୨୨ଜଣିଆ ଭାରତୀୟ ଦଳରେ ସୁବର୍ଣ୍ଣପୁର ଜିଲ୍ଲାର ୮ ଖେଳାଳି ସୁବର୍ଣ୍ଣପୁର ଜିଲ୍ଲାର

Spread the love

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ୮ ଜଣ ଖେଳାଳୀ ୨୨ ଜଣିଆ ଭାରତୀୟ ଟିମରେ ସାମିଲ ହୋଇଥିବା ଜଣାଯାଇଛି । ଥାଇଲାଣ୍ଡରେ ହେବାକୁଥିବା ୬ଷ୍ଠ ଆନ୍ତର୍ଜାତୀୟଜ୍ଞ ତାଇକଣ୍ଡୋ ପ୍ରତିଯୋଗିତାରେ ଭାଗନେବାକୁ ଭାରତୀୟ ଟିମ ସହ ଓଡିଆ ଖେଳାଳୀ ଥାଇଲାଣ୍ଡ ଗସ୍ତ କରିଛନ୍ତି । ବିଦେଶ ଗସ୍ତ କରିଥିବା ୨୨ ଜଣିଆ ଭାରତୀୟ ଟିମରେ ଏହେସାସ ତାଇକଣ୍ଡୋ ଏକାଡେମୀ ସୁବର୍ଣ୍ଣପୁରର ଆଠଜଣ ଖେଳାଳୀ ସାମିଲ ହୋଇଛନ୍ତି । ଭାରତୀୟ ଟିମର କୋଚ ଭାବେ ଆନ୍ତର୍ଜାତୀୟ ଖେଳାଳୀ ଏହେସାସ ହୋତା ରହିଥିବାବେଳେ ଟିମରେ ଆନ୍ତର୍ଜାତୀୟ କ୍ରୀଡାବିତ ଅନ୍ୱେଷ ହୋତା, ଜାତୀୟ ଖେଳାଳୀ ମନିଷ ମାହାନ୍ତୀ,ବିଶ୍ୱରଞ୍ଜନ ସାହୁ, ପ୍ରୀୟଦର୍ଶନୀ କର, ହରିପ୍ରୀୟା ମିଶ୍ର, କୁମାର କସ୍ୟପ ଶଡଙ୍ଗୀ, କ୍ରୀସ କୁଦେଇ ଏବଂ ରାଜଲକ୍ଷ୍ମୀ ସାହୁ ଖେଳାଳୀ ରହିଛନ୍ତି । ଭାରତୀୟ ଟିମ୍ ସହ ଏହି ଖେଳାଳୀମାନେ ଗତକାଲିଠାରୁ ଥାଇଲାଣ୍ଡରେ ପହଞ୍ଚି ଅଭ୍ୟାସ ଜାରି ରଖିଥିବାବେଳେ ଆସନ୍ତା ୨ ଏବଂ ୩ ତାରିଖରେ ସାମ୍ପୁଟପ୍ରକ୍ରନ ପ୍ରଭିନେନ୍ସ ଷ୍ଟାଡିଅମରେ ପ୍ରତିଯୋଗିତାରେ ଭାଗନେବେ । ଏହି ପ୍ରତିଯୋଗିତାରେ ୨୦ଗୋଟି ଦେଶର ୨୫୦୦ ଖେଳାଳୀ ଅଂଶଗ୍ରହଣ କରିବାନେଇ ଜଣାପଡିଛି । ବିଦେଶ ଗସ୍ତରେ ଥିବା ଏହି ଖେଳାଳୀଙ୍କ ସଫଳତା ପାଇଁ ଓଡିଶା ତଇକଣ୍ଡୋ ସଂଘର ସମ୍ପାଦକ ମନମୋହନ ଭଞ୍ଜ, ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘର ସଭାପତି ରବୀନ୍ଦ୍ର ହୋତା,ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ପୂର୍ବତନ ସମିତି ସଭ୍ୟ ପିତାମ୍ବର ସାହୁ, ବରିଷ୍ଟ ସାମ୍ବାଦିକ ଶେଷଦେବ ବାରିକ ଏବଂ ରାଧାକାନ୍ତ ବାଘ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *