ବିଶ୍ବ ଚେସ୍ ମଞ୍ଚରେ ଭାରତର ଗର୍ବ ଗ୍ରାଣ୍ଡମାଷ୍ଟର୍ ବୈଶାଳୀ ରମେଶ୍ବାବୁ 2025 ର ନରୱେ ଚେସ୍ ମହିଳା ବିଭାଗରେ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। 8 ରାଉଣ୍ଡ ପର୍ଯ୍ୟନ୍ତ ତାଙ୍କର ସଂଖ୍ୟା 9.5 ପଏଣ୍ଟସକୁ ପହଞ୍ଚିଛି ଏବଂ ସେ ବର୍ତ୍ତମାନ ପଞ୍ଚମ ସ୍ଥାନରେ ଅଛନ୍ତି। ଏହା ତାଙ୍କର ପ୍ରଥମ କ୍ଲାସିକାଲ୍ ଜିତ। ପଞ୍ଚମ ରାଉଣ୍ଡରେ ଇରାନର ସାରାସଦାତ୍ ଖାଦେମାଲଶାହିରେହଙ୍କ ବିରୁଦ୍ଧରେ କ୍ଲାସିକାଲ୍ ଖେଳରେ ଅପୂର୍ବ ବିଜୟ ହାସଲ କରିଛନ୍ତି। ଖେଳରେ ସେ କଳା ଘୋଡାରେ ଖେଳି 35…Ne3+ ଚାଲ୍ ଦ୍ୱାରା ଜିତ ନିଶ୍ଚିତ କରିଥିଲେ।ବୈଶାଲୀ ଆର୍ମାଗେଡନ ଖେଳରେ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। କୋନେରୁ ହମ୍ପି ଓ ଉକ୍ରେନର ଅନ୍ନା ମୁଜୁଚୁକଙ୍କ ଭଳି ଶକ୍ତିଶାଳୀ ଖେଳାଳୀଙ୍କ ବିରୁଦ୍ଧରେ ଆର୍ମାଗେଡନ ଜିତ ଦଖଲ କରିଛନ୍ତି। ସେ ଓ୍ୱାର୍ଲଡ ଚାମ୍ପିଅନ ଚାଇନିଜ୍ ଗ୍ରାଣ୍ଡମାଷ୍ଟର ଜୁ ଓ୍ୱେନଜୁନଙ୍କୁ ହରାଇଥିଲେ। ଅଷ୍ଟମ ରାଉଣ୍ଡ ପରେ ୧୩.୫ ଅଙ୍କ ପାଇ କୋନେରୁ ହମ୍ପି ପ୍ରଥମ ସ୍ଥାନରେ, ଅନ୍ନା ମୁଜୁଚୁକ ୧୨.୫ ପଏଣ୍ଟ ପାଇ ଦ୍ୱିତୀୟରେ. ତୃତୀୟରେ ୧୨.୫ ପଏଣ୍ଟ ପାଇ ଜୁ ଓ୍ୱେନଜୁନ ଥିଲା ବେଳେ ୯.୫ ଅଙ୍କ ପାଇ ବୈଶାଳୀ ରମେଶବାବୁ ପଞ୍ଚମ ସ୍ଥାନରେ ଅଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now