CORONA UPDATE

  • କାୟାବସ୍ତାର କଲାଣି କରୋନା

    ନୂଆଦିଲ୍ଲୀ: ପୁଣି ମୁଣ୍ଡଟେକିଲାଣି କରୋନା । ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା ।  କରୋନାର ସ୍ଥତି ଦେଶରେ ଉଗ୍ରରୂପ ନେଉଥିବା ଦେଖିବାକୁ ମିଳିଛି । ଗତ 24 ଘଣ୍ଟାରେ ଦେଶରେ 3 ହଜାର 16 ଜଣଙ୍କ ଠାରେ ଚିହ୍ନଟ ହୋଇଛି କରୋନା ଭୂତାଣୁ । ଏହା ପରେ  ରାଜ୍ୟଗୁଡିକୁ ସତର୍କତା ଜାରିକରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । 

    କରୋନାର ଦୈନିକ ସଙ୍କ୍ରମଣ ବଢିବାରେ ଲାଗିଥିବା ବେଳେ ଏବେ ଦେଶରେ ସକ୍ରିୟ ସଙ୍କ୍ରମିତଙ୍କ ସଂଖ୍ୟା 13,509 କୁ ଛୁଇଁଛି । କିଛିଦିନ ହେବ ଲଗାତାର ଭାବେ କରୋନାର ସଂଖ୍ୟା 1000 ତଳକୁ ରହିଥିଲା କିନ୍ତୁ ଏବେ ଏହା 3000 ଟପିଲାଣି । ଗତବର୍ଷ ଅକ୍ଟୋବର 3 ତାରିଖରୁ ଏତେ ସଂଖ୍ୟକ ସଙ୍କ୍ରମିତଙ୍କ ସଂଖ୍ୟା ଦେଖାଦେଇନଥିବା କଥା ସ୍ୱସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

    ତେବେ ରାଜଧାନୀ ଦିଲ୍ଲୀରେ ଦୈନିକ ସଙ୍କ୍ରମିତଙ୍କ ସଂଖ୍ୟା 300 ରେ ପହଞ୍ଚିଥିବାବେଳେ ଜରୁରୀ କାଳୀନ ବୈଠକ ଡାକିଛନ୍ତି ଦିଲ୍ଲୀ ସରକାର । ବିଶେଷଜ୍ଞମାନେ ଏନେଇ ସତର୍କ ରହିବାକୁ କହିଛନ୍ତି। ଭିଡ ଜାଗାକୁ ଗଲେ ମାକ୍ସର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ଏବଂ ଥଣ୍ଡା, କାଶ, ଛିଙ୍କ ହେଲେ ତୁରନ୍ତ ଯାଇ କରୋନା ପରୀକ୍ଷା କରିବା ପାଇ ପରାମର୍ଶ ଦିଆଯାଇଛି । 

  • ଦେଶରେ ପୁଣି କୋରନା ଗ୍ରାଫ ଉପରମୁହାଁ

    ନୂଆଦିଲ୍ଲୀ: ଦେଶରେ ପୁଣି ବଢିବାରେ ଲାଗିଲାଣି କୋରନା ସଂକ୍ରମଣ । ବର୍ତ୍ତମାନ ଭାରତରେ ଏଚ3ଏନ2 ଭୂତାଣୁ ବ୍ୟାପିଥିବା ବେଳେ ଏପଟେ କୋରନା ସଂକ୍ରମଣ ବଢିବା ଚିନ୍ତାର ବିଷୟ ପାଲଟିଲାଣି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 841 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଯାହା ଗତ ଚାରି ମାସ ଭିତରେ ସର୍ବାଧିକ ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ନୂଆ ସଂକ୍ରମିତଙ୍କୁ ମିଶାଇଲେ ଦେଶରେ ବର୍ତ୍ତମାନ ସକ୍ରିୟ କୋରନା ସଂଖ୍ୟା  5,389 ରେ ପହଞ୍ଚିଛି ।

    ଅନ୍ୟପଟେ ଦିନକରେ ଝାରଖଣ୍ଡ ଓ କେରଳରେ ଜଣେ ଲେଖା ମୃତ୍ୟୁବରଣ କରିଛନ୍ତି ।  ଦେଶରେ ସମୁଦାୟ କୋରନା ସଂକ୍ରମଣ ସଂଖ୍ୟା 4.46 କୋଟିରେ ପହଞ୍ଚିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ସୂଚନା ଦିଆଯାଇଛି । ତେବେ ଦେଶରେ ଖାସକରି କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଗୁଜୁରାଟରେ ସଂକ୍ରମଣ ସଂଖ୍ୟା ଅଧିକ ରହିଛି ।

Back to top button