୫ କ୍ରିକେଟର, ମୃତ୍ୟୁକୁ ମାତ ଦେଇ କ୍ରିକେଟ ଫିଲ୍ଡରେ ଦେଖାଇଥିଲେ ଦମ

Spread the love

() କ୍ରିକେଟର ରିଷଭ ପନ୍ଥ ଦୁର୍ଘଟଣାଗ୍ରସ୍ତ ହେବା ପରେ କେତେ ଜଲଦି ସୁସ୍ଥ ହୋଇ ମୈଦାନକୁ ଫେରିବେ, ତାକୁ ନେଇ ସବୁଠି ଚର୍ଚ୍ଚା। ତେବେ ରିଷଭଙ୍କ ପୂର୍ବରୁ ୫ ଜଣ ଏମିତି କ୍ରିକେଟର ରହିଛନ୍ତି ଯିଏ ମୃତ୍ୟୁ ମୁହଁରୁ ଫେରି ପୁଣି କ୍ରିକେଟ୍ ପିଚ୍‌ରେ ଦମଦାର ପ୍ରଦର୍ଶନ କରିଛନ୍ତି।

ମୃତ୍ୟୁ ମୁହଁରୁ ଅଳ୍ପକେ ବର୍ତ୍ତିଥିବା ପନ୍ଥଙ୍କ ପୂର୍ବରୁ କିନ୍ତୁ ଏମିତି ୫ ଜଣ କ୍ରିକେଟର ରହିଛନ୍ତି, ଯିଏ ଏଭଳି ଭୟାନକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପୁଣି ପିଚ୍‌କୁ ଫେରିଥିଲେ। ଟିମ୍ ଇଣ୍ଡିଆର ସିନିଅର ଫାଷ୍ଟ ବୋଲର ମହମ୍ମଦ ସାମି। ୨୦୧୮ରେ ଡେରାଡୁନରୁ ଦିଲ୍ଲୀ ଆସୁଥିଲା ବେଳେ ତାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ସାମିଙ୍କର ଡାହାଣ ଆଖିରେ ଗଭୀର ଆଘାତ ଲାଗିଥିଲା। କିନ୍ତୁ ପରେ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇ କ୍ରିକେଟ ଫିଲ୍ଡକୁ ଫେରିଥିଲେ ସାମି।

ଶ୍ରୀଲଙ୍କାର ସ୍ପିନ ବୋଲର କୌଶଲ ଲୋକୁରାଚି ସେମିତି ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏପ୍ରିଲ ୨୦୦୩ରେ ପ୍ରଥମ ମ୍ୟାଚ୍ ଖେଳିଥିଲେ କୌଶଲ। ଆଉ ଅଗଷ୍ଟରେ ସଡ଼କ ଦୁର୍ଘଟଣାରେ ତାଙ୍କର କାନ୍ଧରେ ଗଭୀର ଆଘାତ ଲାଗିଥିଲା। ଦୁର୍ଘଟଣା ଏତେ ଭୟାନକ ଥିଲା କି, କୌଶଲଙ୍କ କାର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ପରେ କୌଶଲଙ୍କୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡରୁ ନିଲମ୍ୱନ କରାଯାଇଥିଲା। କିନ୍ତୁ ପରେ ମୈଦାନକୁ ଫେରି ୨୦୧୨ରେ କ୍ୟାରିଅରର ଶେଷ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ କୌଶଲ।

ପୂର୍ବତନ ଇଣ୍ଡିଆନ କ୍ୟାପଟେନ୍ ମନସୁର ଅଲ୍ଲୀ ଖାନ୍ ପଟୌଦି ମଧ୍ୟ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ୨୦ ବର୍ଷ ବୟସରେ କାର୍ ଦୁର୍ଘଟଣାରେ ମନସୁର ନିଜର ଡାହାଣ ଆଖି ହରାଇଥିଲେ। ତା ସତ୍ତ୍ୱେ ସେ କ୍ରିକେଟ ଫିଲ୍ଡକୁ ଫେରିଥିଲେ। ଭାରତର ଖ୍ୟାତାନାମା କ୍ରିକେଟର ସାଇରାଜ ବାହୁତୁଲେ ବି କାର୍ ଦୁର୍ଘଟଣାର ଶିକାର ହୋଇଥିଲେ। ୧୭ ବର୍ଷ ବୟସରେ ମୁମ୍ୱାଇର ମେରାଇନ ଡ୍ରାଇଭ୍ ରେ ଗାଡ଼ି ଚଳାଇ ଜଣେ ସାଙ୍ଗଙ୍କ ସହ ଯାଉଥିବା ବେଳେ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସାଇରାଜଙ୍କ ବନ୍ଧୁଙ୍କ ମୃତ୍ୟୁ ହୋଇଥିଲା ବେଳେ ସାଇରାଜଙ୍କ ଗୋଡ଼ରେ ରଡ୍ ପଶିଯାଇଥିଲା। ଆଉ ଏହି ଆଘାତରୁ ମୁକ୍ତ ହେବାକୁ ପ୍ରାୟ ବର୍ଷେ ଲାଗିଯାଇଥିଲା ସାଇରାଜ ଙ୍କୁ। କିନ୍ତୁ ତା ପରେ ସେ କ୍ରିକେଟ ମୈଦାନକୁ ଫେରିଥିଲେ ଓ ଭାରତ ପାଇଁ ଖେଳିଥିଲେ।

ଭାରତୀୟ  କ୍ରିକେଟର ସୁନୀଲ ଗାଭାସ୍କର ୨୦୧୪ରେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଯଦିଓ ଗାଭାସ୍କର କ୍ରିକେଟରୁ ଅବସର ନେଇସାରିଥିଲେ ସେତେବେଳକୁ। ଲଣ୍ଡନ ଯାଉଥିବା ବେଳେ ମାଞ୍ଚେଷ୍ଟରରେ ଏହି ଦୁର୍ଘଟଣା ଘଟିଥିଲା। ଗାଭାସ୍କରଙ୍କ ଡ୍ରାଇଭରଙ୍କ ଆଖି ଲାଗିଯାଇଥିଲା। ଅବଶ୍ୟ ଏହି ଦୁର୍ଘଟଣାରେ କେହି ଗମ୍ଭୀର ଭାବେ ଆହତ ହୋଇନଥିଲେ।

 ପ୍ରଦୀପ ନାୟକ

Leave a Reply

Your email address will not be published. Required fields are marked *