ଇତିହାସ ରଚିଲା ଇସରୋ, ହେଲା ଚନ୍ଦ୍ରୟାନ-୩ର ସଫଳ ଉତ୍‌କ୍ଷେପଣ

Spread the love

ଭାରତୀୟ ମହାକାଶ ବାଭାଗ ‘ଇସରୋ’ ଆଜି ଚନ୍ଦ୍ରୟାନ-୩ର ସଫଳ ଉତ୍‌କ୍ଷେପଣ କରି ଇତିହାସ ରଚିଛି। ଆନ୍ଧ୍ରପ୍ରଦେଶସ୍ଥିତ ଶ୍ରୀହରିକୋଟାର ଦ୍ୱିତୀୟ ଲଞ୍ଚପ୍ୟାଡରୁ ୨ଟା ୩୫ ମିନିଟରେ ସମୟରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରୟାନ-୩ । LVM3-M4ରୁ ଉତକ୍ଷେପଣ ହୋଇଛି ।

ଲଞ୍ଚ ହେବାର ୧୬ ମିନିଟ୍ ପରେ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଛି ଏହା ଅବସ୍ଥାପିତ ହୋଇଛି ଚନ୍ଦ୍ରୟାନ-୩ ହେବ । ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାର ଯୋଜନା ରହିଛି । ଚନ୍ଦ୍ରୟାନ-୩ ରେ ଗୋଟିଏ ଲ୍ୟାଣ୍ଡର ବିକ୍ରମ ଓ ଗୋଟିଏ ରୋଭର ପ୍ରଜ୍ଞାନ ରହିଛି । ଚନ୍ଦ୍ରପୃଷ୍ଠରେ ପହଞ୍ଚିଲା ପରେ ରୋଭର ପ୍ରଜ୍ଞାନ ନିଜର ପରୀକ୍ଷା ନିରୀକ୍ଷ ଆରମ୍ଭ କରିବ । ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ମିଳିଥିବା ଜଳ ସଙ୍କେତ ବିଷୟରେ ବାସ୍ତୃତ ପରୀକ୍ଷା କରିବ। ଏହା ସହ ସୌରମଣ୍ଡଳରେ ପୃଥିବୀ ସଦୃଶ ଅନ୍ୟ ଗ୍ରହ ଅଛି କି ନାହିଁ ତାହା ବିଷୟରେ ତଥ୍ୟ ସଂଗ୍ରହ କରିବ ।

Leave a Reply

Your email address will not be published. Required fields are marked *