ଭାରତୀୟ ବ୍ୟାଟରଙ୍କ ବଡ ବୟାନ । କାହିଁକି କହିଲେ ଏମିତି !

Spread the love

 ଟି-୨୦ ବିଶ୍ୱକପରେ ଚଳିତଥର ଭାରତ ଟାଇଟଲ ଦାବିଦାର ରହିଥିବା ବେଳେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି । ଏସବୁ ଭିତରେ ଚଳିତ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ରିଆନ ପରାଗ ଟି-୨୦ ବିଶ୍ୱକପକୁ ନେଇ ବଡ ବୟାନ ଦେଇଛନ୍ତି । ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ ରିଆନ ପରାଗଙ୍କୁ ଦଳରେ ସ୍ଥାନ ମିଳିନଥିଲା ।
ଏକ ସାକ୍ଷାତକାରରେ ରିଆନ ପରାଗ କହିଛନ୍ତି, ଚଳିତଥର ଟି-୨୦ ବିଶ୍ୱକପ ଦେଖିବି ନାହିଁ । ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ୪ ଟିମ ବାବଦରେ ପଚରାଯିବାରୁ ଏମିତି କହିଛନ୍ତି ରିଆନ ପରାଗ । ରିଆନ ମୁଁ କୌଣସି ନିର୍ଦ୍ଦିଷ୍ଟ ଦଳକୁ ଶ୍ରେଷ୍ଠ କହିଲେ ତାହା ପକ୍ଷପାତିତା ହୋଇଯିବ । ବାସ୍ତବରେ ଚଳିତଥର ବିଶ୍ୱକପ ନ ଦେଖିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ପରାଗ ।

ଚଳିତଥର ବିଶ୍ୱକପରେ କିଏ ଚାମ୍ପିୟନ ହେଲା ତାହା କେବଳ ମୁଁ ଶେଷରେ ଜାଣିବାକୁ ଚାହିଁବି । ଯଦି ଟି-୨୦ ବିଶ୍ୱକପ ଖେଳୁଥାନ୍ତି ତେବେ ଟପ୍-୪ ଟିମରେ କିଏ ରହିବ ସେ ବାବଦରେ ଚିନ୍ତା କରିଥାନ୍ତି । କିନ୍ତୁ ଯେତେବେଳେ ବିଶ୍ୱକପ ନ ଦେଖିବାକୁ ନିଷ୍ପତ୍ତି ନେଇଛି ସେତେବେଳେ ଏ ବାବଦରେ କାହିଁକି ଚିନ୍ତା କରିବି । ଏସବୁ ଭିତରେ ବି ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ରିଆନ ପରାଗ ।

ଚୟନକର୍ତ୍ତା ତାଙ୍କୁ ଟି-୨୦ ବିଶ୍ୱକପ ଦଳରେ ସାମିଲ ନ କରିବାକୁ ନେଇ ପରାଗ କହିଛନ୍ତି, ମୁଁ ନିଶ୍ଚୟ ଭାରତ ପାଇଁ ଖେଳିବି । ଚୟନକର୍ତ୍ତାଙ୍କୁ ମୋତେ କେବେ ନା କେବେ ସୁଯୋଗ ଦେବାକୁ ପଡିବ । ସେହିଭଳି ବିରାଟଙ୍କୁ ପ୍ରଂଶସା କରି ପରାଗ କହିଛନ୍ତି, ଯେତେବେଳେ କୋହଲି ପଡିଆରେ ପାଦ ଥାପନ୍ତି ସେତେବେଳେ ଭିନ୍ନ ଏକ ଛାପ ଛାଡନ୍ତି ।

Leave a Reply

Your email address will not be published. Required fields are marked *