ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ରବିନ ଉଥାପ୍ପାଙ୍କ ବିରୋଧରେ ଜାରି ହେଲା ଗିରଫ ୱାରେଣ୍ଟ । କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ହେରେଫେର କରିଥିବା ଅଭିଯୋଗ ହୋଇଛି । ତାଙ୍କର ସେଞ୍ଚୁରିଜ୍ ଲାଇଫଷ୍ଟାଇଲ ବ୍ରାଣ୍ଡ ପ୍ରାଇଭେଟ ଲିମିଟେଡ ନାମକ ଏକ କମ୍ପାନୀ ରହିଛି । ଏହି କମ୍ପାନୀର କର୍ମଚାରୀଙ୍କ ବେତନରୁ କଟା ଯାଇଥିବା ଟଙ୍କାକୁ ତାଙ୍କ ପିଏଫ ଆକାଉଣ୍ଟରେ ଜମା କରି ନାହାଁନ୍ତି । ଫଳରେ ପ୍ରାୟ ୨୪ ଲକ୍ଷ ଟଙ୍କା ହେରେଫେର କରିଥିବା ଅଭିଯୋଗ ହୋଇଛି । ଏହାକୁ ପରିଶୋଧ କରିବା ପାଇଁ ଡିସ୍ମ୍ୱେର ୨୭ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ନଚେତ ତାଙ୍କୁ ଆରେଷ୍ଟ କରାଯାଇ ପାରେ । ପିଏଫ ଆଞ୍ଚଳିକ କମିଶନର ଶାଦକ୍ଷରୀ ଗୋପାଳ ରେଡ୍ଡୀ ଏହି ୱାରେଣ୍ଟ ଜାରି କରିଛନ୍ତି ।ପୁଲକେଶୀନଗର ପୁଲିସକୁ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ତେବେ ୩୯ ବର୍ଷୀୟ ରବିନ ୪୬ଟି ଓଡିଆଇ ଏବଂ ୧୩ଟି ଟି-୨୦ ଅର୍ନ୍ତଜାତୀୟ ମ୍ୟାଚ ଖେଳିଛନ୍ତି ।୨୦୦୭ ଟି ୱେଣ୍ଟି ବିଶ୍ୱକପର ପ୍ରଥମ ସିଜନରେ ସେ ଷ୍ଟାର ଓପନର ଥିଲେ । ଖେଳପ୍ରେମୀଙ୍କ ହୃଦୟରେ ରବିନ ଏକ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଥିବା ବେଳେ ନିଜ କମ୍ପାନୀର କର୍ମଚାରୀଙ୍କ ସହ ଏ ଚଞ୍ଚକତା କରି ବିବାଦୀୟ ହୋଇଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now