ବ୍ରିଟେନର ଲିଭରପୁଲରେ ଫୁଟବଲ ବିଜୟ ଉତ୍ସବରେ ଅଘଟଣ। ଲୋକେ ବିଜୟଉତ୍ସବ ପାଳୁଥିବା ବେଳେ କାର ଜଣସାଧାରଣଙ୍କ ଉପରେ ମାଡ଼ି ଯାଇଥିଲା। ଯେଉଁଥିରେ ୪୭ ଜଣ ଆହତ ହୋଇଛନ୍ତି। ଏଥିରେ ଚାରି ଜଣ ଶିଶୁ ମଧ୍ୟ ରହିଛନ୍ତି। ରବିବାର ଅପରାହ୍ନ ୩:୪୫ ବେଳେ, ଯେତେବେଳେ ଲିଭରପୁଲ୍ FC ର ଗାଡ଼ି ଯାତ୍ରା (ପ୍ୟାରେଡ୍) ଅବସରରେ ହଜାର ହଜାର ଫ୍ୟାନ୍ସ ରାସ୍ତାରେ ଉପସ୍ଥିତ ଥିଲେ। ଗ୍ରେ ରଙ୍ଗର ଏକ Ford Galaxy ଗାଡ଼ି ହଠାତ୍ ଭିଡ଼ ମଧ୍ୟରେ ପ୍ରବେଶ କରି ମାଡ଼ିଗଲା। ୫୩ ବର୍ଷର ଗାଡ଼ି ଚାଳକଙ୍କୁ ପୁଲିସ ଘଟଣାସ୍ଥଳରୁ ଗିରଫ କରିଛି।ତାଙ୍କୁ ଅପରାଧିକ ଚାଳନା ଓ ହତ୍ୟା ଚେଷ୍ଟା ଅଭିଯୋଗରେ ଗିରଫ କରାଯାଇଛି। ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି ବିବେଚନା କରିନି ପୁଲିସ ସେ ସେ ଏକା ଏହି କାର୍ଯ୍ୟ କରିଛି ବୋଲି ପୁଲିସ୍ କହିଛି। ଅନେକ ଆହତଙ୍କୁ ହସ୍ପିଟାଲକୁ ନିଆଯାଇଛି। ତାଙ୍କ ମଧ୍ୟରୁ ଅନେକ ଗୁରୁତର ଅବସ୍ଥାରେ ଅଛନ୍ତି। ଦୁଇ ଜଣ ଗାଡ଼ି ତଳେ ଅଟକିଯାଇଥିଲେ, ଯେଉଁମାନଙ୍କୁ ଫାୟାର୍ ବ୍ରିଗେଡ୍ ହାଇଡ୍ରୋଲିକ୍ ଉପକରଣ ବ୍ୟବହାର କରି ଉଦ୍ଧାର କରିଥିଲେ।ଲିଭରପୁଲ୍ FC ଏକ ବିବୃତି ଜାରି କରି ଦୁଃଖ ପ୍ରକାଶ କରିଛି, “ଏହି ଦୁଃଖଦ ଘଟଣାରେ ପ୍ରଭାବିତ ହେଉଥିବା ସମସ୍ତଙ୍କ ପାଇଁ ଆମ ପ୍ରାର୍ଥନା ରହିଛି। ଆମେ ପୁଲିସ୍ ସହିତ ଯୋଗାଯୋଗ ରଖିଛୁ ଏବଂ ସମସ୍ତ ଆବଶ୍ୟକୀୟ ସହଯୋଗ ପ୍ରଦାନ କରୁଛୁ।”ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିଅର୍ ଷ୍ଟାର୍ମର କହିଛନ୍ତି, “ଏହି ଅନର୍ଥକ କାଣ୍ଡ ସମଗ୍ର ଦେଶକୁ ଆତଙ୍କିତ କରିଛି। ଲିଭରପୁଲ୍ ଲୋକମାନଙ୍କ ସହିତ ସମଗ୍ର ଦେଶ ଏହି ଦୁଃଖରେ ସାମିଲ୍।”ପୁଲିସ୍ ଏବେ ସିସିଟିଭି ଫୁଟେଜ୍ ନିରୀକ୍ଷଣ କରୁଛନ୍ତି ଏବଂ ସାକ୍ଷୀମାନଙ୍କ ଠାରୁ ତଥ୍ୟ ମଗାଯାଉଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now