ଭାରତୀୟ ପାରା ଅଲିମ୍ପିକ୍ସ କମିଟି, ସର୍ବଭାରତୀୟ ବଧିର କ୍ରୀଡା ପରିଷଦ ଓ ‘ସ୍ପେଶାଲ ଅଲିମ୍ପିକ ଭାରତ’ ଆଦି ସଂସ୍ଥାକୁ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ କ୍ରୀଡାବିତ୍ ଙ୍କ ତାଲିମ ଦେବାକୁ ଯୋଗାଉଛି ଆର୍ଥିକ ସହାୟତା

Spread the love

ନୂଆଦିଲ୍ଲୀ :  ଦେଶର କ୍ରୀଡାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ଯୁବ ଓ କ୍ରୀଡା ମନ୍ତ୍ରଣାଳୟ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛି । ଏହି ସବୁ ଯୋଜନାରେ କୌଣସି ଲିଙ୍ଗଗତ ବା ଅନ୍ୟାନ୍ୟ ବାଛ ବିଚାର ନାହିଁ । ମହିଳା, ଶାରୀରିକ ଅକ୍ଷମ କ୍ରୀଡାବିତ୍ ମାନେ ପୁରୁଷ କ୍ରୀଡାବିତ୍ ମାନଙ୍କ ସହିତ ସମାନ ସୁବିଧା ସୁଯୋଗ ପାଉଛନ୍ତି । ଏସବୁ ଯୋଜନା ମଧ୍ୟରେ ରହିଛି (୧) ଖେଲୋ ଇଣ୍ଡିଆ ସ୍କିମ୍ (୨) ଜାତୀୟ କ୍ରୀଡା ମହାସଂଘ ଏନ୍ଏସ୍ଏଫଏସ୍କୁ ସହାୟତା, (୩)ଆନ୍ତର୍ଜାତିକ କ୍ରୀଡାରେ ବିଜୟୀ କ୍ରୀଡାବିତ୍ ଓ ସେମାନଙ୍କ ପ୍ରଶିକ୍ଷକଙ୍କୁ ସ୍ୱତନ୍ତ୍ର ପୁରସ୍କାର, (୪) ମେଧାବୀ କ୍ରୀଡାବିତ୍ ଙ୍କୁ ଜାତୀୟ ଶିକ୍ଷା ପୁରସ୍କାର ଓ ପେନସନ୍ ପ୍ରଦାନ । (୫) ଜାତୀୟ କ୍ରୀଡା ବିକାଶ ପାଣ୍ଠି, (୬) ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ) ମାଧ୍ୟମରେ କ୍ରୀଡା ତାଲିମ କେନ୍ଦ୍ର ପରିଚାଳନା, ମନ୍ତ୍ରଣାଳୟ ୱେବସାଇଟ୍ ରେ ଏସବୁ ଯୋଜନାର ସବିଶେଷ ତଥ୍ୟ ସର୍ବସାଧାରଣଙ୍କ ନିମନ୍ତେ ଉପଲବ୍ଧ ।

ମନ୍ତ୍ରଣାଳୟ ପକ୍ଷରୁ ପାରା ଅଲିମ୍ପିକ୍ସ କମିଟି ବା ପିସିଆଇ, ସର୍ବ ଭାରତୀୟ ବଧିର କ୍ରୀଡା ପରିଷଦ (ଏଆଇଏସ୍ସିଡି) ଓ ସ୍ପେଶାଲ ଅଲିମ୍ପିକ ଭାରତ (ଏସ୍ଓବି)କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ସମ୍ପୃକ୍ତ ବର୍ଗର କ୍ରୀଡାବିତମାନଙ୍କୁ ତାଲିମ ଓ ପ୍ରଶିକ୍ଷଣ ଦେବାକୁ ଏହି ଅର୍ଥ ଟଙ୍କା ମନ୍ତ୍ରଣାଳୟ ଯୋଗାଉଛି ।

ସେହିଭଳି ଖେଲୋ ଇଣ୍ଡିଆ ସ୍କିମ୍ ରେ ମହିଳା କ୍ରୀଡାବିତ୍ ମାନଙ୍କ ନିମନ୍ତେ ଆର୍ଥିକ ସହାୟତା ଯୋଗାଣ ପାଇଁ ଏକ ଉତ୍ସର୍ଗୀକୃତ ବ୍ୟବସ୍ଥା ରହିଛି । ଯେଉଁ ଖେଳରେ ମହିଳାମାନେ କମ୍ ଅଂଶଗ୍ରହଣ କରନ୍ତି ସେଥିରେ ସେମାନଙ୍କ ପ୍ରତିନିଧିତ୍ୱ ବଢାଇବା ପାଇଁ ଏହି ବ୍ୟବସ୍ଥା କରାଯାଉଛି । ସେଥି ପାଇଁ ଦେଶରେ ଖେଲୋ ଇଣ୍ଡିଆ ମହିଳା ଲିଗ୍ ମାନ ସବୁ ଆୟୋଜିତ ହେଉଛି । ଏହି ଲିଗ୍ ରେ ୧୪ପ୍ରକାର ଖେଳକୁଦ ରହିଛି ଏବଂ ଏଥିରେ ୨୩, ୯୬୩ ମହିଳା ଭାଗ ନେଇଛନ୍ତି ।

ଭିନ୍ନକ୍ଷମ ବର୍ଗର କ୍ରୀଡାବିତ୍ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ଉତ୍ସର୍ଗୀକୃତ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହା ଜାତୀୟ ଉତ୍କର୍ଷ କେନ୍ଦ୍ର (ଏନ୍ସିଓଇ) ଯୋଜନାରେ ‘ସାଇ’ ଆଞ୍ଚଳିକ କେନ୍ଦ୍ର ଅହମ୍ମଦାବାଦରେ କାର୍ଯ୍ୟ କରୁଛି। ଏହି କେନ୍ଦ୍ରରେ ଆଥଲେଟିକ୍ସ, ବ୍ୟାଡମିଣ୍ଟନ, ଅସିଚାଳନା, ସନ୍ତରଣ, ପାୱାର ଲିଫ୍ଟିଂ ଓ ଟେବୁଲ ଟେନିସ ଭଳି ପାରା ସ୍ପୋର୍ଟର ତାଲିମ ସୁବିଧା ଉପଲବ୍ଧ । ଆହୁରି ମଧ୍ୟ ସବୁ ‘ସାଇ’ ଷ୍ଟାଡିୟମ ଓ ତାଲିମ କେନ୍ଦ୍ରକୁ ଭିନ୍ନକ୍ଷମଙ୍କ ପାଇଁ ଅନୁକୂଳ କରାଯାଇଛି ।

ଏବେ ଭାରତୀୟ ପାରା ଅଲିମ୍ପିକ୍ସ କମିଟି ବା ପିସିଆଇ, ଅଖିଳ ଭାରତୀୟ ବଧିର କ୍ରୀଡା ମହାସଂଘ (ଏଆଇଏସସିଡି) ଏବଂ ସ୍ପେଶାଲ ଅଲିମ୍ପିକ୍ ଭାରତ (ଏସ୍ଓବି)କୁ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଆର୍ଥିକ ସହାୟତା ଯୋଗାଇ ଦେଉଛି । ଏହି ଅର୍ଥକୁ ଭିନ୍ନକ୍ଷମ କ୍ରୀଡାବିତଙ୍କ ତାଲିମ ଓ ପ୍ରଶିକ୍ଷଣ ନିମନ୍ତେ ଖର୍ଚ୍ଚ କରିବାର ବ୍ୟବସ୍ଥା ରହିଛି । ତା’ଛଡା ଏହି ଆର୍ଥିକ ସହାୟତାରେ ଭିନ୍ନକ୍ଷମ କ୍ରୀଡାବିତଙ୍କ ପାଇଁ ଆବଶ୍ୟକ ତାଲିମ ଭିତ୍ତିଭୂମି ସୃଷ୍ଟି, ଅତରିକ୍ତ ପୋଷକ ଆହାର ଯୋଗାଣ, ଅତ୍ୟାଧୁନିକ ଭିତ୍ତିଭୂମି, ରହିବା ବ୍ୟବସ୍ଥା, ଭ୍ରମଣ ସୁବିଧା, ପ୍ରତିଷ୍ଠିତ ଦେଶୀ ଓ ବିଦେଶୀ ପ୍ରଶିକ୍ଷକଙ୍କୁ ନିୟୋଜିତ କରିବା ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ଏହି ଅର୍ଥରେ ସପୋର୍ଟ ଷ୍ଟାଫ ରଖିବା, ସ୍ପୋର୍ଟସ କିଟ୍ କ୍ରୟ ଆଦିର ବ୍ୟବସ୍ଥା ରହିଛି ।

ଭିନ୍ନକ୍ଷମ କ୍ରୀଡାବିତ୍ ଙ୍କୁ ବିଦେଶରେ ତାଲିମ ଗ୍ରହଣ ଏବଂ ଆର୍ନ୍ତଜାତିକ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଏହି ଯୋଜନାରେ ଏନ୍ଏସ୍ଏଫ ନିମନ୍ତେ ବଜେଟ ଅନୁମୋଦନ କରାଯାଉଛି । ଏ ବାବଦରେ କେତେ ଅର୍ଥ ପିସିଆଇ, ଏଆଇଏସ୍ସିଡି ଓ ଏସ ଓ ବିକୁ ଏସ୍ଟିସି ମାଧ୍ୟମରେ ଗତ ଚାରିବର୍ଷ ମଧ୍ୟରେ ଓ ଚଳିତବର୍ଷ ଯୋଗାଇ ଦିଆଯାଇଛି ତାହାର ସବିଶେଷ ବିବରଣୀ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ସିଂ ଠାକୁର ଲୋକସଭାରେ ଏକ ପ୍ରଶ୍ନର ଲି୍ଖିତ ଉତ୍ତରରେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *