5 arrest

  • ଟ୍ରକ ଚୋରି ଘଟଣାରେ ୫ ଗିରଫ

    ପାରାଦୀପ:  ପାରାଦୀପ ଟ୍ରକ ଚୋରି ଘଟଣାରେ ଅଭୟଚାନ୍ଦପୁର ପୋଲିସ ଦ୍ବାରା ୫ ଗିରଫ । ବିହାରର ଚାନ୍ଦ ବାବୁ ନାମକ ଜଣେ ଟ୍ରକ୍ ଡ୍ରାଇଭର ଗୁଜୁରାଟରୁ ଟ୍ରକ୍ ଆଣି ପାରାଦୀପ୍ ଆସୁଥିବା ବେଳେ ଚାନ୍ଦ ବାବୁଙ୍କ ସହ ବନ୍ଧୁତା କରି ତାଙ୍କୁ ପ୍ରଚୁର ମଦ ପିଆଇ ନେଇ ଭୂତମୁଣ୍ଡାଇ ପୋଲ ଉପରୁ ନଦୀ କୁ ଠେଲି ଦେଇଥିଲେ ।  ପରେ  ଟ୍ରକକୁ ନେଇ ମୟୁରଭଞ୍ଜ ର ଚାନ୍ଦୁଆ ଥାନା ଅଞ୍ଚଳରେ ଏକ ଢାବା ମାଲିକ ସହାୟତା ରେ ବିକ୍ରି କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଟ୍ରକ୍ କୁ ଜବତ କରିଛି ।

    ଅଭୟଚାନ୍ଦପୁର୍ ପୋଲିସ ଘଟଣାର ତଦନ୍ତ କରି ହୁକୁମ୍ ସିଂ, ହରପାଲ ସିଂ, ଅମଜାଦ ଖାଁ, ଯୋଗେଶ୍ଵର ବାରିକ ଓ ଏସ୍ କେ ବୁଲାଉଦିନ କୁ ଗିରଫ କରିଛି । ଯୋଜନାବଦ୍ଧ ଭାବେ  ଟ୍ରକ୍ ଚୋରି କରି ବିକ୍ରି କରିବାକୁ ଉଦ୍ୟମ କରାଯାଉଥିଲା। ଯୋଜନା ମୁତାବକ ଡ୍ରାଇଭର ଚାନ୍ଦ ବାବୁଙ୍କ ସହ ବନ୍ଧୁତ୍ବ କରାଯାଇଥିଲା ଓ ତାଙ୍କୁ ମଦ ପିଆଇ ପୋଲ ତଳକୁ ଫୋପାଡି ଦିଆଯାଇଥିଲା ବୋଲି ପ୍ରାରମ୍ଭିକ ତଦନ୍ତ ପରେ ପୁଲିସ କହିଛନ୍ତି। ଏହି ଘଟଣାରେ ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Back to top button