କେନ୍ଦ୍ରାପଡା

ପୈାରାଳିକାର ବିକାଶ ଓ ଉନ୍ନତିର ଲୋକାର୍ପିତ ଉତ୍ସବ

କେନ୍ଦ୍ରାପଡା : କେନ୍ଦ୍ରାପଡା ପୈାର ପରିଷଦ ତରଫରୁ ରଣପଡା ଠାରେ ନିର୍ମାଣ କରାଯାଇ ଥିବା ନୂତନ ମଡେଲ ଶ୍ମଶାନ ସହିତ ହଜାରି ବଗିଚା ଠାରେ ଆହାର କେନ୍ଦ୍ର, ତିନିମୁହାଣୀ ଠାରେ ବିଜୁ ପଟ୍ଟନାୟକ ସ୍ମାର୍ଟ ପାର୍କ ନିର୍ମାଣ କରାଯାଇଛି । ଗୁରୁବାର ୩ ଗୋଟି ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାନ୍ୟବର ସାଂସଦ ଅନୁଭବ ମହାନ୍ତି, ମାନ୍ୟବର ମନ୍ତ୍ରୀ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ପ୍ରତାପ କେଶରୀ ଦେବ, ମାନ୍ୟବର ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ, ସମବାୟ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗୀତାଞ୍ଜଳୀ ସେଠୀ, ପୈାର ଅଧ୍ୟକ୍ଷା ସରିତା ସାହୁ, ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଦ୍ୱାରା ଲୋକାର୍ପିତ କରାଯାଇଛି । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ପୈାରାଂଚଳ ର ପୈାର ଉପାଧ୍ୟକ୍ଷା ଆକବରୀ ଖାତୁନ, ଉପଜିଲ୍ଲପାଳ ନିରଞ୍ଜନ ବେହେରା, ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ବରିଷ୍ଠ ସମାଜସେବୀ ରଞ୍ଜିତ ସାହୁ, ଅଜୟ ରାଉତ, ମୁରଲୀ ସେଠୀଙ୍କ ସମେତ ରାଜେଶ ପଣ୍ଡା, ଦେବଦାସ ମହାନ୍ତି, ଧିରେନ ସାହୁ, ପ୍ରଦିପ ମହାନ୍ତି, ଆଇନଜୀବି ତଥା ଜିଲ୍ଲା ବିଜେଡି ଲିଗାଲ ଫଣ୍ଡ କାର୍ଯ୍ୟକାରୀ ସଭାପତି ସଂଜୟ ଜେନା, ମିଶନ ଶକ୍ତି ମହିଲା ମଣ୍ଡଳର ସଦସ୍ୟ ମାନେ, ସମସ୍ତ କାଉନନସିଲର ସମେତ ଭାବଗ୍ରାହୀ ପତି, ଗୈାରାଙ୍ଗ ବେହେରା, ଜଗନ୍ନାଥ ସାହୁ, ନିହାର ରଞ୍ଜନ ମହାପାତ୍ର, ବହୁ ଦଳୀୟ କର୍ମୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button