କ୍ରିକେଟର ରିଙ୍କୁ ସିଂ ହେବେ ଅଫିସର!

କ୍ରିକେଟର ରିଙ୍କୁ ସିଂଙ୍କୁ ୟୁପି ସରକାରଙ୍କ ବଡ଼ ଭେଟି। ରିଙ୍କୁଙ୍କୁ ବିଏସଏ ଅଧିକାରୀ ଅର୍ଥାତ ବିଶେଷ ଶିକ୍ଷା ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ଏହି ପୋଷ୍ଟ ତାଙ୍କୁ କ୍ରିକେଟ ଜଗତରେ ବିଶେଷ ଅବଦାନ ଓ ଦମଦାର ଉପଲବ୍ଧି ଲାଗି ଦେଇଛନ୍ତି ଯୋଗୀ ସରକାର। ଏହାକୁ ନେଇ ଆନୁସଙ୍ଗିକ କାଗଜପତ୍ର କାମ ଆରମ୍ଭ ହୋଇସାରିଛି। ବୁଧବାର ଯୋଗୀ ତାଙ୍କ ନୂଆ ନିଯୁକ୍ତି ନେଇ ଘୋଷଣା କରିବା ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ରିଙ୍କୁଙ୍କର ନିକଟରେ ସପା ସାଂସଦ ପ୍ରିୟା ସରୋଜଙ୍କ ସହ ନିର୍ବନ୍ଧ ହୋଇଛି। ବିଏସଏ ପଦବୀ ପିସିଏସ ପରୀକ୍ଷା ଓ ଇଣ୍ଚରଭ୍ୟୁ ଦେଇ ଲମ୍ୱା ପ୍ରକ୍ରିୟାରେ ପୂରଣ ହୋଇଥାଏ। ଏଥିଲାଗି ଆଶାୟୀଙ୍କ ସର୍ବନିମ୍ନ ଯୋଗ୍ୟତା ଗ୍ରାଜୁଏସନ ଓ ଏହା ସହ ବିଏଡର ଯୋଗ୍ୟତା ଥିବା ଦରକାର। କିନ୍ତୁ ରିଙ୍କୁ ସିଂଙ୍କୁ ଖେଳ କୋଟାରେ ଏହି ପଦ ଦିଆଯାଇଛି। ବଡ଼କଥା ହେଲା ରିଙ୍କୁଙ୍କ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ପାସ୍। ରିଙ୍କୁଙ୍କ ଫାଇଲକୁ କ୍ରୀଡ଼ା ନିର୍ଦେଶକ ସରକାରଙ୍କୁ ପଠାଇଥିଲେ। ଆଶ୍ଚର୍ଯ୍ୟର କଥା, କ୍ରୀଡ଼ା ମନ୍ତ୍ରୀ ଗିରିଶ ଯାଦବ କହିଥିଲେ, ତାଙ୍କୁ ଏ ବାବଦରେ ଜଣା ନାହିଁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *