ଚନ୍ଦ୍ରୟାନ ୩ ସହ ଚନ୍ଦ୍ରରେ ଅବତରଣ କରିଥିବା ଚତୁର୍ଥ ଦେଶ ହେବ ଭାରତ : ଜିତେନ୍ଦ୍ର ସିଂଙ୍କ

Spread the love

ନୂଆଦିଲ୍ଲୀ : କେନ୍ଦ୍ର ବିଜ୍ଞାନ ଏବଂ ବୈଷୟିକ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ କହିଛନ୍ତି ଯେ, ଏହି ସପ୍ତାହରେ ଇସରୋ (ISRO) ଦ୍ୱାରା ଲଞ୍ଚ ହେବାକୁ ଥିବା ଚନ୍ଦ୍ରୟାନ ମିଶନ ଭାରତକୁ ଚନ୍ଦ୍ର ପୃଷ୍ଠରେ ଏକ ଯାନ ଅବତରଣ କରିବାରେ ଚତୁର୍ଥ ଦେଶ କରିବ ।

ଏକ ବିବୃତ୍ତିରେ ଡ. ସିଂ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ମହାକାଶ କ୍ଷମତା ବୃଦ୍ଧି ପାଇଛି । ବର୍ତ୍ତମାନ ଭାରତ ଚନ୍ଦ୍ରରେ ପହଞ୍ଚିବାରେ ପଛରେ ରହିବ ନାହିଁ । ଚନ୍ଦ୍ରୟାନ ୩ ହେଉଛି ଚନ୍ଦ୍ରୟାନ ୨ ର ପରବର୍ତ୍ତୀ ମିଶନ, ଯାହା ଚନ୍ଦ୍ରରେ ଏକ ସଫଳ ଅବତରଣ କରିବା ଏବଂ ଚନ୍ଦ୍ରପୃଷ୍ଠରେ ଚାଲିବାର ଲକ୍ଷ୍ୟ ରଖିଛି । ସେ କହିଛନ୍ତି ଯେ, ଚନ୍ଦ୍ରୟାନ ୩ ରେ କିଛି ପରିବର୍ତ୍ତନ କରାଯାଇଛି ଯାହା ଦ୍ୱାରା ଏହା ସହଜରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିପାରିବ ।

Leave a Reply

Your email address will not be published. Required fields are marked *