ରାଜ୍ୟଗୋଷ୍ଠୀ କ୍ରୀଡାରୁ ବାଦ ପଡିଲେ ନୀରଜ ଚୋପ୍ରା

Spread the love

ରାଜ୍ୟଗୋଷ୍ଠୀ କ୍ରୀଡାରୁ ବାଦ ପଡିଛନ୍ତି ଜାଭେଲିନ ଆଥଲେଟ ନୀରଜ ଚୋପ୍ରା। ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ ଫାଇନାଲରେ ନୀରଜ ଆହତ ହୋଇଥିଲେ। ଏହି ଆହତ କାରଣରୁ ବର୍ମିହୋମରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା ଖେଳିବେ ନାହିଁ। ଏନେଇ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନର ସାଧାରଣ ସମ୍ପାଦକ ରାଜୀବ ମେହେଟ୍ଟା ସୂଚନା ଦେଇଛନ୍ତି।

ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଭାରତକୁ ଗର୍ବିତ କରିଥିଲେ ନୀରଜ। ଏହସହ ଓ୍ୱାର୍ଲ୍ଡ ଆଥଲେଟିକ୍ସରେ ରୌପ୍ୟ ପଦକ ଜିତିଥିଲେ। ୮୮.୧୩ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ରୌପ୍ୟ ଜିତିଥିଲେ। ଏହି ସମୟରେ ତାଙ୍କର ଜଙ୍ଘରେ ଆହତ ହୋଇଥିଲା। ତାଙ୍କୁ ୨୦ ଦିନ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଚନ୍ତି। ସେପଟେ ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ନୀରଜ ସ୍ୱର୍ଣ୍ଣ ପଦକ ଜିତିବେ ବୋଲି ସମସ୍ତଙ୍କର ଆଶା ରହିଥିଲା। ହେଲେ ସେ ଆହତ ହେବା କାରଣରୁ ଦେଶବାସୀଙ୍କୁ ନିରାଶ ହେବାକୁ ପଡିଛି।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *