ଗଗାନୟାନ୍ ମିଶନ୍: ସର୍ଭିସ ମଡ୍ୟୁଲ୍ ପ୍ରପଲସନ୍ ସିଷ୍ଟମର ତୃତୀୟ ହଟ ପରୀକ୍ଷା ସଫଳ

Spread the love

ନୂଆଦିଲ୍ଲୀ : ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ଗୁରୁବାର ଦିନ ଗଗାନୟାନ୍ ସର୍ଭିସ୍ ମଡ୍ୟୁଲ୍ ପ୍ରପଲସନ୍ ସିଷ୍ଟମର ତୃତୀୟ ହଟ୍ ଟେଷ୍ଟକୁ ସଫଳତାର ସହ କରିଛି  । ISRO ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଉଛି ଯେ, ଗଗାନୟାନ୍ ସର୍ଭିସ୍ ମଡ୍ୟୁଲ୍ ପ୍ରପଲସନ୍ ସିଷ୍ଟମ୍ ଉପରେ ଆଉ ଦୁଇଟି ହଟ ପରୀକ୍ଷା ୨୬ ଜୁଲାଇରେ ସଫଳତାର ସହ କରାଯାଇଛି ।

ISRO କହିଛି ଯେ, ପରୀକ୍ଷାଗୁଡିକ ମିଶନ ପାଇଁ ଆବଶ୍ୟକ ଏବଂ ନିରନ୍ତର ମୋଡରେ କରାଯାଇଥିଲା । ଡି-ବୁଷ୍ଟିଙ୍ଗ୍ ଆବଶ୍ୟକତା ଏବଂ ଅଫ୍ ନୋମିନଲ ମିଶନ୍ ପରିସ୍ଥିତି ପ୍ରଦର୍ଶନ କରିବାକୁ ଆଉ ତିନୋଟି ହଟ୍ ଟେଷ୍ଟ ଧାର୍ଯ୍ୟ କରାଯାଇଛି  ।

ସୂଚନାଯୋଗ୍ୟ ଯେ, ଭାରତର ପ୍ରଥମ ମାନବ ମହାକାଶ ମିଶନ ‘ଗଗନୟାନ’ର ଶୁଭାରମ୍ଭ ପାଇଁ ISRO ବିଭିନ୍ନ ପରୀକ୍ଷା କରୁଛି ।

Leave a Reply

Your email address will not be published. Required fields are marked *