ashok gehlot

  • ପାଇଲଟଙ୍କୁ ଲଲିପପ୍!

    () କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନାମାଙ୍କନର ପ୍ରଥମ ଦିନରେ ଦଳର ବରିଷ୍ଠ ନେତା ତଥା ଜି-୨୩ ସଦସ୍ୟ ଶଶି ଥରୁର ନାମାଙ୍କନ ପାଇଁ ଫର୍ମ ସଂଗ୍ରହ କରିଥିବା ବେଳେ ସୋନିଆଙ୍କ ପ୍ରିୟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦଳର ସର୍ବୋଚ୍ଚ ପଦରେ ଆସିନ୍ନ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ସବୁ ରାଜ୍ୟର କଂଗ୍ରେସ କମିଟି ନିର୍ବାଚନରେ ଭାଗ ନେବାକୁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ରାଜସ୍ଥାନ କଂଗ୍ରେସରେ ଉଷ୍ଣତା ବଢି ଯାଇଛି। ରାଜସ୍ଥାନ ସ୍ଥିତିକୁ ଦେଖିଲେ ମନେ ହେଉଛି ଅଧ୍ୟକ୍ଷ ପଦଠାରୁ ଯେମିତି ଅଧିକ ଜରୁରୀ ମୁଖ୍ୟମନ୍ତ୍ରୀ ଚୌକି। ଏହି ଚୌକି ବଞ୍ଚାଇବାକୁ ଗେହଲଟ ସବୁ କଳ କୌଶଳ ଲଗାଇ ଏହି ପସାପାଲିରେ ଯେମିତି ସଫଳ ହୋଇଛନ୍ତି।

    ଆରମ୍ଭ ହୋଇଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା। ବିଜ୍ଞପ୍ତି ଅନୁଯାୟୀ ୨୪ରୁ ନାମାଙ୍କନ ଦାଖଲ ହୋଇ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ଏହି ପଦ ଦୌଡରେ ଥିବା ପ୍ରମୁଖ ଦାବିଦାର, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପାଇଁ ଯେମିତି ଅଧ୍ୟକ୍ଷ ପଦଠାରୁ ଗୁରୁତ୍ବପୂର୍ଣ୍ଣ ହୋଇଛି ମୁଖ୍ୟମନ୍ତ୍ରୀ ପଦ। ତେଣୁ ସେ ନିର୍ବାଚନ ଲଢିବା ସ୍ଥିର ହୋଇସାରିଥିଲେ ମଧ୍ୟ ନାମାଙ୍କନ ଦାଖଲ କରିବାକୁ ଶେଷ ତାରିଖ ଧାର୍ଯ୍ୟ ନେଇ ଚର୍ଚ୍ଚା ହେଉଛି।  ରାହୁଲଙ୍କ ୱାନ ମ୍ୟାନ ୱାନ ପୋଷ୍ଟ ରିମାଇଣ୍ଡର ପରେ ଗେହଲଟଙ୍କ ପାଇଁ ବଢିଥିଲା ସମସ୍ୟା।

    ମୁଖ୍ୟମନ୍ତ୍ରୀ ପଦ ନିଜ କବଜାରେ ରଖିବାକୁ ଲାଗି ପଡିଛନ୍ତି। ଗେହଲଟଙ୍କର ଏକମାତ୍ର ଲକ୍ଷ୍ୟ କୌଣସି ପ୍ରକାରେ ସଚିନ ପାଇଲଟଙ୍କ ହାତକୁ ଚାଲି ନ ଯାଉ ମୁଖ୍ୟମନ୍ତ୍ରୀ ପଦ । ତେଣୁ ଜାତୀୟ ରାଜଧାନୀରେ କଂଗ୍ରେସ ଭିତରେ ଯେତିକି ରାଜନୈତିକ ଉଷ୍ଣତା ଦେଖା ଯାଉନି, ତାଠୁ ଅଧିକ ଉଷ୍ଣ ହୋଇଉଠିଛି ରାଜସ୍ଥାନ। ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ଏହାକୁ ନେଇ ଆଜି ସଂଧ୍ୟାରେ ବିଧାୟକ ଦଳର ବୈଠକ ହେବାକୁ ଯାଉଛି। ଏହି ବୈଠକରେ ରାଜ୍ୟ କଂଗ୍ରେସ ଦାୟିତ୍ବରେ ଥିବା ଅଜୟ ମାକନଙ୍କ ସହ ସାମିଲ ହେବେ ମଲିକାର୍ଜୁନ ଖଡଗେ। ରାଜ୍ୟ କଂଗ୍ରେସର ଦୁଇ ଗୋଷ୍ଠୀକୁ ମନେଇ ସୁରୁଖୁରୁରେ ମୁଖ୍ୟମନ୍ତ୍ରୀ କରିବା ହେଉଛି ଏହି ଦୁଇ ନେତାଙ୍କ ଦାୟିତ୍ବ।

    ତେବେ ଏହା ପୂର୍ବରୁ  ଦିଲ୍ଲୀରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀକୁ ନେଇ ରବିବାର ସକାଳୁ ସକାଳୁ ବସିଛି ବୈଠକ। ବୈଠକରେ ବହୁ ମାନସ ମନ୍ଥନ ପରେ ସିପି ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ, ଗୋବିନ୍ଦ ସିଂହ ଡୋଟାସାରାଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପ୍ରଦେଶ ଅଧ୍ୟକ୍ଷ ଭାବେ ସଚିନ ପାଇଲଟଙ୍କୁ ବଛାଯାଇଛି। ଆଗାମୀ ନିର୍ବାଚନର କମାଣ ସମ୍ଭାଳିବେ ସଚିନ। ଯଦି ଆଗାମୀ ନିର୍ବାଚନରେ ଦଳ ରାଜସ୍ଥାନରେ ବିଜୟ ହାସଲ କରେ ତେବେ ସଚିନ ହେବେ ମୁଖ୍ୟମନ୍ତ୍ରୀ। ଏକ ନୂଆ ଫର୍ମୁଲାକୁ ନେଇ ଦିଲ୍ଲୀରେ ହାଇକମାଣ୍ଡଙ୍କ ନେତୃତ୍ବରେ ବୈଠକ ଅନୁଷ୍ଠିତ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି। ଏହି ନିଷ୍ପତ୍ତି ଅନୁଯାୟୀ ସଂଧ୍ୟାରେ ଔପଚାରିକ ଘୋଷଣା ହେବ ବିଧାୟକଦଳ ବୈଠକରେ।

    ଅର୍ଥାତ୍ ନିଜ ଚାଲରେ ସଫଳ ହୋଇଛନ୍ତି ଗେହଲଟ। ନା ପାଇଲଟଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ପଦ, ନାହିଁ ଆଉ ୨୦୨୦ ପରି ଦଳରେ ସୃଷ୍ଟି ହେବ ଅସ୍ଥିରତା। ୨୦୨୦ରେ ପାଇଲଟଙ୍କ ବିଦ୍ରୋହ ରାଜ୍ୟରେ କଂଗ୍ରେସ ସରକାରକୁ ଭାଙ୍ଗିବା ସ୍ଥିତିକୁ ନେଇ ଆସିଥିଲା। ଏହି ସମସ୍ୟାର ସମାଧାନ ପାଇଁ ହୁଏତର ଜାତୀୟ ନେତୃତ୍ବ ପାଇଲଟଙ୍କୁ ଆସନ୍ତା ଥରକୁ ମୁଖ୍ୟମନ୍ତ୍ରୀ ପଦର ଲଲିପପ୍ ଦେଖାଇଛନ୍ତି। ଯଦି ଏହି ଲଲିପପ୍‌ ରେ ପାଇଲଟ ଭଳିଗଲେ ଭଲ, ନୋହିଲେ କଂଗ୍ରେସର ଆଭ୍ୟନ୍ତରିଣ କନ୍ଦଳର ଫାଇଦା ନେବାକୁ ଚାହିଁ ବସିଥିବା ବିଜେପି ବାଜିମାତ କରିବା ପାଇଁ ହୁଏତ ଖୋଲିଯିବ ବାଟ ବୋଲି ପୂର୍ବରୁ ଆଶଙ୍କା ପ୍ରକାଶ କରି ସାରିଛନ୍ତି ଏନସିବି ପ୍ରମୁଖ ସରଦ ପାୱାର।

    ପାୱାରଙ୍କ ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। କାରଣ କଂଗ୍ରେସର ଭିତିରି କଳି ଉପରେ ବିଜେପିର ଆଖି। ବିଭିନ୍ନ ରାଜ୍ୟରୁ ବହୁ କଂଗ୍ରେସ ନେତାଙ୍କୁ ମଧ୍ୟ ପଦ୍ମ ପୋଖରୀରେ ସ୍ନାନ କରାଇ ସାରିଛନ୍ତି ସାହା ଓ ମୋଦିଙ୍କ ଯୋଡି। ଏହାକୁ ନେଇ ରାଜସ୍ଥାନ ବିଜେପିର ନେତା କହିସାରିଲେଣି କି, ଯଦି କଂଗ୍ରେସ ଛାଡି କେହି ତାଙ୍କ ଦଳରେ ସାମିଲ ହେବାକୁ ଚାହଁନ୍ତି, ସେମାନଙ୍କୁ ସ୍ବାଗତ କରାଯିବ। ସେପେଟ

    ହାଇକମାଣ୍ଡଙ୍କ ନିଷ୍ପତ୍ତି ସର୍ବୋପରେ କହିବା ସହ ପାଇଲଟ ବିଜେପିର ଗୁଧ୍ରୁ ଦୃଷ୍ଟି ପ୍ରତି କଂଗ୍ରେସ ନେତା ମଧ୍ୟ ସଚେତନ ଥିବା ପରି ମନେ ହେଉଛି। ଦୁଇ ବର୍ଷ ପୂର୍ବରୁ ଦଳରେ ନିୟମ ଭଙ୍ଗ କରିଥିବା କିଛି ଲୋକ ଯଦି ଏହି ପଦ ପାଇଁ ବିବେଚିତ  ହୁଅନ୍ତି, ତେବେ ଏହା ଅତ୍ୟନ୍ତ ଦୁଃଖଦାୟକ ହେବ ବୋଲି କହିଛନ୍ତି ମନ୍ତ୍ରୀ ଡ ସୁବାଶ ଗର୍ଗ 

    ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜାତୀୟ ନେତୃତ୍ବଙ୍କ ଦ୍ବାରା ଚୟନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ କିନ୍ତୁ ଏହା ଦଳ ପାଇଁ ସହଜ ମନେ ହେଉନାହିଁ। ପାଇଲଟ ଏହି ନିଷ୍ପତ୍ତିକୁ କିପରି ଗ୍ରହଣ କରିବେ ତାହା ପରବର୍ତ୍ତୀ ସମୟରେ ହିଁ ସ୍ପଷ୍ଟ ହେବ।

  • ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁର୍ବଳତା ନା ବିଦ୍ୱେଷ

    ନୂଆଦିଲ୍ଲୀ: ଶେଷରେ ଚାପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ରାଜି ହୋଇଛନ୍ତି ଅଶୋକ ଗେହଲଟ। ଜଣେ ବ୍ୟକ୍ତି, ଗୋଟିଏ ପଦ। ରାହୁଲଙ୍କ ଏହି ପରାମର୍ଶ ପରେ ଗେହଲଟଙ୍କ ଲାଗି ସବୁ ବାଟ ଯେମିତି ବନ୍ଦ ହୋଇଯାଇଛି। କଂଗ୍ରେସ ଅଧ୍ୟକ୍ଷ ପଦ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାକୁ ଇଛା ଜାହିର କରିଥିଲେ ହେଁ ଫସର ଫାଟିଯାଇଛି। ହେଲେ କୌଣସିମତେ ସଚିନ ପାଇଲଟଙ୍କୁ ଏହି ଚୌକିରେ ବସାଇବାକୁ ଚାହୁଁନଥିବା ଗେହଲଟ ମୁଖ୍ୟମନ୍ତ୍ରୀ ପଦ ଲାଗି ସିପି ଜୋଷୀଙ୍କ ନାଁ ସୁପାରିଶ କରି ବିବାଦକୁ ବଢ଼ାଇଦେଇଛନ୍ତି।

    କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ହଟଚମଟ। ରାହୁଲଙ୍କ ଅନାଗ୍ରହ ପରେ ଏହି ପଦବୀ ଲାଗି ସବୁଠୁ ଆଗ ଧାଡ଼ିରେ ଏବେ ସୋନିଆଙ୍କ ଖାସ୍ ଅନୁଗତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ଅଧ୍ୟକ୍ଷ ପଦ ଲାଗି ନାମାଙ୍କନ ଭରିବେ ବୋଲି ସ୍ପଷ୍ଟ କରିଛନ୍ତି ଗେହଲଟ। ହେଲେ ରାଜସ୍ଥାନ ରାଜନୀତି ଲାଗି ଅସ୍ଥିରତା ସୃଷ୍ଟି ବି କରିଦେଇଛନ୍ତି ଗେହଲଟ। କାରଣ ସଚିନ ପାଇଲଟଙ୍କୁ କୌଣସିମତେ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁନାହାନ୍ତି ଗେହଲଟ। ସେଥିଲାଗି ତ ବାଚସ୍ପତି ସିପି ଜୋଷୀଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ଲାଗି ସୁପାରିଶ କରିଛନ୍ତି। ଜୋଷୀ ପୂର୍ବରୁ ରାଜସ୍ଥାନ ସରକାରରେ ମନ୍ତ୍ରୀ ଥିଲେ। ଏହା ସହ ସେ ମନମୋହନ ସିଂଙ୍କ ନେତୃତ୍ୱ ଉପା-୨ ସରକାରରେ କ୍ୟାବିନେଟ ମନ୍ତ୍ରୀ ବି ଥିଲେ।

    ସେପଟେ ଗେହଲଟଙ୍କ ବିରୁଦ୍ଧରେ ବିଦ୍ରୋହ କରି ପାଇଲଟ ଚର୍ଚ୍ଚାକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ଚୌକି ଲାଗି ଏକଦା ବିପଦ ସୃଷ୍ଟି କରିଥିବା ପାଇଲଟଙ୍କୁ କୌଣସି ମତେ ଏହି ଆସନ ଦେବା ସପକ୍ଷରେ ନାହାନ୍ତି ଗେହଲଟ। ଗୁରୁବାର ଭାରତ ଯୋଡ଼ଯାତ୍ରାରେ ରାହୁଲଙ୍କ ସହ ଗେହଲଟ ସାମିଲ ହେବା ଆଗରୁ ପାଇଲଟ କେରଳ ଛାଡ଼ି ଜୟପୁର ଚାଲିଯାଇଥିଲେ। କିଛି ଦିନ ପୂର୍ବରୁ ପାଇଲଟଙ୍କ ସମର୍ଥକ ଯେଭଳି ରାଜସ୍ଥାନର ଦୁଇ ମନ୍ତ୍ରୀ ସାଧାରଣ ସଭାକୁ ସମ୍ୱୋଧିତ ବେଳେ ଚପଲ,ଜୋତା, ଖାଲି ପାଣି ବୋତଲ ଫିଙ୍ଗିବା ସହ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ, ଏଥିରୁ ସ୍ପଷ୍ଟ ହୋଇଥିଲା କି, ଏବେ ବି ତିକ୍ତତା ଚରମସୀମାରେ। ଦୁଇ ମନ୍ତ୍ରୀ ଅଶୋକ ଚନ୍ଦନା ଓ ଶକୁନ୍ତଳା ରାଓ୍ୱତଙ୍କ ଲାଗି ପାଇଲଟ ମୁଖ୍ୟମନ୍ତ୍ରୀ ହୋଇପାରିଲେନି ବୋଲି ଆରୋପ ଲଦି ନାରାବାଜି କରିଥିଲେ ସମର୍ଥକ। ପାଇଲଟଙ୍କର ବି ମୁଖ୍ୟମନ୍ତ୍ରୀ ଲାଗି ମୋହକୁ ନେଇ ଗୁର୍ଜର ସମ୍ପ୍ରଦାୟର ଆକ୍ରୋଶର ଶୀକାର ହୋଇଥିବା ମନ୍ତ୍ରୀ ଅଶୋକ ଚନ୍ଦନା ବି ପାଇଲଟଙ୍କୁ ପରୋକ୍ଷ ଧମକ ଦେବାକୁ ପଛାଇନଥିଲେ।

    ଯଦି ଜାତୀୟ କଂଗ୍ରେସ ଅଧ୍ୟକ୍ଷର ଭାର ସମ୍ଭାଳିବେ ଗେହଲଟ। ତେବେ ରାଜସ୍ଥାନର ନେତୃତ୍ୱ କିଏ ନେବ। ଗେହଲଟଙ୍କ ସୁପାରିଶ କାମ ଦେବ ନା ହାଇକମାଣ୍ଡଙ୍କ ନିଷ୍ପତ୍ତି ଆଉ କିଛି ରହିବ। ଗୋଟିଏ ପଟେ ଅଧ୍ୟକ୍ଷ ନିର୍ବାଚନରେ ସ୍ଥିରତା ଆସିପାରେ ସତ। କିନ୍ତୁ ରାଜସ୍ଥାନରେ ପୁଣି ବିବାଦ, ବିଦ୍ରୋହର ପୁରୁଣା ଫର୍ଦ୍ଦ ଓଲଟିଲେ, ତାକୁ କେମିତି ଟାଳିବେ, ତାହା ହିଁ କଂଗ୍ରେସ କ୍ୟାମ୍ପ ଲାଗି ବଡ଼ ଟାସ୍କ ସାଜିପାରେ। କଂଗ୍ରେସର କମାଣ୍ଡ ଗେହଲଟଙ୍କ ହାତରେ ରହିଲେ ରାଜସ୍ଥାନ ସିଏମ ଚୌକି କାହା ହାତକୁ ଯିବ, ଦେଖିବାକୁ ରହିଲା।

    ପ୍ରଦୀପ ନାୟକଙ୍କ ରିପୋର୍ଟ

  • ଗେହଲଟଙ୍କୁ ରାହୁଲଙ୍କ ଝଟକା

    ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦ ପାଇଁ ଅଶୋକ ଗେହଲଟ ଇଛା ପ୍ରକଟ କରିଥିବା ବେଳେ କିନ୍ତୁ ରାହୁଲ ଗାନ୍ଧୀ ଗେହଲଟଙ୍କୁ ୱାନ ମ୍ୟାନ, ୱାନ ପୋଷ୍ଟର ସଙ୍କେତ ଦେଇଛନ୍ତି। ଅର୍ଥାତ୍ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦରେ ଥିବାରୁ ସେ ଏହି ପଦ ପାଇଁ ଯୋଗ୍ୟ ବିବେଚିତ ହେଉ ନ ଥିବା ରାହୁଲ ପରୋକ୍ଷରେ କହିଛନ୍ତି। କିନ୍ତୁ ପୂର୍ବରୁ ଗେହଲଟ ଉଭୟ ପଦ ସମ୍ଭାଳିବାକୁ ସେ ସକ୍ଷମ ବୋଲି କହିଥିଲେ।

    କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ପାଇଁ ସେପ୍ଟମ୍ବର ୨୪ରୁ ୩୦ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିହେବ। ସେପଟେ ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରାରେ। ଏହାରି ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଦଳର ଅଧ୍ୟକ୍ଷ ହେବାକୁ ପ୍ରବଳ ଆଗ୍ରହ ଉପରେ ମୁହଁ ଖୋଲିଛନ୍ତି ରାହୁଲ। କେରଳରେ ରାହୁଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆମେ ଉଦୟପୁରରେ ଏକ ସଂକଳ୍ପ ନେଇଛୁ, ମୋର ବିଶ୍ବାସ ସେହି ସଂକଳ୍ପକୁ ଅତୁଟ ରଖାଯିବ। ଅଧ୍ୟକ୍ଷ ପଦ ପାଇଁ ଆଶାୟୀଙ୍କ ଉଦ୍ଦେଶ୍ୟରେ ରାହୁଲ ପରାମର୍ଶ ଦେଇ କହିଛନ୍ତି, କଂଗ୍ରେସର ଅଧ୍ୟକ୍ଷ ପଦ ଏକ ବୈଚାରିକ ପଦ। ଏହା ଭାରତର ଦୃଷ୍ଟିକୋଣକୁ ପ୍ରତିଫଳିତ କରିଥାଏ। ସେ ଆହୁରି କହିଛନ୍ତି, ଏହି ପଦ ପାଇଁ ମୋର ସ୍ଥିତି ସ୍ପଷ୍ଟ ରହିଛି।

      ୭୧ ବର୍ଷୀୟ ଗେହଲଟଙ୍କୁ ଅଧ୍ୟକ୍ଷ ପଦ ପାଇଁ ଗାନ୍ଧୀ ପରିବାର ପକ୍ଷରୁ ସମର୍ଥନ ରହିଥିବା କୁହାଯାଉଥିଲା। କିନ୍ତୁ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ଅରାଜି। ତାଙ୍କୁ ଲାଗୁଛି, ସେ ପଦ ଛାଡିଦେଲେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବ। ସଚିନଙ୍କ ବିଦ୍ରୋହ ପାଇଁ ୨୦୨୦ରେ ରାଜସ୍ଥାନରେ କଂଗ୍ରେସ ସରକାର ଏକପ୍ରକାର ଭାଙ୍ଗିବା ସ୍ଥିତିକୁ ଆସିଯାଇଥିଲା।

    ସେପଟେ, ଚଳିତ ବର୍ଷ ପ୍ରାରମ୍ଭରେ ଉଦୟ ପୁରରେ ହୋଇଥିବା କଂଗ୍ରେସ ଚିନ୍ତନ ଶିବିରରେ ଜଣେ ବ୍ୟକ୍ତି, ଗୋଟିଏ ପଦ ପାଇଁ ସଂକଳ୍ପ ନିଆଯାଇଥିଲା। ଏହି ସଂକଳ୍ପକୁ ମନେ ପକାଇ ଗେହଲଟଙ୍କୁ ରାହୁଲ ଏକ ଝଟକା ଦେଇଥିବା କୁହାଯାଇପାରେ।

  • ମୋଦି ସରକାର ଦେଶରେ ଚଳାଇଛି କିଣାବିକାର ସରକାର: ଗେହଲଟ

    ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶନିବାର ଦେଶରେ ଜାରି ଉତ୍ତେଜନା, ହିଂସା ସ୍ଥିତିକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଆଗକୁ ଆସି ଲୋକଙ୍‌କୁ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ଅପିଲ କରିବାକୁ କହିଛନ୍ତି। ନାସନାଲ ଲିଗାଲ ସର୍ଭିସେସ୍ ଅଥୋରିଟିର ଦୁଇ ଦିବସୀୟ ସମ୍ମିଳନୀରେ ଯୋଗଦେଇ ଗେହଲଟ ସମ୍ବୋଧିତ କରିବାକୁ କହିଛନ୍ତି କି, ଦେଶର ସ୍ଥିତି ସଂଗୀନ।

    ଏହି ଅବସରରେ ଅଶୋକ ଗେହଲଟ କହିଛନ୍ତି, ରାଜ୍ୟ ସରକାରମାନଙ୍କୁ ଭାଙ୍ଗି ଦେଶବ୍ୟାପୀ ଚାଲିଥିବା

    ହିଂସା ବ୍ୟାପିଛି।  ବିଭିନ୍ନ ରାଜ୍ୟଗୁଡିକରେ ଜୋଡତୋଡ କରି ସରକାର ଗଡିବାକୁ ଆକ୍ଷେପ କରିଛନ୍ତି ଗେହଲଟ।  ଦେଖନ୍ତୁ କିପରି ଗୋଆ, ମଣିପୁର, କର୍ଣ୍ଣାଟକ, ଏମପି, ମହାରାଷ୍ଟ୍ରରେ ସରକାର ଭାଙ୍ଗି ନିଜେ ସରକାର ଗଢିଛନ୍ତି। ଏହା କଣ କୌଣସି ତାମସା ଚାଲିଛି? ଏପରି କି, ମୋ ସରକାରକୁ ଅବସ୍ଥିର କରିବାକୁ ଚେଷ୍ଟା କରାଯାଇଥିଲା। ଏବେ ଦେଶରେ ବିଜେପି ଚଳାଇଛି କିଣା ବିକାର ସରକାର।  ଏହି ସମ୍ମିଳନୀରେ ସୁପ୍ରିମକୋର୍ଟର ଚିଫ ଜଷ୍ଟିସ ଏମ ଭି ରମନ୍ନା ଓ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ

Back to top button