BLAST

  • ଇସ୍ତାନବୁଲ ବିସ୍ଫୋରଣରେ ୬ ମୃତ

    ନୂଆଦିଲ୍ଲୀ: ତୁର୍କୀର ଇସ୍ତାନବୁଲରେ  ବଡ଼ ଧରଣର ଆତଙ୍କୀ ଆକ୍ରମଣ । ଭୟଙ୍କର ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ବିସ୍ଫୋରଣର ଭୟାବହତାକୁ ନେଇ ମୃତ୍ୟୁ ସଂଖ୍ୟା  ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।

    ଇସ୍ତାନବୁଲର ଇସ୍ତିକାଲରେ ଥିବା ବ୍ୟସ୍ତବହୁଳ ମାର୍କେଟ ଏରିଆରେ ଏହି ବିସ୍ଫୋରଣ ହୋଇଛି । କେହି କିଛି ଭାବିବା ପୂର୍ବରୁ ଭୟଙ୍କର ବିସ୍ଫୋରଣରେ ଥରି ଉଠିଥିଲା ଏହି ଅଞ୍ଚଳ । ଚାହୁଁ ଚାହୁଁ ଚାରି ଆଡ଼େ ଧୂଆଁ ଭର୍ତ୍ତି ହୋଇ ଯାଇଥିଲା । ଇସ୍ତାନବୁଲର ଏହି ଅଞ୍ଚଳକୁ ପୂର୍ବରୁ ମଧ୍ୟ ଟାର୍ଗେଟ କରିଥିଲେ ଆଇଏସ୍ ଆତଙ୍କବାଦୀ ସଙ୍ଗଠନ । ୬ ବର୍ଷ ପୂର୍ବରୁ ଆଇଏସ୍ ଆତଙ୍କବାଦୀ ହମଲାରେ ପ୍ରାୟ ୫୦୦ ଜଣଙ୍କ ମୃତ୍ୟୁ ହୋଇଥିଲା । ୨ ହଜାରରୁ ଅଧିକ ଆହତ ହୋଇଥିଲେ ।

  • କଲମ୍ବିଆ: ଆତଙ୍କୀ ଆକ୍ରମଣରେ ୮ ପୁଲିସ ମୃତ

    ବୋଗଟା: କଲମ୍ବିଆରେ  ପୁଲିସ ଉପରେ ଆକ୍ରମଣ ହୋଇଛି। ପୁଲିସ ଗାଡି ଉପରେ ଆତଙ୍କବାଦୀ  ବିସ୍ଫୋରଣ କରିବା ଫଳରେ ୮ ଜଣ ପୁଲିସ କର୍ମୀଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ଏପରି ଘଟଣା ଘଟିଛି। ଏସମ୍ପର୍କରେ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ

    ରାଷ୍ଟ୍ରପତି ଏହି ଘଟଣାକୁ ଦୃଢ଼ ଭାବେ ନିନ୍ଦା କରିବା ସହ ମୃତକଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି। ଦେଶରେ ଶାନ୍ତି ଭଙ୍ଗ କରିବା ପାଇଁ ପ୍ରୟାସକୁ ରାଷ୍ଟ୍ରପତି ଘୋର ନିନ୍ଦା କରିଛନ୍ତି।

    ଇଭାନ ଡ୍ୟୁକ୍‌  ବୋଗୋଟା ସ୍ଥିତ ପୁଲିସ୍ ଏକାଡେମୀ ଉପରେ ୨୦୧୯ରେ କାର୍ ବୋମା ଆକ୍ରମଣ କରିଥିଲେ । ଏଥିରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା।

  • ମସଜିଦରେ ବିସ୍ଫୋରଣ, 20 ମୃତ

    କାବୁଲ: ଆଫଗାନିସ୍ତାନର ହେରାନ୍ତ ପ୍ରଦେଶର ଏକ ମସଜିଦରେ ବିସ୍ଫୋରଣ। ଶୁକ୍ରବାର ଦିନ ଗୁଜରଗାହ ମସଜିଦରେ ଏହି ବିସ୍ଫୋରଣ ଘଟିଛି। ଏହି ଘଟଣାରେ 20ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 200ରୁ ଅଧିକ ଲୋକ ଆହାତ ହୋଇଛନ୍ତି।

    ଏକ ରିପୋର୍ଟ ଅନୁଯାୟୀ, ଏହି ବିସ୍ଫୋରଣ ମସଜିଦରେ ଜୁମା ନମାଜ ପଢାସରିବା ପରେ ହୋଇଥିଲା। ତେବେ ମସଜିଦରେ ହୋଇଥିବା ଏହି ବର୍ବରତା ଆକ୍ରମଣରେ ଦେଶର ସବୁଠାରୁ ଶକ୍ତିଶାଳୀ ତଥା ସାହାସୀ ଧାର୍ମିକ ଗୁରୁ ମୌଲବୀ ମୁଜୀବ ଏବଂ ରହମାନ ଅଂସାରୀଙ୍କୁ ହତ୍ୟା କରାଯାଇଛି। ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ଅପରାଧିଙ୍କୁ କେବେବି ରକ୍ଷା ମିଳିବ ନାହିଁ ବୋଲି ତାଲିୱାନର ଜଣେ ମୁଖ୍ୟପାତ୍ର କହିଛନ୍ତି।

    • ଶୁଭଲକ୍ଷ୍ମୀ ସାହିଙ୍କ ରିପୋର୍ଟ
  • ବାଣ କାରଖାନାରେ ବିସ୍ଫୋରଣ: ୧ ମୃତ

    ମିରଟ: ମିରଟର ଏକ ବାଣ କାରଖାନାରେ ବିସ୍ଫୋରଣ। ଶୁକ୍ରବାର ମିରଟରେ ଥିବା ବାଣ କାରଖାନାରେ ବିସ୍ଫୋରଣ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

    ଉତ୍ତରପ୍ରଦେଶର ମିରଟରେ ଥିବା ଏକ ବାଣ କାରଖାନାରେ ଶୁକ୍ରବାର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଫଳରେ କାରଖାନା ଭିତରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି।  ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି।

    ପ୍ରାରମ୍ଭିକ ସୂଚନା ଅନୁଯାୟୀ, ରୋହତା ଥାନା ଅଧୀନରେ କାରଖାନାଟି ବେଆଇନ ଭାବେ ଚାଲୁଥିଲା। ବିସ୍ପୋରଣ ସମ୍ପର୍କରେ ଅଧିକ ସୂଚନା ମିଳିପାରି ନାହିଁ।

  • ରାଜଧାନୀରେ ପୁଣି ବୋମାମାଡ଼

    ରାଜଧାନୀରେ ପୁଣି ବୋମାମାଡ଼ । ଏୟାରଫିଲ୍ଡ ଥାନା ଅନ୍ତର୍ଗତ ମାଳିସାହି ଗାଁରେ ବୋମାମାଡ଼ ହୋଇଛି। ଏହି ବୋମାମାଡରେ ୨ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତିକରାଯାଇଛି । ସେପଟେ ଘଟଣା କୁ ନେଇ ଛାନବୀନ କରୁଛି କମିଶନରେଟ ପୋଲିସ । ବୋମାମାଡ କରିଥିବା ଯୁବକ ଜଣକ ଅକ୍ଷୟ ସାହୁ ବୋଲି ଜଣାପଡିଛି । ଅଭିଯୁକ୍ତ ଅକ୍ଷୟ ହେଉଛି ଜଣେ ପେଶାଦାର ଅପରାଧି । ଅକ୍ଷୟ ପ୍ରଥମେ ଏକ ଖାଲି ସ୍ଥାନରେ ବୋମା ବିସ୍ପୋରଣ କରିଥିଲା । ଏହା ଦେଖି ସ୍ଥାନୀୟ ଲୋକମାନେ ଅକ୍ଷୟକୁ ବିରୋଧ କରିଥିଲେ । ଅକ୍ଷୟ ଲୋକଙ୍କ ଠାରୁ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଲୋକଙ୍କୁ ବୋମା ଫିଙ୍ଗି ଥିଲା । ଏଥିରେରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଖୁବଶିଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କହିଛନ୍ତି ଡିସିପି ।

  • ଆଫଗାନିସ୍ତାନରେ ଥମୁନି ବିସ୍ଫୋରଣ

    କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲସ୍ଥିତ ଏକ ମସ୍‌ଜିଦ ନିକଟରେ ବୋମା ବିସ୍ଫୋରଣ ହୋଇ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି। ମସ୍‌ଜିଦ ନିକଟରେ ଠିଆହୋଇଥିବା ଏକ କାରରେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ପାଇଁ ଆଇଏସ ନିଜକୁ ଦାୟୀ କରିଛି। ଆଫଗାନିସ୍ତାନରେ ଏହି ଆତଙ୍କବାଦୀ ସଂଗଠନ ସକ୍ରିୟ ରହିଆସୁଛି। ସେହି ପରି ବିସ୍ଫୋରଣ ଘଟଣା ଘଟି ଚାଲିଛି।

    କାବୁଲ ପୁଲିସ ଅନୁଯାୟୀ ତାଲିବାନ ଦ୍ବାରା ନିଯୁକ୍ତ ପ୍ରବକ୍ତା ଖାଲିଦ ଜାଦରାନଙ୍କ ଅନୁଯାୟୀ, କାବୁଲର ଶିୟା ବହୁଳ ସରେ କରିଜ କ୍ଷେତ୍ରରେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ପ୍ରାରମ୍ଭିକ ରିପୋର୍ଟରେ ୨ ଜଣଙ୍କ ମୃତ୍ୟୁ ନେଇ ସୂଚନା ମିଳିଥିଲା, କିନ୍ତୁ ଗୁରୁତର ଆହତଙ୍କ ମଧ୍ୟରୁ ଆଉ ୬ ଜଣଙ୍କର ମୃତ୍ୟୁ ହୋଇଥିଲା।

    ସାର୍ବଜନୀନ ସ୍ଥାନରେ ହୋଇଥିବା ବିସ୍ଫୋରଣକୁ ନେଇ ଦେଶର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜୁଲାଇ ୩୦ରେ କାବୁଲର ଏକ କ୍ରିକେଟ ମ୍ୟାଚ ସମୟରେ ଏକ ବିସ୍ଫୋରଣ ହୋଇଥିଲା। ତେବେ ଏହା ଏକ ଆତ୍ମଘାତୀ ବିସ୍ଫୋରଣ ଥିଲା। ଏହାକୁ ନେଇ ଷ୍ଟାଡିୟମ ଭିତରେ ଧାଁ ଦୌଡ ଆରମ୍ଭ ହୋଇଯାଇଥିଲା। ଦୁଇ ପକ୍ଷର ଖେଳାଳିଙ୍କୁ ତୁରନ୍ତ ବଙ୍କର ଭିତର ଦେଇ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ଏହି ବିସ୍ଫୋରଣରେ କିଛି ଲୋକଙ୍କର ମୃତ୍ୟୁ ହେବା ସହ କିଛି ଲୋକ ଆହତ ହୋଇଥିଲେ।

    ସେହିପରି ଜୁନ ୧୨ ତାରିଖରେ ମଧ୍ୟ  କୁନାରରେ ଏକ ବିସ୍ଫୋରଣ ହୋଇଥିଲା। ଏଥିରେ ଜଣେ ତାଲିବାନୀ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଥିଲା। ବହୁ ଲୋକ ମଧ୍ୟ ଆହତ ହୋଇଥିଲେ। କୁନାରର କେନ୍ଦ୍ର ଅସଦାବାଦ ସହରରେ ତାଲିବାନୀ ସୁରକ୍ଷା ବଳଙ୍କ ବାହନ ଯାଉଥିବା ବେଳେ ଲ୍ୟାଣ୍ଡ ମାଇନ ସଂସ୍ପର୍ଶରେ ଆସି ଏହି ବିସ୍ଫୋରଣ ହୋଇଥିଲା। ଏହା ପୂର୍ବରୁ ସ୍ପିନ ବୋଲ୍ଡକ ଜିଲ୍ଲାରେ ହୋଇଥିବା ଏକ ବିସ୍ଫୋରଣରେ ୫ ଜଣ ତାଲିବାନୀଙ୍କ ସହ ଏକ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହା ଏକ ଆଇଇଡି ବିସ୍ଫୋରଣ ଥିଲା।

    ୨୦୧୪ରୁ କାବୁଲର ପଶ୍ଚିମ ପ୍ରାନ୍ତର ସର ଏ କରିଜରେ ଶୁକ୍ରବାର ହୋଇଥିବା ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ୧୮ ଜଣ ଆହତ ହୋଇଛନ୍ତି। ମୁଖ୍ୟତଃ ରାସ୍ତାଚଲା ଲୋକଙ୍କୁ ଲକ୍ଷ୍ୟ କରି ରାସ୍ତାକଡରେ ଏକ ଠେଲା ଗାଡିରେ ରଖା ଯାଇଥିଲା। ଏହି ବିସ୍ଫୋରଣ ଆଇଏସ ଦ୍ବାରା ହୋଇଥିବା ବେଳେ ବହୁଲୋକ ଆହତ ହୋଇଥିଲେ। ୨୦୧୪ରୁ ଆଫଗାନିସ୍ତାନର ସୁରକ୍ଷା ପ୍ରତି ଆଇଏସ ଏକ ଗମ୍ଭୀର ଚ୍ୟାଲେଞ୍ଜ ହୋଇ ଠିଆହୋଇଛି।

Back to top button