୨୯ତମ ରାଜ୍ୟ ସ୍ତରୀୟ ଉସୁ ଚମ୍ପିଆନସିପ୍ ଉଦ୍ଯାପିତ, ବଲାଙ୍ଗୀରକୁ ୪ଟି ମେଡାଲ, ପୁଣି ଚମକିଲେ ସୁହାନି ଗୁରହାଣ୍ଡି

Spread the love

ବଲାଙ୍ଗୀର : ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଚାଲିଥିବା ତିନି ଦିନିଆ ୨୯ତମ ରାଜ୍ୟ ସ୍ତରୀୟ ଉସୁ ପ୍ରତିଯୋଗିତା ରବିବାରରେ ଉଦ୍ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୩୨୦ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ବଲାଙ୍ଗିର ଜିଲ୍ଲାରୁ ୫ ଜଣ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ । ମେଡାଲ ପାଇଥିବା ପ୍ରତିଯୋଗିମାନେ ହେଲେ ସୁହାନି ଗୁରହାଣ୍ଡି ସ୍ୱର୍ଣ୍ଣ ପଦକ, ଆଦର୍ଶ ରଞ୍ଜନ ସୁନା ରୌପ୍ୟ ପଦକ, ଆଲୋକ ନାଏକ ରୌପ୍ୟ ପଦକ, ପ୍ରିୟବ୍ରତ ପରିଡା କାଂସ୍ୟ ପଦକ । ସୂଚନାଯୋଗ୍ୟ ଯେ ସୁହାନି ଗୁରହାଣ୍ଡି ସ୍ୱର୍ଣ୍ଣପଦକ ପାଇଥିବାରୁ ଆସନ୍ତା ଅଗଷ୍ଟରେ ଜଳନ୍ଧର(ପଞ୍ଜାବ) ଠାରେ ଜାତିୟ ଉସୁ ଚମ୍ପିୟାନସିପ୍ ପାଇଁ ମନୋନିତ ହୋଇଛନ୍ତି । ଏହି ସଫଳତା ପାଇଁ ଜିଲ୍ଲା ଉସୁ ସଂଘର ସଭାପତି ତପନ କୁମାର ପାଣିଗ୍ରାହୀ ଓ ଉପ-ସଭାପତି ବାବୁଲାଲ ନାଏକ ଶୁଭେଚ୍ଛା ଜଣାଇଛନ୍ତି ବୋଲି ଜିଲ୍ଲା ଉସୁ କୋଚ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *