ଧୋନି ନୁହେଁ, ରୋହିତ ହିଁ ବେଷ୍ଟ କ୍ୟାପଟେନ୍- ହରଭଜନ ସିଂ

ଧୋନିଙ୍କ ତୁଳନାରେ ରୋହିତ ପୂଜାରୀ ବେଷ୍ଟ କ୍ୟାପଟେନ୍। କାରଣ ରୋହିତ ଟିମ୍‌ ମନ ନେଇ କାମ କରନ୍ତି। ଟିମ୍‌ର ପ୍ରତି ସଦସ୍ୟଙ୍କ ଇଛାକୁ ସମ୍ମାନ ଦିଅନ୍ତି। ପିପୁଲ୍ସ କ୍ୟାପଟେନ୍ ଅଟନ୍ତି ରୋହିତ। କିନ୍ତୁ ଧୋନିଙ୍କ ଷ୍ଟାଇଲ୍ ଭିନ୍ନ। ସେ କାହା ସହ କଥାବାର୍ତ୍ତା କରନ୍ତିନି। ସେ ନିଜର ନୀରବତା ଜରିଆରେ କଅଣ ଚାହୁଁଛନ୍ତି, ଜଣାଇବାକୁ ଚେଷ୍ଟା କରିଥାଆନ୍ତି। ରୋହିତ ଓ ଧୋନୀଙ୍କ କ୍ୟାପଟେନସିପକୁ ନେଇ ଏମିତି ତୁଳନାତ୍ମକ ଚିତ୍ର ଥୋଇ ରୋହିତଙ୍କୁ ବେଷ୍ଟ କ୍ୟାପଟେନ୍ ବୋଲି ଅଭିହିତ କରିଛନ୍ତି ହରଭଜନ ସିଂ। ଇଣ୍ଡିଆ ଟିମର ବ୍ୟାକବୋନ୍ ଭାବେ ଜଶପ୍ରୀତ ବୁମରାହ ବୋଲି କହିଛନ୍ତି ଭଜି। ଷ୍ଟୋର୍ଟସ ୟାରି ୟୁଟ୍ୟୁବ ଚାନେଲରେ ପୋଡ଼କାଷ୍ଟ ସାକ୍ଷାତ ଦେବା ବେଳେ ଏଭଳି ଗୁମର ଖୋଲିଛନ୍ତି ହରଭଜନ। ଯାହାକୁ ନେଇ ସୋସିଆଲ ମିଡିଆରେ ଭଜିଙ୍କ ଏଭଳି ମନ୍ତବ୍ୟକୁ ନେଇ ଧୋନି ଓ ରୋହିତଙ୍କ ଫ୍ୟାନ୍ ଭିତରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *