ପ୍ୟାରିସ ଅଲିମ୍ପିକ୍ସ : ଆଜିଠୁ ଭାରତର ଅଭିଯାନ ଆରମ୍ଭ

ପ୍ୟାରିସ ଅଲିମ୍ପିକ୍ସରେ ଆଜିଠୁ ଭାରତର ଅଭିଯାନ ଆରମ୍ଭ ହୋଇଛି । ତ୍ରିରଙ୍ଗା ଥିନ କୁର୍ତା ଓ ଶାଢ଼ୀରେ ନଜର ଆସିଲେ ଭାରତୀୟ ଖେଳାଳି । ଆଜି ୧୬ କ୍ରୀଡ଼ାର ୬୯ ମେଡାଲ ଇଭେଣ୍ଟରେ ଦମ ଦେଖାଇବ ୧୧୭ ଜଣିଆ ଭାରତୀୟ ଦଳ । ଏନେଇ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଥମ ଦିନରେ ହକି, ସୁଟିଂ, ଟେନିସ, ଟେବୁଲ ଟେନିସ,ବକ୍ସିଂ, ରୋଇଂ ଓ ବ୍ୟାଡମିଣ୍ଟନରେ ଭାଗ୍ୟ ପରୀକ୍ଷା କରିବେ ଭାରତୀୟ ଆଥଲେଟ୍ । ଆଜି ୧୦ ମିଟର୍ ଏୟାର ରାଇଫଲ ଦଳଗତ ଓ ବ୍ୟକ୍ତିଗତ ଇଭେଣ୍ଟରେ ପଦକ ପାଇଁ ଲଢେଇ କରିବ ଭାରତ। ଗତ ଅଲିମ୍ପିକ୍ସରେ ମେଡାଲରୁ ଅଳ୍ପକେ ବଞ୍ଚିତ ହୋଇଥିବା ଭାରତୀୟ ସୁଟର୍ ମନୁ ଭାକରଙ୍କ ଉପରେ ସାରା ଦେଶର ନଜର ରହିଛି । ମନୁ ଭାକର ୨ଟି ବ୍ୟକ୍ତିଗତ ଇଭେଣ୍ଟରେ ପ୍ରତିଦ୍ବନ୍ଦିତା କରିବେ । ସେହିଭଳି ବ୍ୟକ୍ତିଗତ ଇଭେଣ୍ଟରେ ମଇଦାନକୁ ଓହ୍ଲାଇବେ କମନୱେଲଥ ଗୋଲ୍ଡ ବିଜେତା ବ୍ୟାଡମିଣ୍ଟନ୍ ଷ୍ଟାର୍ ଲକ୍ଷ୍ୟ ସେନ୍ । ବ୍ୟାଡମିଣ୍ଟମନରେ ମହିଳା ଡବଲ୍ସ ଓ ପୁରୁଷ ଡବଲ୍ସରେ ଭାରତୀୟ ସଟଲର ଲଢେଇ କରିବେ। ଗତ ଟୋକିଓ ଅଲିମ୍ପିକ୍ସରେ ଭାରତ ଜିତିଥିଲା ୭ଟି ମେଡାଲ୍ । ଏଥରକ ଭାରତୀୟ ଆଥଲେଟଙ୍କ ଠାକୁ ଅଧିକ ପଦକ ଆଶା କରାଯାଉଛି। ଗତକାଲି ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି ପ୍ୟାରିସ ଅଲିମ୍ପିକ୍ସ । ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଦେଖିଲା ନୂଆ ଉଦଘାଟନୀ ଉତ୍ସବ । ଯାହା ପୂର୍ବରୁ କେବେ କି ଦେଖିବାକୁ ମିଳିନଥିଲା । ଏଥର ପାରମ୍ପରିକ ଭାବେ ଷ୍ଟାଡିୟମରେ ନୁହେଁ, ନଦୀରେ ହେଲା ଉଦଘାଟନୀ ଉତ୍ସବ । ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ସଭାପତି ଥୋମାସ ବାକଙ୍କ ଉପସ୍ଥିତିରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏହି ବିଶ୍ବ କ୍ରୀଡା ମହୋତ୍ସବର ଉଦଘାଟନ କରିଛନ୍ତି । ୧୦୦ ବର୍ଷ ପରେ ପୁଣିଥରେ ପ୍ୟାରିସକୁ ଅଲମ୍ପିକ୍ସ ଫେରିଥିବା ବେଳେ ଚଳିତଥର ଏକ ନିଆରା ଉଦଘାଟନୀ ଉତ୍ସବ ଦେଖିବାକୁ ମିଳିଛି। ଫ୍ରାନ୍ସ କ୍ୟାପିଟାଲ ପ୍ୟାରିସରେ ଫ୍ଲୋଟିଂ ପରେଡ୍ ଦେଖିଲା ବିଶ୍ବ । ନୃତ୍ୟ, ସଙ୍ଗୀତ, କଳାକାରଙ୍କ କୋଳାହଳ ଓ ହଜାର ହଜାର ପ୍ରଶଂସକ ଉପସ୍ଥିତି ଏହି ଉଦଘାଟନୀ ଉତ୍ସବକୁ ବେଶ ସ୍ମରଣୀୟ କରିପାରିଛି। ଏହି ମହାଆଡମ୍ବର ପୂର୍ଣ୍ଣ ଉଦଘାଟନୀ ଉତ୍ସବ ଦେଖିବାକୁ ପ୍ରାୟ ୩ଲକ୍ଷରୁ ଉର୍ଦ୍ଧ୍ବ ଦର୍ଶକ ଉପସ୍ଥିତ ରହିଥିଲେ।

……..

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *