା କହିଛନ୍ତି। ପୂର୍ବରୁ ତଦନ୍ତକାରୀ ଦଳ ଅଭିଯୋଗ ଆଣିଥିଲା କି, ଦିଲ୍ଲୀ ଅବକାରୀ ନୀତିରେ କବିତାଙ୍କ ସମ୍ପୃକ୍ତି ଅଭିଯୋଗ ଆଣିବା ସହ କବିତା ୧୦ଟି ଫୋନକୁ ନଷ୍ଟ କରି ଦେଇଛନ୍ତି।

କବିତା ଇଡିର ସଦ୍ୟ ସମନ ଆଧାରରେ ଲଗାତର ଦ୍ବିତୀୟ ଦିନ ପାଇଁ ଇଡି ଅଫିସରେ ଜେରା ପାଇଁ ଉପସ୍ଥିତ ହୋଇଛନ୍ତି। ଏହା ପୂର୍ବରୁ ସୋମବାର ଇଡି ପ୍ରାୟ ୧୦ ଘଣ୍ଟାରୁ ଅଧିକ ସମୟ ଧରି କବିତାଙ୍କୁ ଜେରା କରିଥିଲା। ମାର୍ଚ୍ଚ ୧୧ ଓ ମାର୍ଚ୍ଚ ୨୦ରେ ୧୮-୧୯ ଘଣ୍ଟାରୁ ଅଧିକ ସମୟ ଜେରା କରିଥିବା ସୂଚନା ରହିଛି।

ଦିଲ୍ଲୀ ମଦ ନୀତି ମାମଲାରେ ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ଗିରଫ କଲାଣି ଇଡି। ଏଥିରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ସତେନ୍ଦ୍ର ଜୈନ ମଧ୍ୟ ଅଛନ୍ତି। ତେବେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ବାରା ବିଭିନ୍ନ ବିରୋଧୀ ଦଳ ନେତାଙ୍କୁ ଜେରା ବା ଗିରଫ କରିବାକୁ ନେଇ ତେଜୁଛି ରାଜନୀତି। ରାଜନୈତିକ ମନସା ରଖି ତଦନ୍ତାରୀ ଦଳ ବିରୋଧୀ ନେତାଙ୍କ ଭାବମୂର୍ତ୍ତି କ୍ଷୁନ୍ନ କରିବାକୁ ତଥା ସେମାନଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଏପରି କରୁଥିବା ଅଭିଯୋଗ କରୁଛନ୍ତି ବିରୋଧୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *