ଓୟୋ ହୋଟେଲ ନିଜ ପ୍ରେମିକ ସହ ଯାଇଥିଲେ ବୋହୂ। କିନ୍ତୁ ପ୍ରେମି ସହ ଧରାପଡ଼ିବା ପୂର୍ବରୁ ହୋଟେଲର ପଛପଟ ୧୨ ଫୁଟ ଝରକା ତଳୁ ଡେଇଁ ଫେରାର୍ ହୋଇଗଲେ। ଶ୍ୱଶୁର ଘର ଲୋକେ ବୋହୂକୁ ଏଭଳି ଅବସ୍ଥାରେ ଧରିବାକୁ ହୋଟେଲ ଯାଇଥିଲେ। ୟୁପିର ବାଗପତରୁ ଏଭଳି ଏକ ଭିଡ଼ିଓ ଭାଇରାଲ ହୋଇଛି। ସବୁଠି ମଜାଦାର କଥା ଥିଲା କି, ବୋହୂ ହୋଟେଲ ଝରକା ବାଟେ ଡେଇଁ ଫେରାର୍ ହେବାକୁ ବସିଥିଲା ବେଳେ ଭିଡ଼ିଓ କରୁଥିଲେ ଶାଶୁ ଘର ଲୋକେ। ଏ ଭିଡ଼ିଓ ସୁଟ୍ ସହ ଏହାକୁ ସୋସିଆଲ ମିଡିଆରେ ବି ଭାଇରାଲ କରିଦେଇଛନ୍ତି ଶାଶୁ ଘର। ହୋଟେଲର ପାଚେରୀ ଡେଇଁବା ବେଳେ ମୁହଁକୁ କପଡ଼ାରେ ଘୋଡାଇ ରଖିଥିଲେ ମହିଳା ଜଣକ। ଘଟଣାସ୍ଥଳକୁ ପୁଲିସକୁ ଡାକି ଏହାର ପ୍ରମାଣ ଦେଖାଇ ଶ୍ୱଶୁର ଘର ଲୋକେ ଅଭିଯୋଗ କରିଥିଲେ। ସ୍ୱାମୀ ଜଣକ କହିଛନ୍ତି, ପତ୍ନୀଙ୍କ ପାଖରୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ପ୍ରେମିକ ସହ ମିଶି କେତେବେଳେ ତାଙ୍କୁ ମାରିଦେଇପାରନ୍ତି। ଏଭଳି ପରକୀୟାପ୍ରୀତିକୁ ନେଇ ଲମ୍ୱା ସମୟ ଧରି ପତି ପତ୍ନୀଙ୍କ ଭିତରେ ବିବାଦ ଚାଲିଆସିଛି। ବଡୌତ ଏରିଆରେ ଥିବା ଓୟୋ ହୋଟେଲକୁ ଯାଇଥିଲେ ମହିଳା ଓ ତାଙ୍କର ପ୍ରେମିକ। ଶ୍ୱଶୁର ଘର ଓ ପୁଲିସକୁ ହୋଟେଲରେ ଦେଖି ଛୁ ମାରିଥିଲେ ମହିଳା। ଏ ଘଟଣାକୁ ନେଇ ସ୍ୱାମୀ-ସ୍ତ୍ରୀ ଭିତରେ ଆଇନଗତ ବିବାଦ ଜାରି ରହିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now