ସଞ୍ଚାର ସାଥୀ ଆପ୍ ଓ ପୋର୍ଟାଲ ବଳରେ ବଡ଼ ସଫଳତା ପାଇଛନ୍ତି ସରକାର। ୨୯ଲକ୍ଷ ଫେକ୍ ମୋବାଇଲ ନମ୍ୱରକୁ ଡିସକନେକ୍ଟ କରିଦିଆଯାଇଛି। ସାଢ଼େ ୫ଲକ୍ଷ ମୋବାଇଲ ହ୍ୟାଣ୍ଡସେଟ୍ ବ୍ଲକ କରାଯାଇଛି। ୨୦ହଜାର ଫେକ୍ ଏସଏମଏସ ସେଣ୍ଟରକୁ ବ୍ଲକ କରିବା ସହ ୨୪ଲକ୍ଷ ଓ୍ୱାଟସଅପ ଆକାଉଣ୍ଟକୁ ବ୍ଲକ କରାଯାଇଛି ବୋଲି ସଂସଦରେ ତଥ୍ୟ ରଖିଛନ୍ତି କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏହା ସହ ଏହି ପୋର୍ଟାଲକୁ ରେକର୍ଡ ୧୫.୫ କୋଟି ହିଟ୍ ମିଳିଛି। ଲୋକସଭାରେ ପ୍ରଶ୍ନକାଳରେ ଏହି ତଥ୍ୟ ଦେଇଛନ୍ତି ସିନ୍ଧିଆ। ମେ ୧୬, ୨୦୨୩ରେ ଏହାକୁ ସ୍ଥାପିତ କରାଯାଇଥିଲା। ଜାନୁଆରୀ ୧୭, ୨୦୨୫ରେ ଆଣ୍ଡ୍ରଏଡ୍ ଓ ଆଇଓଏସ ଦୁଇଟିଯାକ ପ୍ଲାଟଫର୍ମରେ ଲଞ୍ଚ୍ କରାଯାଇଥିଲା। ଏହି ଆପ୍ ରେ ପ୍ରାୟ ୪୪ଲକ୍ଷ ହିଟ୍ସ ମିଳିସାରିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now