bollywood star

  • ନଗ୍ନ ଫୋଟୋସୁଟ କରି ରଣବୀର ସିଂ ଅଡୁଆରେ

    ବଲିଉଡ ଅଭିନେତା ଅଭିନେତ୍ରୀ ମାନେ ବିଭିନ୍ନ ପୋଜ ରେ ଫଟୋ ଉଠାଇ ପୋଷ୍ଟ କରିବା କିଛି ନୁଆ କଥା ନୁହେଁ । ଏହି ଫଟୋ କୁ ଦର୍ଶକ ମାନେ ବହୁ ମାତ୍ରାରେ ଦେଖିଥାନ୍ତି । ଖାଲି ଦେହରେ ଫଟୋ ଉଠାଇ ପୋଷ୍ଟ କରିବା ରେ ସଞ୍ଜୟ ଦତ୍ତ , ସଲମନ ଖାନ , ସନ୍ନି ଦେଓଲ , ସୁନୀଲ ସେଟ୍ଟୀ, ଅକ୍ଷୟ କୁମାର , ଏପରି ବହୁ ଅଭିନେତା ଅଛନ୍ତି । ତାଙ୍କ ଫଟୋ ନେଇ ଚାରିଆଜେ ଚର୍ଚ୍ଚା ହୁଏ । ସବୁଠାରୁ ଚର୍ଚ୍ଚାରେ ରହନ୍ତି ସଲୁ ମିୟାଁ ଓରଫ ଭାଇ ଜାନ ।

    କିନ୍ତୁ ଫଟୋ ଉଠାଇଲେ ଅଡୁଆ ହେବ ଏ କଥା କେବେ ବିଶ୍ୱାସ କରିନଥିବେ ବଲିଉଡ ଅଭିନେତା । ଖାଲି ଦେହରେ ଫଟୋ ଉଠାଇ ପୋଷ୍ଟ କରିବା ପରେ ବଲିଉଡ ଅଭିନେତା ରଣବୀର ସିଂଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଏ ନେଇ ମୁମ୍ଭାଇ ର ଚେମ୍ଭୁର ଥାନାରେ ମାମଲା ରୁଜୁ ହୋଇଛି । କୁହାଯାଇଛି ଏଭଳି ଫୋଟ ମହିଳା ମାନଙ୍କ ଭାବନା ପ୍ରତି ଆଘତ ଦେଇଛି । ରଣବୀର ସିଂ ଖାଲି ଦେହରେ ପ୍ରଥମେ ଫଟୋ ସୁଟକରି ଏହାକୁ ନିଜ ଇନଷ୍ଟାଗ୍ରାମଆକାଉଣ୍ଟରେ ପୋଷ୍ଟ କରିଥିଲେ । କିଛି କଳାକରା ଏହାକୁ ସପୋର୍ଟ କରିଥିଲେ । ଏହି ଫଟୋ କୁ ନେି ବିବାଦ ଦେଖାଦେବା ପରେ ଅର୍ଜୁନ କପୁର ଓ ଅଲିଆ ଭଟ୍ଟ ରଣବୀରଙ୍କ ସମର୍ଥନରେ ବାହାରିଥିଲେ ।

    ଏ ନେଇ ଆଲିଆ ଭଟ କହିଥିଲେ ମୋ ପସନ୍ଦର ଅଭିନେତା ବିରୋଧରେ ନାଁ ମୁଁ କିଛି ଶୁଣିପାରିବି ନାଁ ତାକୁ ନେଇ ପ୍ରଶ୍ନ ଉଠିଲେ ମୁଁ ସହ୍ୟ କରିପାରିବି । ସେ ପଟେ ଅର୍ଜୁନ କପୁର କହିଛନ୍ତି ରଣୀବର ଯାହା କରିଛନ୍ତି ତାଙ୍କ ଇଛାରେ କରିଛନ୍ତି । ତାଙ୍କୁ ଯାହା ଠିକ ଲାଗିଲା ସେ କରିଛନ୍ତି । ତେଣୁ ତାଙ୍କୁ ନେଇ ପ୍ରଶ୍ନ ଉଠାଇବାର ଆବଶ୍ୟକତା ନାହିଁ ।

    ଖାଲି ସେତିକି ନୁହେଁ ଏହି ଫଟୋକୁ ନେଇ ରଜାନୀତି ଆରମ୍ଭ ହୋଇଛି । ସମାଜବାଦୀ ପାର୍ଟୀ ମହାରାଷ୍ଟ୍ର ମୁଖ୍ୟ ଆବୁ ଆଜମୀ ଟୁଇଟ୍ କରି ଏଭଳି ଫଟୋକୁ ନେଇ ପ୍ରଶ୍ନ କରିଛନ୍ତି । ସେ ଲେଖିଛନ୍ତି ଯେ ସର୍ବସାଧାରଣ ସ୍ଥାନରେ ଖୋଲା ଦେହରେ ଫଟୋ ଉଠାଇ ପୋଷ୍ଟ କରିବା କଳା ନା ସ୍ୱାଧୀନତା । ଯଦି ଏଭଳି କରାଯାଇପାରିବ ତାହେଲେ ସରକାର ହିଜାବ ଉପରେ କାହିଁକି ଚାପ ପକାଉଛନ୍ତି ।

    • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
  • କାହିଁକି ସମ୍ମାନିତ ହେଲେ ଅକ୍ଷୟ ?

    ଅଧିକ ଟ୍ୟାକ୍ସ ଦେଇ ସମ୍ମାନିତ ହେଲେ ବଲିଉଡ ଅଭିନେତା ନେତା ଅକ୍ଷୟ କୁମାର । ହିନ୍ଧୀ ଫିଲ୍ମିର ସବୁଠଉ ଅଧିକ ଟ୍ୟାକସ ଦେଉଥିବା ଅଭିନେତା ହେଉଛନ୍ତି ଅକ୍ଷୟ କୁମାର । ଏଥିପାଇଁ ତାଙ୍କୁ ଇନକମ ଟ୍ୟାକସ ଡିପାର୍ଟମେଣ୍ଟ ପକ୍ଷରୁ ସମ୍ମାନିତ କରାଯାଇଛି । ଇନକମ ଟ୍ୟାକ୍ସ ବିଭାଗ ଅକ୍ଷୟ ଙ୍କୁ ସମ୍ମାନିତ କରିଥିବା ସାର୍ଟିଫିକେଟ ଏବେ ସୋସିଆଲ ମିଡିଆରେ ଭାଇରାଲ େହବାରେ ଲାଗିଛି । ଚଳିତ ବର୍ଷ ୨୯.୫ କୋଟି ଟଙ୍କା ଇନକମ ଟ୍ୟାକ୍ସ ଆୟକର ଦେଇଛନ୍ତି ।ଲଗାତାର ୫ ବର୍ଷ ଧରି ବଲିଢ ଇଣ୍ଡଷ୍ଟ୍ରିରେ ସର୍ବାଧିକ ଟ୍ୟାକ୍ସ ଦେଉଥିବା ସେଲିବ୍ରେଟି ।

    ସେହପରି ସାଉତ ଫିଲ୍ମି ଇଣ୍ଡଷ୍ଟ୍ରୀର ହାଇଷ୍ଟେ ଟ୍ୟାକ୍ସ ପେୟର ହେଉଛନ୍ତି ସାଉଥହିରୋ ରଜନୀକାନ୍ତ । ତାଙ୍କୁ ମଧ୍ୟ୍ୟ ସମ୍ମାନିତ । ଚେନ୍ନାଇ ରେ ଇନକମ ଟ୍ୟାକ୍ସ ଡେ ସେଲିବ୍ରେସନ ଅବସରରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ରାଜ୍ୟପାଳ ତାଲିମସାଇ ସୌନ୍ଦରରାଜନଙ୍କ ଠାରୁ ରଜନୀକାନ୍ତ ଙ୍କ ଝିଅ ଐଶ୍ଚର୍ଯ୍ୟା ଏହି ସମ୍ମାନ ଗ୍ରହଣ କରିଥିଲେ ଏହାକୁ ସେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲର ରେ ପୋଷ୍ଟ କରିଛନ୍ତି ।

    ଅକ୍ଷୟକୁମରା ଖାଲି ହାଇଷ୍ଟେ ଇନକମ ଟ୍ୟାକ୍ସ ପେୟର ଭାବରେ ତାଙ୍କର ନାଁ ରହିଛି ସେ କଥା ନୁହେଁ । ଦେଶର ଅନକେ ବିପଦ ପ୍ରାକୃତିକ ବିପର୍ଯ୍ୟୟ ଓ ବଲିଉଡ ଅଇିନେତା ମାନଙ୍କ ମଧ୍ୟ୍ୟରେ ଶୃଙ୍ଖଳିତ ଜୀବନଯାପନ କରିବାଲେ ଏକ ନମ୍ଭର ମଧ୍ୟ୍ୟ । ସେ ଏକ ମାତ୍ର ବଲିଉଡ ଅଭିନେତା ଯିଏକି ଆମି। ସେବନ ବହୁ ବର୍ଷ ହେବା କରୁନାହାଁନ୍ତି । ଭୋର ୪ ଟାରୁ ଉଠି ଦୈନିକ ଭାବରେ ବ୍ୟାୟମ କରନ୍ତି ନିଜକୁ ସୁସ୍ଥ ରହିବା ପାଇଁ ଅନ୍ୟ ମାନଙ୍କୁ କରିବା ପାଇଁ ମଧ୍ୟ୍ୟ ବାର୍ତ୍ତା ଦିଅନ୍ତି ଷ

    • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
  • ପୁଣି ସଲମାନ ଖାନଙ୍କୁ ଝଟକା

    ଲିଉଡ ସୁପରଷ୍ଟାର ଅଭିନେତା ସଲମାନ ଖାନଙ୍କୁ ଝଟକା । ସବୁବେଳେ ବିବାଦରେ ରହିଆସିଥିବା ସଲମାନଙ୍କୁ ଏଥର କୋର୍ଟରୁ ଝଟକା ମିଳିଛି । ପଡୋଶୀଙ୍କ ବିରୋଧରେ ସଲମାନ ମାନହାନୀ ମାମଲା ଆଣିଥିଲେ । ଯାହାକୁ ଖାରଜ କରିଛନ୍ତ ମୁମ୍ବାଇ କୋର୍ଟ । କିଛି ଦିନ ତଳେ ସଲମାନଙ୍କ ପଡୋଶୀ କେତନ କକ୍କଡ ସଲମାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ତେବେ ଏହାଦ୍ୱାରା ତାଙ୍କର ମାନହାନୀ ହେଉଛି ବୋଲି ସଲମାନ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯେତେବେଳେ କି କେତନ କରିଥିବା ଅଭିଯୋଗର ପ୍ରମାଣ କୋର୍ଟଙ୍କ ସମ୍ମୁଖରେ ରଖିଛନ୍ତି ।
    ତେବେ ମାମଲା ତଦନ୍ତ ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି କୋର୍ଟ କହିଛନ୍ତି । ମାନହାନୀ ପାଇଁ ଉଦ୍ଦିଷ୍ଟ ଗ୍ୟାଗ୍ ଅର୍ଡରର ଅନ୍ତିମ ଆବେଦନ ଏଥିସହ ଖାରଜ ହୋଇଥିବା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବାସୀ ଭାରତୀୟ କେତନ କକ୍କଡ ଅଧିକାଶ ସମୟ ଦେଶ ବାହାରେ ରୁହନ୍ତି । ଯାହାର ଫାଇଦା ଉଠାଇ ସଲମାନ ତାଙ୍କ ଘର ଓ ଜାଗାକୁ ବ୍ୟକ୍ତିଗତ ଫାଇଦାରେ ଳଗାଉଥିବା କକ୍କଡ ଅଭିଯୋଗ କରିଥିଲେ । ଏହାପରେ ସଲମାନ କକ୍କଡଙ୍କ ବିରୋଧରେ ମାନହାନୀ ମାମଲା ଆଣିଥିଲେ । ଯାହାକୁ ଖାରଜ କରିବା ପରେ ସଲମାନଙ୍କୁ ଝଟକା ମିଳିଛି ।

Back to top button