actress

  • ଅଭିନେତ୍ରୀ ବୈଶୀଳୀ ଠାକ୍କରେ ଆତ୍ମହତ୍ୟା ଘଟଣା

    ଆରପାରିରେ ଲୋକପ୍ରିୟ ଟିଭି ସିରିଏଲ୍ ଅଭିନେତ୍ରୀ ବୈଶାଳୀ ଠାକ୍କରେ। ଇନ୍ଦୋର ସ୍ଥିତ ସାଇ ବାଗ୍ ଫ୍ଲାଟରୁ ବୈଶାଳୀଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ। ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲସି ସୂଚନା ଦେଇଛି। ତାଙ୍କର ଏଭଳି ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ତେବେ ୩୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଆତ୍ମହତ୍ୟା କରିବା ପଛର ରହସ୍ୟ କଣ ରହିଛି ତାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ତେବେ କେଉଁ କାରଣରୁ ବୈଶାଳୀ ବେକରେ ଫାସି ଦେଇ ଆତ୍ମହତ୍ୟା କରିଛନ୍ତି ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

    ଏନେଇ ପୋଲିସ ଛାନଭିନ ଜାରି ରଖିଥିବା ବେଳେ ପୋଲିସ ହାତରେ ଏକ ପ୍ରମାଣ ଲାଗିଛି। ଯାହାକୁ ନେଇ ଆତ୍ମହତ୍ୟାର ଗୁମର ଖୋଲୁଛି। ବୈଶାଳୀର ଡାଇରୀ ପୋଲିସ ହାତରେ ହସ୍ତକ୍ଷେପ ହୋଇଛି। ଯେଉଁଥିରେ ଏକ ସୁଇଶାଇଡ୍ ନୋଟ୍ ଲେଖା ହୋଇଛି। ଏହି ନୋଟରେ ଜଣେ ବ୍ୟକ୍ତିଙ୍କ ନାଁ ଉଲ୍ଲେଖ ହୋଇଛି। ଯିଏ କି ବୈଶାଳୀଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇ ଥିଲେ।

    ବୈଶାଳୀ ଠାକ୍କରେଙ୍କ ସୁସାଇଡ୍ ନୋଟରେ ରାହୁଲ ନାମକ ଜଣେ ବ୍ୟକ୍ତିଙ୍କ ନାଁ ରହିଛି। ରାହୁଲ ବୈଶାଳୀଙ୍କୁ ମାନସୀକ ଏବଂ ଶାରୀରିକ ଭାବେ ନିର୍ଯାତନା ଦେଉଥିବା ନୋଟରେ ଉଲ୍ଲେଖ ରହିଛି। ଏବଂ ଏହି ନୋଟରେ ବୈଶାଳୀ ତାଙ୍କ ମା ବାପାଙ୍କୁ କ୍ଷମା ମାଗିବା ସହ ମୁଁ ଜଣେ ଭଲ ଝିଅ ହୋଇପାରିଲି ନାହିଁ ବୋଲି ଲେଖା ହୋଇଛି। ଡାଇରୀରେ ରାହୁଲ ଓ ଦିଶା ନାମକ ଜଣେ ମହିଳାଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି। ପୋଲିସ ସୂଚନା ଅନୁଯାୟୀ, ଡାଇରୀରେ ଯାହା ସବୁ ଲେଖା ହୋଇଛି ସେଥିରୁ ଜାଣିବାକୁ ମିଳିଛି ଯେ, ବୈଶାଳୀ ମାନସୀକ ଚାପରେ ରହିଥିଲେ। ତାଙ୍କୁ ଗତ କିଛି ମାସ ହେବ ମଧ୍ୟ କାମ ମିଳୁନଥିଲା। ଆତ୍ମହତ୍ୟାର ଠୋସ୍ ପ୍ରମାଣ ପୋଲିସକୁ ଏଯାଏଁ ମିଳିନାହିଁ। ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

  • କରିସ୍ମାଙ୍କ କରିସ୍ମା…

    90 ଦଶକର ପ୍ରସିଦ୍ଧ ଅଭିନେତ୍ରୀ କରିସ୍ମା କପୁର ତାଙ୍କ ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲ ସହିତ ପ୍ରଶଂସକଙ୍କ ହୃଦୟକୁ ନିୟନ୍ତ୍ରଣ କରନ୍ତି | କରିସ୍ମାଙ୍କୁ 47 ବର୍ଷ ବୟସ | କିନ୍ତୁ ଏହା ସତ୍ୱେ ସୌନ୍ଦର୍ଯ୍ୟ ଏବଂ ଫିଟନେସ୍ ଦୃଷ୍ଟିରୁ ଅନେକ ଯୁବ ଅଭିନେତ୍ରୀଙ୍କୁ ଟକ୍କର ଦିଅନ୍ତି କରିସ୍ମା | କରିସ୍ମାଙ୍କ ଚେହେରାର ଚମକ ଏବଂ ଉଜ୍ଜ୍ୱଳତାକୁ ଦେଖି ଲାଗୁଛି ଯେମିତି ସେ ଏବେ ସିନେମା ଜଗତ କୁ ଏଣ୍ଟ୍ରି କରିଛନ୍ତି l

    ଆଜିକାଲି ଚଳଚ୍ଚିତ୍ରରେ କରିସ୍ମା କମ ଦେଖାଯାଉଥିବାବେଳେ ସୋସିଆଲ ମିଡିଆରେ ତାଙ୍କର କାର୍ଯ୍ୟକଳାପ ବହୁତ ଦେଖାଯାଏ | କରିସ୍ମା ସବୁବେଳେ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ ତାଙ୍କର ଫଟୋ-ଭିଡିଓ ସେୟାର କରନ୍ତି |

    ବାସ୍ତବରେ, ପ୍ରତ୍ୟେକ ଲୁକ୍ କରିସ୍ମାଙ୍କ ପାଇଁ ଉପଯୁକ୍ତ ଅଟେ | 47 ବର୍ଷ ବୟସ ସତ୍ୱେ କରିସ୍ମା ସମସ୍ତ ପ୍ରକାରର ପୋଷାକ ପରିଧାନ କରନ୍ତି | ପାଶ୍ଚାତ୍ୟ, ବିକିନି, ପାରମ୍ପାରିକ ଡ୍ରେସ ରେ ସେ ପ୍ରଶଂସକମାନଙ୍କ ମନକୁ କିଣିନେଇଥାନ୍ତି |

Back to top button