୯ ବର୍ଷ ଧରି ଡେଟ୍ କରିଆସୁଥିଲେ। ଆଉ ଶେଷରେ ଗାର୍ଲଫ୍ରେଣ୍ଡ ଜର୍ଜିନା ରାଣ୍ଡ୍ରିଗେଜଙ୍କ ସହ ଏନଗେଜମେଣ୍ଟ କଲେ ଫୁଟବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲଡୋ। ଜର୍ଜିନା ଇନଷ୍ଟାଗ୍ରାମରେ ନିର୍ବନ୍ଧ ରିଂର ଫଟୋ ବି ସେୟାର କରିଛନ୍ତି। ପରସ୍ପରର ହାତକୁ ଛନ୍ଦି ଥିବାର ଫଟୋ ସେୟାର ସହ କ୍ୟାପସନରେ ଲେଖିଛନ୍ତି, ହଁ ମୁଁ ତୁମକୁ ଭଲ ପାଉଛି। କେଭଳ ଏ ଜୀବନରେ ନୁହେଁ, ଆସୁଥିବା ସବୁ ଜୀବନରେ କରୁଥିବି। ମୋ ଜୀବନର ସବୁଠୁ ସୁନ୍ଦର ମୂହୂର୍ତ୍ତ ବୋଲି କହିଛନ୍ତି ଜର୍ଜିନା। ରୋନୋଲ୍ଡୋ ୫ ଟି ପିଲାର ପିତା ଅଟନ୍ତି। ୫ଟି ସନ୍ତାନର ବାପା ହେବା ପରେ ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ନିର୍ବନ୍ଧ କରିଛନ୍ତି। ଜର୍ଜିନାଙ୍କୁ ୨୫ କୋଟି ଟଙ୍କାର ରିଂ ପିନ୍ଧାଇଛନ୍ତି ରୋନାଲ୍ଡୋ। ଫୋର୍ବସ ତାଲିକାରେ ଦୁନିଆର ସବୁଠୁ ମହଙ୍ଗା ଖେଳାଳୀ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଏହି ଏନଗେଜମେଣ୍ଟ ଚର୍ଚ୍ଚାର ଶୀଖରରେ ରହିଛି। ୨୦୧୭ରୁ ଜର୍ଜିନାଙ୍କୁ ଡେଟ୍ କରିଆସୁଥିଲେ ୪୦ ବର୍ଷୀୟା ରୋନାଲଡୋ ଏବେ ପ୍ରପୋଜ କଲେ। ୩୧ ବର୍ଷୀୟା ଜର୍ଜିନା ପେଶାରେ ମଡେଲ ଓ ଡ୍ୟାନ୍ସର। ଆର୍ଜେଣ୍ଟିନାରେ ଜନ୍ମିତ ଜର୍ଜିନା ସ୍ପାନିଶ୍ ମଡେଲ୍ ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଅଟନ୍ତି। ୧୯୯୪ରେ ଜନ୍ମିତ ଜର୍ଜିନା ଓ୍ୱାର୍ଲଡ ଫେମସ୍ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପାର୍ଟନର ଭାବେ ଜଣାଶୁଣା ଥିଲେ। ଜର୍ଜିନାଙ୍କ ଅନେକ ସମୟରେ ଇନଷ୍ଟାରେ ହୋସ୍ ଉଡ଼ାଇବା ଭଳି ଅନ୍ଦାଜରେ ଫଟୋ ଦେଖିବାକୁ ମିଳେ। ଗ୍ଲାମର ଲୁକ୍ ଦେଇ ଫଟୋ ପୋଷ୍ଟ କରିଥାଆନ୍ତି। ଗଲା ୮ ବର୍ଷ ଭିତରେ ୫ଟି ସନ୍ତାନର ପିତା ହୋଇଛନ୍ତି ରୋନାଲ୍ଡୋ। ଜର୍ଜିନା ଓ ରୋନାଲ୍ଡୋଙ୍କ ଦୁଇଟି ଝିଅ ଅଛନ୍ତି। ଏହା ସମେତ ଅନ୍ୟ ୩ ପିଲାଙ୍କ ଦେଖାଶୁଣାରେ ବି ରୋନାଲ୍ଡୋଙ୍କୁ ସାହାଯ୍ୟ କରୁଥିଲେ ଜର୍ଜିନା। ମ୍ୟାଡ୍ରିଡରେ ଏକ ଷ୍ଟୋରରେ କାମ କରୁଥିବା ବେଳେ ଜର୍ଜିନାଙ୍କ ସହ ୨୦୧୬ରେ ରୋନାଲଡୋଙ୍କ ଭେଟ ହୋଇଥିଲା। ୨୦୧୭ରେ ସରୋଗେସିରେ ଦୁଇଟି ଛୁଆକୁ ଜନ୍ମ ଦେଇଥିଲେ ଜର୍ଜିନା। ସେହି ବର୍ଷ ତାଙ୍କର ଝିଅ ଅଲାନା ବି ଜନ୍ମ ନେଇଥିଲା। ଏହା ପରେ ୨୦୨୨ରେ ଜର୍ଜିନା ୨୦୨୨ରେ ଜାଆଁଳା ଛୁଆଙ୍କୁ ଜନ୍ମ ଦେଇଥିଲେ। କିନ୍ତୁ ଏମାନଙ୍କ ଭିତରୁ ଗୋଟିଏ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିଲା। ରିଅଲ ମ୍ୟାଡ୍ରିଡ୍ ଓ ମାଞ୍ଚେଷ୍ଟର ୟୁନାଇଟେଡର ପୂର୍ବତନ ଷ୍ଟାର୍ ରୋନାଲ୍ଡୋ ଏବେ ସାଉଦି ଆରବରେ ଅଲ-ନାସର କ୍ଲବ୍ ଲାଗି ଖେଳୁଛନ୍ତି। ନିଜ ପରିଶ୍ରମ ଓ ପ୍ରତିଭା ପାଇଁ କେବଳ ନୁହେଁ। ବରଂ ବିଜ୍ଞାପନ ଓ ବ୍ରାଣ୍ଡ୍ ପ୍ରମୋସନରେ ବିପୁଳ ଅର୍ଥ ରୋଜଗାର କରିଆସୁଛନ୍ତି ରୋନାଲ୍ଡୋ। ୨୦୨୫ରେ ତାଙ୍କର ନେଟଓ୍ୱର୍ଥ ପ୍ରାୟ ୧.୪୫ ବିଲିୟନ ଡଲାର ଅର୍ଥ ୧୪୫ ଅରବ ଟଙ୍କା ଅଟେ। ତାଙ୍କର ବେସିକ୍ ସାଲାରି ୨ଶହ ମିଲିୟନ ଡଲାର ଅର୍ଥାତ୍ ପ୍ରାୟ ୨ହଜାର କୋଟି ଟଙ୍କା ଅଟେ। ବିଜ୍ଞାପନରୁ ସେ ବାର୍ଷିକ ୧୫୦ ମିଲିୟନ ଡଲାର କମାନ୍ତି। ୨୦୨୨ରେ ସାଉଦି ଆରବର ଫୁଟବଲ ଟିମ୍ ପକ୍ଷରୁ ତାଙ୍କୁ ବଡ଼ କଣ୍ଟ୍ରାକ୍ଟ ସାଇନ ମିଳିଛି। ଯାହାର ଦର ୬ଶହ ମିଲିୟନ ଡଲାର ଥିଲା। କଣ୍ଟ୍ରାକ୍ଟର ଅବଧି ଏବେ ୨୦୨୭ ଯାଏ ବଢ଼ାଇ ଦିଆଯାଇଛି। ତାଙ୍କ କ୍ଲବ ବି ତାଙ୍କୁ ୨ ବର୍ଷ ପାଇଁ ପ୍ରାୟ ୬୨୦ ମିଲିୟନ ଡଲାର କଣ୍ଟ୍ରାକ୍ଟରେ ରଖିଛି। ରୋନାଲ୍ଡୋ ଓ ଜର୍ଜିନାଙ୍କ ବିଧିବଦ୍ଧ ଏନଗେଜମେଣ୍ଟକୁ ନେଇ ଚାରିଆଡ଼ୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now