ayodhya

  • 22 କୋଟି ଟଙ୍କାର ଚେକ୍ ବାଉନସ୍…

    ହଜାର ଦୁଇ ହଜାର ନୁହଁ କି ଲକ୍ଷେ ଦୁଇ ଲକ୍ଷ ନୁହେଁ କି କୋଟିଏ ମଧ୍ୟ୍ୟ ନୁହେଁ । ଶୁଣିଲେ ତାଜୁବ ହୋଇଯିବେ। 22 କୋଟି ଟଙ୍କାର ଚେକ ବାଉନସ୍ । ଅଯୋଧାରେ ରାମ ମନ୍ଦିର ନିର୍ମାଣ ପାଇଁ ଦେଶ ବ୍ୟାପି ନିଧି ସମର୍ପଣ ଯୋଜନାରେ ଭକ୍ତ ମାନେ ଖୁବ ଦାନ କରିଥିଲେ । ଅନେକ ଭକ୍ତ କୋଟି କୋଟି ଟଙ୍କା ମଧ୍ୟ୍ୟ ଦାନ କରିଛନ୍ତି । କିନ୍ତୁ ଏମାନଙ୍କ ମଧ୍ୟ୍ୟରେ ଅନେକ ଭକ୍ତଙ୍କ ଚେକ ବାଉନସ୍ ହୋଇଛି । ଏମିତି ଭକ୍ତ ଙ୍କ ସଂଙ୍ଖ୍ୟା 15 ହଜାରରୁ ଅଧିକ । ବାଉନସ୍ ହୋଇଥିବା ଚେକ ଗୁଡିକର ମୁଲ୍ୟ 22 କୋଟି । ବିଶ୍ବ ହିନ୍ଦୁ ପରିଷଦ ପ୍ରତି ରାଜ୍ୟର ସବୁ ଜିଲ୍ଲା ଏବେ ନିଧି ସମର୍ପଣ ଯୋଜନା ଅନୁଯାୟୀ ଦାନ ସଂଗ୍ରହ କରାଯାଇଥିଲା । ପରିଷଦ ଜିଲ୍ଲା ଶାଖା ଗୁଡିକ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ 3400 କୋଟି ଟଙ୍କା ଦାନ ସୁତ୍ରରେ ମିଳିଛି । 22 କୋଟି ଟଙ୍କାର ଚେକ ବାଉନସ୍ ହୋଇଚି । କେଉଁ କାରଣରୁ ଚେକ ବାଉନସ୍ ହେଲା ପ୍ରକାଶ କରାଯାଇନାହିଁ । ବାଉନସ୍ ଚେକ ଅଲଗା ରଖି ପରିଷଦ ପକ୍ଷରୁ ଆଉ ଏକ ରିପୋର୍ଟ ପ୍ରକାଶ କରାଯାଉଛି ।

    ରିପୋର୍ଟ ପ୍ରସ୍ତୁତ ହେଲା ପରେ କେଉଁ କାରଣରୁ ଚେକ ବାଉନସ୍ ହେଲା ଜଣାପଡିବ । ହୁଏତ ବୈଷିୟକ କାରଣରୁ ଚେକ ବାଉନସ୍ ହୋଇଥାଇପାରେ । ସେ କ୍ଷେତ୍ର ରେ ବ୍ୟାଙ୍କ ମାନଙ୍କ ସହ ଆଲୋଚନା କଲା ପରେ ଚେକ୍ ଜମା କରାଯାଇଥାଏ । ଉଲ୍ଲେଖନୀୟ କଥା ହେଲା ବାଉନସ୍ ହୋଇତିବା ଅଧିକାଂମଶ ଚେକ ଅଯୋଧ୍ୟା ଜିଲ୍ଲାରୁ ମିଳିଥିଲା । ଏଗୁଡିକ ସଂଙ୍ଖ୍ୟା 2 ହଜାରରୁ ଅଧିକ । ବିଭିନ୍ନ ରାଜ୍ୟରୁ ମିଳିଥିବା ଚେକ ମଧ୍ୟ୍ୟରୁ 15 ହଜାରରୁ ଅଧିକ ଲୋକଙ୍କ ଚେକ ଫେରାଇ ଦିଆଯାଇଛି । ବ୍ୟାଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ଅର୍ଥ ନଥିବା ଏହାର କାରଣ । ଶ୍ରୀରାମ ମନ୍ଦିର ପାଇଁ 1 ଲକ୍ଷ ରୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାନ କରିଥିବା ବ୍ୟକ୍ତି ଙ୍କ ସଂଖ୍ୟା 31 ହଜାର 663 । 5 ଲକ୍ଷ ରୁ 10 ଲକ୍ଷ ଟଙ୍କା ଦାନ କରିତିବା ବ୍ୟକ୍ତି ଙ୍କ ସଂଙ୍ଖ୍ୟା 1428 । 950 ଜଣ ବ୍ୟକ୍ତି ଜଣ ପିଛା 10 ଲକ୍ଷ ରୁ 25 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାନ କରିଛନ୍ତି । 25 ଲକ୍ଷ ରୁ 50 ଲକ୍ଷ ଦାନ କରିଥିବା ଶ୍ରଦ୍ଧାଳୁ ଙ୍କ ସଂଙ୍ଖ୍ୟା 123 । 127 ଜଣ ଶ୍ରଦ୍ଧାଳୁ ଜଣ ପିଛା 50 ଲକ୍ଷ ରୁ 1 କୋଟି ଟଙ୍କା ପର୍ଯ୍ୟନ୍ତ ଦାନ କରିଛନ୍ତି । 1 କୋଟି ରୁ ଅଧିକ ଟଙ୍କା ଦେଇଥିବା ଦାତା ହେଉଛନ୍ତି 74 ଜଣ । ଭଗବାନ ଙ୍କ ଦାନରେ ଲୋକ ଚେକ ବାଉନସ୍ କରିଛନ୍ତି ।କାରଣ ଜଣାପଡିଲେ ଷ୍ପଷ୍ଟ ହେବ ।

    • ସ୍ମରିଜିତ ଆର୍ଯ୍ୟ ଙ୍କ ରିପୋର୍ଟ
Back to top button