ହକି: ଓମାନରେ ପାକିସ୍ତାନକୁ ପରାସ୍ତ କରି ଚତୁର୍ଥ ଥର ପାଇଁ ପୁରୁଷ ଜୁନିଅର ଏସିଆ କପ୍ ଟ୍ରଫି ଉଠାଇଲା ଭାରତ

Spread the love

ହକିରେ ଗତକାଲି ରାତିରେ ଓମାନର ସାଲାହାସ୍ଥିତ ସୁଲତାନ କାବୁସ୍ ୟୁଥ୍ କମ୍ପ୍ଲେକ୍ସ ଷ୍ଟାଡିୟମରେ ଜୁନିୟର ପୁରୁଷ ଦଳ ଏସିଆ କପ୍ 2023 ର ଫାଇନାଲରେ ଭାରତୀୟ ହକି ଦଳ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଛି । ଏହି ଟାଇଟଲ୍ ବିଜୟ ସହିତ ଭାରତ ପୁରୁଷ ଜୁନିଅର ଏସିଆ କପ୍ ଇତିହାସରେ ସବୁଠାରୁ ସଫଳ ଦେଶ ହୋଇପାରିଛି ।

ବଶରତ ଅଲିଙ୍କ ଷ୍ଟ୍ରାଇକ୍ ମାଧ୍ୟମରେ ପାକିସ୍ତାନ ଗୋଟିଏ ଗୋଲ୍ ପାଇବା ପୂର୍ବରୁ ଅଙ୍ଗଦ ବୀର ସିଂ ଏବଂ ଅରଜିତ ହୁଣ୍ଡଲ ସିଂ ଗେଟିଏ ଲେଖାଏ ଗୋଲ ହାସଲ କରିଥିଲେ । ପୁରୁଷ ଜୁନିଅର ଏସିଆ କପରେ ଏହା ଭାରତର ଚତୁର୍ଥ ଟାଇଟଲ୍ ଥିଲା, ଏହା ପୂର୍ବରୁ 2004, 2008 ଏବଂ 2015 ରେ ଜିତିଥିଲା। ତିନି ଟାଇଟଲ୍ ସହ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଦ୍ୱିତୀୟ ସଫଳତମ ଦଳ କିନ୍ତୁ ସେମାନଙ୍କର ଶେଷ ବିଜୟ 27 ବର୍ଷ ପୂର୍ବେ 1996 ରେ ଆସିଥିଲା।

ଏହାପୂର୍ବରୁ ଭାରତ ଏବଂ ପାକିସ୍ତାନ ସମାନ ପୁଲରେ ସ୍ଥାନ ପାଇ ଭାରତ ବନାମ ପାକିସ୍ତାନ ହକି ମ୍ୟାଚ୍ ୧-୧ ଗୋଲରେ ଶେଷ ହେବା ପରେ ଗ୍ରୁପ୍ ପର୍ଯ୍ୟାୟରେ ଅପରାଜିତ ରହିଥିଲା । ଦ୍ୱିତୀୟ ସ୍ଥାନରେ ଥିବା ପାକିସ୍ତାନ ତୁଳନାରେ ସେମାନଙ୍କର ଭଲ ଗୋଲ ପାର୍ଥକ୍ୟ ଥିବାରୁ ଭାରତ ଏହି ଦଳକୁ ଶୀର୍ଷରେ ରଖିବାରେ ସଫଳ ହୋଇଥିଲା । ସେମିଫାଇନାଲରେ ଭାରତ କୋରିଆକୁ -1-୨ ଗୋଲରେ ପରାସ୍ତ କରିଥିବାବେଳେପାକିସ୍ତାନ ମାଲେସିଆକୁ -2-୨ ଗୋଲରେ ପରାସ୍ତ କରିଥିଲା।

Leave a Reply

Your email address will not be published. Required fields are marked *