ସାଇନା ନେହୱାଲଙ୍କ ସହ ବ୍ୟାଡମିଣ୍ଟନ ଖେଳିଲେ ରାଷ୍ଟ୍ରପତି

ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାଇନା ନେହୱାଲଙ୍କ ସହ ବ୍ୟାଡମିଣ୍ଟନ ଖେଳିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବୁଧବାର ରାଷ୍ଟ୍ରପତି ଭବନରେ ବ୍ୟାଡମିଣ୍ଟନ ଖେଳିଛନ୍ତି ମହାମହିମ ରାଷ୍ଟ୍ରପତି। ବିଶ୍ୱ ମଞ୍ଚରେ ମହିଳା ଖେଳାଳିମାନେ ବଡ଼ ପ୍ରଭାବ ପକାଉଥିବା ବେଳେ ଭାରତ ଏକ ବ୍ୟାଡମିଣ୍ଟନ ଶକ୍ତିଶାଳୀ ଦେଶ ଭାବେ ଉଭା ହୋଇଛି । ଆଉ ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତିଙ୍କ ବ୍ୟାଡମିଣ୍ଟନ ଖେଳ ଏକ ପ୍ରେରଣାଦାୟକ ପଦକ୍ଷେପ । ମହିଳା ପଦ୍ମ ପୁରସ୍କାର ବିଜେତାଙ୍କୁ ନେଇ ଆୟୋଜିତ ‘ହର୍ ଷ୍ଟୋରି- ମେରି ଷ୍ଟୋରୀ’ କାର୍ଯ୍ୟକ୍ରମରେ ଏପରି ବ୍ୟାଡମିଣ୍ଟନ ଖେଳିଥିଲେ ମହାମହିମ । ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସର ଅଫିସିଆଲ ହ୍ୟାଣ୍ଡେଲରେ ରାଷ୍ଟ୍ରପତି ଭବନର ଏକ କୋର୍ଟରେ ରାଷ୍ଟ୍ରପତି ମୁର୍ମୁ ବ୍ୟାଡମିଣ୍ଟନ ଖେଳୁଥିବାର ଏକ ଭିଡିଓ ମଧ୍ୟ ଜାରି କରାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *