ରୌପ୍ୟ ଜିତି ଇତିହାସ ରଚିଲେ ନୀରଜ ଚୋପ୍ରା

Spread the love

ରୌପ୍ୟ ଜିତିଲେ ନୀରଜ ଚୋପ୍ରା। ବିଶ୍ୱ ଆଥଲେଟିକ ଚାମ୍ପିଅନସିପରେ ଇତିହାସ ରଚିଲା ଭାରତ। ଜାଭଲିନ ଥ୍ରୋ ଫାଇନାଲରେ ରୌପ୍ୟ ଜିତିଛନ୍ତି ଟୋକିଓ ଅଲମ୍ପିକ ଚାମ୍ପିଅନ ନୀରଜ ଚୋପ୍ରା। ଚତୁର୍ଥ ରାଉଣ୍ଡରେ ୮୮.୧୩ ମିଟର ଜାଭେଲିନ ଫିଙ୍ଗି ସେ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି। ଆମେରିକା ୟୁଜିନରେ ଆୟୋଜିତ ହୋଇଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଜାଭଲୀନ ଫିଙ୍ଗି ରୌପ୍ୟ ପଦକ ଜିତିଛନ୍ତି। ଗ୍ରେନେଡାର ଆଣ୍ଡରସନ ପିଟର୍ସ ୯୦.୫୪ ମିଟର ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଆଉ ଜଣେ ଭାରତୀୟ ରୋହିତ ଯାଦବ ୧୦ମ ସ୍ଥାନରେ ରହିଛନ୍ତି। ସେ ୭୮.୭୨ ମିଟର ଫିଙ୍ଗି ଥିବା ଜଣାପଡିଛି। ତେବେ ଦୀର୍ଘ ୧୯ ବର୍ଷ ପରେ ଦ୍ୱିତୀୟ ଭାରତୀୟ ଭାବେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଏଭଳି କୃତୀତ୍ୱ ହାସଲ କରିଛନ୍ତି ନୀରଜ ଚୋପ୍ରା। ପୂର୍ବରୁ ଅଞ୍ଜୁ ବବ ଜର୍ଜ ଭାରତ ପାଇଁ ଏହି ସଫଳତା ହାସଲ କରିଥିଲେ।
ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *