ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କ ବଡ଼ ୟୁ-ଟର୍ଣ୍ଣ। ଖେଳରୁ ସନ୍ୟାସ ଘୋଷଣା ପରେ ପୁଣି ଥରେ ମ୍ୟାଟକୁ କମବ୍ୟାକ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ଫୋଗଟ। ଅଲମ୍ପିକ ମେଡାଲର ସ୍ୱପ୍ନ ପୁରା କରିବାକୁ ସନ୍ୟାସ ନିଷ୍ପତ୍ତିରୁ ଓହରିଲେ ଫୋଗଟ। ପାରିସ ଅଲମ୍ପିକ୍ସ ୨୦୨୪ରେ ଫାଇନାଲ ଯାଏ ପହଞ୍ଚିଥିଲେ ଫୋଗଟ। ଅବଶ୍ୟ ଫାଇନାଲ ମ୍ୟାଚ୍ ପୂର୍ବରୁ ତାଙ୍କୁ ଡିସକ୍ୱାଲିଫାଏ କରିଦିଆଯାଇଥିଲା। କାରଣ ତାଙ୍କ ଓଜନ ଅଧିକ ଥିଲା। ପାରିସ ଅଲମ୍ପକ୍ସରେ ଇତିହାସ ରଚିବା ଲକ୍ଷ୍ୟରେ ମହିଳା ୫୦ କିଲୋଗ୍ରାମ ଫ୍ରି-ଷ୍ଟାଇଲ କୁସ୍ତିରେ ଜାଗା କରିଥିଲେ। ଆଶା କରାଯାଉଥିଲା, ଫାଇନାଲରେ ଜିତି ରେସଲିଂରେ ପ୍ରଥମ ସ୍ୱର୍ଣ୍ଣ ପଦକ ଭାରତକୁ ଦେବେ। କିନ୍ତୁ ଫାଇନାଲର ଠିକ୍ ପୂର୍ବରୁ ତାଙ୍କୁ ଡିସକ୍ୱାଲିଫାଏ ନିଷ୍ପତ୍ତି ଦେଶକୁ ସ୍ତବ୍ଧ କରିଦେଲା। ତାଙ୍କ ଓଜନ ଶହେ ଗ୍ରାମ ଅଧିକ ଥିଲା। ଆଉ ଏହା ଥିଲା ଫୋଗଟଙ୍କ କ୍ୟାରିଅରର ସବୁଠୁ ଦରଦର କ୍ଷଣ ଥିଲା। ଏହି ଘଟଣା ପରେ କୁସ୍ତିକୁ ଅଲବିଦା କହିବାକୁ ନିଷ୍ପତ୍ତି ନେଇଥିଲେ। ଆଜି ଇନଷ୍ଟାଗ୍ରାମରେ ପୋଷ୍ଟ କରି ଫୋଗଟ କହିଛନ୍ତି, ସେ ପୁଣି ଥରେ ଅଲମ୍ପିକ ସ୍ୱପ୍ନ ପୂରଣ କରିବାକୁ ତାଲିମ ଆରମ୍ଭ କରିବେ। ୨୦୨୮ରେ ହେବାକୁ ଥିବା ଲସ ଆଞ୍ଜେଲ୍ସ ଅଲମ୍ପିକ୍ ୨୦୨୮ ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ। ୩୧ ବର୍ଷୀୟା ଫୋଗଟ ପାରିସ ଅଲମ୍ପିକ ପରେ ଅବସର ଘୋଷଣା କରିଥିଲେ। ଏଭଳି ନିଷ୍ପତ୍ତି ଖେଳ ଜଗତକୁ ସ୍ତବ୍ଧ କରିଥିଲେ। ହେଲେ ଏବେ ଫୋଗଟ ସ୍ପଷ୍ଟ କରିଛନ୍ତି ସେ ନୂଆ ଉର୍ଜା ଓ ନୂଆ ସମ୍ଭାବନା ସହ ଫେରିବେ। ଗଲା ଜୁଲାଇରେ ମାଆ ହୋଇଥିଲେ ଭିନେଶ। ତାଙ୍କ କ୍ୟାରିଅରର ଦ୍ୱିତୀୟ ପାଳିରେ ସବୁଠୁ ବଡ଼ ପ୍ରେରଣାର ସ୍ରୋତ ଓ ଛୋଟ ଚିଅରଲିଡ଼ର ତାଙ୍କ ପୁଅ ସାଜିବ। ଫୋଗଟ ପୂର୍ବରୁ କମନଓ୍ୱେଲଥ, ଏସିଆନ ଗେମ୍ସ ଓ ଓ୍ୱାର୍ଲଡ ଚାମ୍ପିୟନସିପ ଲେବୁଲ ଭଳି ଅନେକ ବଡ଼ ମଡେଲ ଜାତିସାରିଛନ୍ତି। କୁସ୍ତିରୁ ସନ୍ୟାସ ନେବା ପରେ ରାଜନୀତିରେ ପାଦ ଥାପିଥିଲେ ଭିନେଶ। ହରିଆଣା ବିଧାନସଭା ନିର୍ବାଚନ ୨୦୨୪ରେ ସେ ଜୁଲାନା ସିଟରେ କଂଗ୍ରେସ ଟିକଟରେ ଜିତିଛନ୍ତି। ଭିନେଶ୍ ୬ହଜାର ଭୋଟରେ ଜିତିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now