ଜାଭଲିନରେ ନୀରଜ ଆଣିଲେ ରୌପ୍ୟ

ପ୍ୟାରିସ ଅଲିମ୍ପିକ୍ସରେ ଟୋକିଓ ସ୍ଵର୍ଣ୍ଣ ପଦକ ବଜାୟ ରଖି ପାରିଲେନି ନୀରଜ ଚୋପ୍ରା। ରୌପ୍ୟରେ ସନ୍ତୁଷ୍ଟ ହେଲୋ କିନ୍ତୁ ରୌପ୍ୟ ଜିତିଲେ ମଧ୍ୟ ଇତିହାସ ରଚିଛନ୍ତି ନୀରଜ ଚୋପ୍ରା। ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ ଭାବେ ଦୁଇଟି ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି। ଟୋକିଓରେ ସ୍ଵର୍ଣ୍ଣ ଜିତିଥିଲେ ପ୍ୟାରିସରେ ରୌପ୍ୟ ଜିତିଲେ। ଅଲିମ୍ପିକ୍ସ ଜାଭଲିନ ଫାଇନାଲ ଇଭେଣ୍ଟରେ ଭାରତ- ପାକିସ୍ତାନ ମଧ୍ୟରେ ଲଢ଼େଇ ହୋଇଥିଲା। ପାକିସ୍ତାନର ଅର୍ଶଦ ନଦୀମ ଅଲିମ୍ପିକ ରେକର୍ଡ ସହ ସ୍ଵର୍ଣ୍ଣ ପଦକ ଜିତି ନେଇଥିଲେ। ସେ ୯୨.୯୭ ମିଟର ଫିଙ୍ଗିଥିଲେ । ପଡ଼ୋଶୀ ପାକିସ୍ତାନର ଏହା ବ୍ୟକ୍ତିଗତ ପ୍ରଥମ ସ୍ବର୍ଣ୍ଣ ପଦକ । ତେବେ ଭାରତ ପ୍ୟାରିସ ଅଲିମ୍ପିକ୍ସରୁ ଭାରତର ଏହା ପ୍ରଥମ ରୌପ୍ୟା ରୌପ ଜିତିବା ପରେ ନୀରଜଙ୍କୁ ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ୟାରିସ ଜାଭଲିନ୍ ପୋଡ଼ିଅମରେ କୋଳାକୋଳି ହୋଇଥିଲେ ଦୁଇ ପ୍ରତିଦ୍ଵନ୍ଦୀ ନୀରଜ ଚୋପ୍ରା ଓ ନଦୀମ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *