ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତ ଦେହ ଉଦ୍ଧାର କଲା ଦିଲ୍ଲୀ ପୋଲିସ । ଗୀତା କଲୋନୀ ପାଖ ଫ୍ଲାଏଓଭର ନିକଟରୁ ଖଣ୍ଡ ବିଖଣ୍ଡିତ ହୋଇ ପଡିଥିବା ମହିଳାଙ୍କ ମୃତ ଦେହକୁ ଉଦ୍ଧାର କରିଛି ପୋଲିସ । ଆଜି ସକାଳ ପ୍ରାୟ ୯.୧୫ ସମୟରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ମହିଳାଙ୍କ ଶରୀରର ବିଭିନ୍ନ ଅଂଶ ଓ ତାଙ୍କ ମୁଣ୍ଡ ଏଠି ସେଠି ବିଛାଡି ହୋଇ ଫ୍ଲାଏଓଭର ନିକଟରେ ପଡିଥିଲା । ଏନେଇ ପୋଲିସ ଟିମ୍ ଅଧିକ ତଦନ୍ତ ଆରମ୍ଭ କରିଛି । ଆହୁରି ମଧ୍ୟ ଫ୍ଲାଏଓଭର ପାଖ ଜଙ୍ଗଲରେ ମହିଳାଙ୍କ ଶରୀରର ଅନ୍ୟ ଅଂଶ ପାଇଁ ଛାନ୍ଭିନ୍ ଚଳାଇଛି ପୋଲିସ ।
crime
-
ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର
-
ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀ ଗିରଫ
ଯାଜପୁର ଧର୍ମଶାଳା ଥାନା କୋତପୁର ପଞ୍ଚାୟତ ସାନରାଏପଡା ଗ୍ରାମରେ ବିବାହର ଦେଢ଼ ମାସ ପରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା। ହତ୍ୟା ଅଭିଯୋଗ ପରେ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ସ୍ୱାମୀକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, କୋତପୁର ପଞ୍ଚାୟତ ସାନରାଏପଡା ଗ୍ରାମର ବେହେରା ସାହିର ନଟ ବେହେରାଙ୍କ ପୁଅ ବାବନ ବେହେରା ଗତ ମେ ମାସରେ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ପଂଚାୟତ ଗୋଡା ଗ୍ରାମର ମମତା ବେହେରାକୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ଗତକାଲି ଘରେ ଶୋଇଥିବା ଅବସ୍ଥାରେ ମମତାର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା। ମମତା ଆତ୍ମହତ୍ୟା କରିଛି ବୋଲି ଶାଶୁ ଘର ଲୋକେ କହିଥିବା ବେଳେ ମୃତ ମମତାର ପରିବାର ଲୋକେ ଯୌତୁକ ପାଇଁ ଶାଶୁ ଘର ଲୋକେ ହତ୍ୟା କରିଥିବା ଗତକାଲି ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ସ୍ୱାମୀ ବାବନ ବେହେରାଙ୍କୁ ଗତକାଲି ଥାନାରେ ଅଟକ ରଖି ପଚରା ଉଚରା କରିଥିବା ବେଳେ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି।
-
ପୋଲିସ୍ ହାତରେ ୬ ବନ୍ଧୁକ କାରବାର ଅପରାଧି
ପେଶାଦାର ଅପରାଧୀଙ୍କୁ ଆୟତ୍ତ କଲା ସମ୍ବଲପୁର ପୋଲିସ । ସମ୍ବଲପୁର ସହରରେ ଆତଙ୍କ ଖେଳାଇଥିବା ୬ ଜଣ ଅପରାଧୀଙ୍କୁ ଧରିଛି ପୋଲିସ । ଏଥି ସହିତ ସେମାନଙ୍କ ପାଖରୁ ୮ଟି ବନ୍ଧୁକ, ୨୨ଟି ଜୀବନ୍ତ ଗୁଳି, ଗୋଟିଏ ଖଣ୍ଡା, ୬ଟି ମୋବାଇଲ ସମେତ ୨ଟି ଦୁଇଚକିଆ ଯାନ ସହ ଏକ କାର ମଧ୍ୟ ଜବତ କରିଛି । ଆହୁରି ମଧ୍ୟ ୧୧ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ପୋଲିସ । ଏନେଇ ସମ୍ବଲପୁର ପୋଲିସ ଅଧିକ ତଦନ୍ତ ଚଳାଇଥିବା ବେଳେ ଏହି ୬ଜଣ ବନ୍ଧୁକ କାରବାର କରୁଥିବାର ଜଣାପଡିଛି ।
-
ପୁଅକୁ ଜେଲ ପଠାଇଲା ବାପା
ବଲାଙ୍ଗୀର: ନିଜ ପୁଅକୁ ଜେଲ ପଠାଇଲା ବାପା । ଘଟଣାଟି ହେଉଛି ବଲାଙ୍ଗୀର ଜିଲ୍ଲା ରାଜୀବନଗର ଗ୍ରାମର । ପୁଅର ଅପରାଧୀକ ବ୍ୟବହାରରୁ ବିରକ୍ତହୋଇ ଥାନାରେ କଲେ ଅଭିଯୋଗ । ଅଭିଯୋଗକୁ ଆଧାର କରି ପୁଅକୁ ଜେଲ କୁ ନେଇ କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ବ୍ୟକ୍ତି ହେଉଛନ୍ତି ନୀଳକଣ୍ଠ ପଟ୍ଟନାୟକ ।
ସୂଚନା ଅନୁଯାୟୀ ପୁଅ ନୀଳକଣ୍ଠ ଓରୋଫ (ଆଲୋକ) ନାଁରେ ହତ୍ୟା ଓ ଲୁଟ ଭଳି ଅପରାଧିକ ମାମଲା ଥିଲା । ଯେଉଁଥିପାଇଁ ସେ ଜେଲ ଯାଇ ଜାମିନରେ ବାହାରିଥିଲେ । କିନ୍ତୁ ପରେ ଘରେ ମଧ୍ୟ ସେହିପରି ବ୍ୟବହାର କରି ଘରର ଆସବାବପତ୍ର ତଥା ଜରୁରୀ କାଳୀନ ସାମଗ୍ରୀକୁ ଭଙ୍ଗାରୁଜା କରିଥିଲେ । ବାପା ଲକ୍ଷୀକାନ୍ତ ଏଥିରେ ଅତିଶ ହୋଇ ଶେଷରେ ଥାନାର ଲିଖିତ ଅଭିଯୋଗ କରିଥିଲେ ।
ବାପାର ଅଭିଯୋଗକୁ ଆଧାର କରି ପୁଅ ଆଲୋକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ପରେ ଲକ୍ଷୀକାନ୍ତଙ୍କ ପାଖରୁ ଗୋଟେ ଦେଶୀ ବନ୍ଧୁକ ସହ ଭୁଜାଲି ଜବତ କରିଛି ପୋଲିସ । ତବେ ଏ ବାବଦରେ ଲକ୍ଷୀକାନ୍ତ ପଟ୍ଟନାୟକ ଓ ପୋଲିସଙ୍କ ଠାରୁ କୌଣସି ପ୍ରତିକ୍ରାୟା ମିଳିପାରିନାହିଁ ।
-
ଡ୍ରେନରୁ ମିଳିଲା ଖଣ୍ଡ ବିଖଣ୍ଡ ଶରୀର
ଦିଲ୍ଲୀ : ନୋଏଡା ର ସେକ୍ଟର 8 ଡ୍ରେନରୁ ମିଳିଲା ମଣିଷ ଶରୀରର ବହୁ ଅଂଶ । ଖବର ପାଇ ପୋଲିସ ସେହି ଖଣ୍ଡ ଗୁଡିକୁ ଉଦ୍ଧାର କରି ପୋଷ୍ଟ ମୋର୍ଟମ ପାଇଁ ଫରେନସିକ ଲ୍ୟାବକୁ ପଠାଇଛି ଏବଂ ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ମୁତାବକ ଦିଲ୍ଲୀର ନୋଏଡାରେ ଗୁରୁବାର ସକାଳେ ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଥିଲା । ଏଠାରେ ଏକ ଡ୍ରେନରେ ମଣିଷ ଶରୀରର ଖଣ୍ଡ ସବୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ଫୋର୍ସ ପହଞ୍ଚି ସେସବୁକୁ ସଂଗ୍ରହ କରିବା ସହ ଲୋକ ମାନଙ୍କୁ ପଚରା ଉଚରା କରିଥିଲା । ଖବର ପ୍ରସାରିତ ହେବା ପରେ ସେଠାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।
ମୃତ ଶରୀର ଟି ସ୍ତ୍ରୀ କିମ୍ବା ପୁରୁଷର ତାହା ପୋଷ୍ଟମୋର୍ଟମ ପରେ ଜଣା ପଡିବ ବୋଲି ଡସିପି ହରିଶଚନ୍ଦ୍ର କହିଛନ୍ତି । ଡିସିପିଙ୍କ କହିବା ମୁତାବକ ମୃତ ଶରୀରକୁ ଦେଖିଲେ ଚାରିରୁ ପାଞ୍ଚଦିନ ପୂର୍ବେ ହତ୍ୟା କରାଯାଇଥାଇପାରେ। କିନ୍ତୁ ସେଠାକାର ଲୋକମାନେ ଏହାକୁ କୌଣସି ମହିଳାଙ୍କର ମୃତ ଶରୀର ବୋଲି ଅନୁମାନ କରୁଛନ୍ତି । ଏବେ ଘଟଣାର ଅଧିକ ତଦନ୍ତ ପାଇଁ ପୋଲିସ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ।
-
କାରରେ ଧକ୍କାମାରି ଘୋଷାଡି ନେବାର ଆଉଏକ ମାମଲା ।
କାରରେ ଧକ୍କାମାରି ଘୋଷାଡି ନେବାର ଆଉଏକ ମାମଲା ।
ନୂଆଦିଲ୍ଲୀ : ଗାଜିଆବାଦରେ ଦେଖିବାକୁ ମିଳିଛି ଆଉ ଏକ ହିଟ୍ ଆଣ୍ଡ ରନ୍ କେସ । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସିସିଟିଭିରେ ରେକର୍ଡ ହୋଇଥିବା ଫୁଟେଜରୁ ଜଣା ପଡୁଛି ଯେ ଜଣେ ଯୁବକ ଚାଲି ଚାଲି କବି ନଗର ଅଞ୍ଚଳରେ ଯାଉଥିବା ବେଳେ ତାଙ୍କୁ ପଛରୁ ଏକ କାର ଆସି ଧକ୍କା ଦେଇଥିଲା ଏବଂ ଯୁବକ ଜଣକ ତଳେ ପଡିଯାଇଥିଲେ । ପଡିଯିବା ପରେ ଡ୍ରାଇଭର କାରଟି ନରଖି ତାଙ୍କୁ ଘୋଷାଡି ନେଇଥିଲେ । ତେବେ ଘୋଷାଡି ନେବାର ଏହି 13 ସେକେଣ୍ଡର ଭିଡିଓଟି ଏବେ ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି
ଘଟଣାଟି 10 ମାର୍ଚ୍ଚର ବୋଲି ଜଣାପଡିଛି ଏବଂ ଘଟଣାକୁ 5 ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କାର ଡ୍ରାଇଭରକୁ ଧରିବାକୁ ଅସଫଳ ରହିଛି । ଘଟଣାରେ ପୀଡିତ ଥିବା 16 ବର୍ଷିଆ ଯୁବକ ଶକିଭ ଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି ବୋଲି ଜଣାପଡିଛି । ଗାଜିଆବାଦର ପୋଲିସ କମିଶନରେଟ କବି ନଗର ଏସପି ଅବିଷେକ ଶ୍ରୀବାସ୍ତବ କହିଛନ୍ତି କି ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି ।
-
ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ ଦେଇଥିବା ପ୍ରଫେସର ଗିରଫ
ହରିଦ୍ବାର: ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ ଦେଉଥିବା ଫେରାର ପ୍ରଫେସରଙ୍କୁ ଗିରଫ କରିଛି ହରିଦ୍ବାର ପୁଲିସ। ହରିଦ୍ବାରର ଭଲ୍ଲା ଇଣ୍ଟର କଲେଜର ପ୍ରିନ୍ସିପାଲଙ୍କ ପକ୍ଷରୁ ପ୍ରଫେସରଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା।
ଗତ ନଭେମ୍ବର ୧୭ ତାରିଖରେ ଭଲ୍ଲା ଇଣ୍ଟର କଲେଜର ପ୍ରନସିପାଲଙ୍କ ପକ୍ଷରୁ ହରିଦ୍ବାରର ନଗର ଥାନାରେ ପ୍ରଫେସର ସୁନିଲ କୁମାରଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ପ୍ରଫେସର ଛାତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗରେ ଉଲ୍ଲେଖ ଥିଲା।
ଅଭିଯୋଗକୁ ଗୁରୁତର ସହ ନେଇ ମୁନସିପାଲ କମିଶନର ଘଟଣାର ତଦନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏସମ୍ପର୍କରେ ପୁଲିସ ସୂତ୍ରରୁ ସୂଚନା ଦିଆଯାଇଥିଲା କି, ଅପରାଧ ସତ୍ୟ ମିଳିବା ପରେ ଅଭିଯୁକ୍ତ ପ୍ରଫେସରଙ୍କୁ ନିଲମ୍ବନ କରାଯାଇଥିଲା ଓ ପୁଲିସ ଏହା ଉପରେ ମାମଲା ରୁଜୁ କରିଥିଲା।
ଏସମ୍ପର୍କରେ ହରିଦ୍ବାର ଏସପି, ରେଖା ଯାଦବ କହିଛନ୍ତି କି, ଅଭିଯୋଗ ପରେ ଫେରାର ହୋଇଯାଇଥିବା ପ୍ରଫେସରଙ୍କୁ ସାହାରନପୁରରୁ ତାଙ୍କ ଭଉଣୀଙ୍କ ଘରୁ ଗିରଫ କରାଯାଇଛି।
-
କୁଆଡ଼େ ଗଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଫାଇଲ୍ ?
କୁଆଡ଼େ ଗଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଫାଇଲ୍। ପୁଲିସ ଏନକାଉଣ୍ଟରରେ ନିହତ ବିକାଶ ଦୁବେର ଫାଇଲ୍ କେମିତି ହଜିଗଲା। କିଏ ହଜାଇଲା। ଏହା ଇଛାକୃତ ନୁହେଁ ତ। ୨୦୨୦ରେ ୟୁପି ପୁଲିସର ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ବିକାଶ ଦୁବେର ରେକର୍ଡ ହଜାଇଦେଇଥିବା ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ ଆକ୍ସନ ନେବାକୁ ସୁପାରିଶ କରିଛନ୍ତି ତଦନ୍ତ କମିଶନ। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବି.ଏସ. ଚୌହ୍ୱାନଙ୍କ ନେତୃତ୍ୱରେ ଗଠିତ ତଦନ୍ତ କମିଶନ ଏହି ସୁପାରିଶ କରିଛନ୍ତି। ସୁପାରିଶ ପଛରେ ଆଧାରକୁ ଦେଖିଲେ ଏଥିରେ ପୁଲିସ ସଂସ୍କାର, ବଦଳି, ପୋଷ୍ଟିଂ, ସିଆରପିସି, ଅନ୍ୟାନ୍ୟ ଆଇନଗତ ସଂସ୍କାର, ସରକାରୀ ଓକିଲ, ପବ୍ଲିକ ପ୍ରସିକ୍ୟୁଟର, ସର୍ଭିସ ଅଫ ସମନ୍, ହ୍ୟାଣ୍ଡକଫ୍, ବିକାଶ ଦୁବେର ଅପରାଧିକ ରେକର୍ଡ ସମ୍ପର୍କିତ ନିଖୋଜ ଫାଇଲ ଅଛି। ଜୁଲାଇ ୨୨, ୨୦୨୦ରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କ ଡ୍ରାଫ୍ଟ ନୋଟିଫିକେସନକୁ ଅନୁମତି ଦେଇଥିଲେ। ଯେଉଁଠି ୩ ଜଣିଆ ତଦନ୍ତ କମିଶନର ନେତୃତ୍ୱ ନେବାକୁ ଅବସରପ୍ରାପ୍ତ ବିଚାରପତି ଚୌହ୍ୱାନଙ୍କୁ ଦାୟିତ୍ୱ ଦିଆଯାଇଥିଲା।
Madhya Pradesh, July 09 (ANI): Police personnel arrest Vikas Dubey, the main accused in the Kanpur encounter case, at the Mahakal temple, in Ujjain on Thursday. (ANI Photo) ଏପ୍ରିଲ ୨୦୨୨ରେ ତଦନ୍ତ କମିଶନ ୟୁପି ପୁଲିସକୁ କ୍ଲିନଚିଟ୍ ଦେଇଥିଲେ। ବିକାଶ ଦୁବେ ଓ ତାହାର ୫ ଜଣ ସହଯୋଗୀଙ୍କୁ ୟୁପି ପୁଲିସ କରିଥିବା ଏନକାଉଣ୍ଟରରେ କୌଣସି ତୃଟି ପାଇନଥିଲେ ତଦନ୍ତ କମିଶନ। ଯୁପି ପୁଲିସର ଭୁଲ୍ଭଟକାକୁ ନେଇ କୌଣସି ପ୍ରମାଣ ବି ପାଇନଥିଲେ ତଦନ୍ତ କମିଶନ। ବିକାଶ ଦୁବେ ଓ ତାହାର ୫ ସହଯୋଗୀଙ୍କୁ ୨୦୨୧ ଜୁଲାଇରେ ପୁଲିସ ଏନକାଉଣ୍ଟର କରିଥିଲା। ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ନିର୍ଦେଶ ଦେଇଥିଲେ କି, ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନକାଉଣ୍ଟର ପରେ ଏହାକୁ ନେଇ ତଦନ୍ତ କମିଶନ କରିଥିବା ସୁପାରିଶକୁ ତୁରନ୍ତ କାର୍ଯ୍ୟକ୍ଷମ କର। ଏପରିକି ତଦନ୍ତ କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରିବାକୁ ସୁପ୍ରିମକୋର୍ଟ ଓ୍ୱେବସାଇଟରେ ଅପଲୋଡ୍ କରିବାକୁ ନିର୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ। ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମଣା, ଜଷ୍ଟିସ କ୍ରିଷ୍ଣା ମୁରାରୀ ଓ ହିମା କୋହଲୀଙ୍କ ଖଣ୍ଡପୀଠ ଏହି ନିର୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ବି ଅନୁପାଳନ କରାଯାଇଥିଲା। କମିଶନଙ୍କ ସୁପାରିଶ ଭିତରେ ରହିଛି ପୁଲିସ ଆଧୁନିକୀକରଣ, ପୁଲିସ ଉପରେ କାମର ଚାପ କମାଇବା, ମହିଳା, ଦୁର୍ବଳ ବର୍ଗ, ଦିବ୍ୟାଙ୍ଗଙ୍କ ପ୍ରତି ମାନବୀୟ ସମ୍ୱେଦଶୀଳତା ମନୋଭାବ ଆପଣାଇବା ଆଦି ଥିଲା।
ଏହା ସହ ପ୍ରୟାଗରାଜ, ଆଗ୍ରା ଓ ମିରଟ୍ ସହରରେ ଅନ୍ୟ ବଡ଼ ସହର ଭଳି କମିଶନରେଟ୍ ସିଷ୍ଟମ ଲାଗୁ କରିବା, ସଂଗଠିତ ଅପରାଧ ନିୟନ୍ତ୍ରଣରେ ସ୍ପେଶିଆଲ ଆକ୍ଟକୁ କାର୍ଯ୍ୟକ୍ଷମ ସହ ସ୍ପେଶିଆଲ ସେଲ୍ ଖୋଲାଯାଉ। ସ୍ଥାନୀୟ ଗୁଇନ୍ଦା ସୂଚନାକୁ ସୁଦୃଢୀକରଣ କରିବା, କୁଖ୍ୟାତ ଅପରାଧୀଙ୍କୁ ଚିହ୍ନଟ ସହ ସେମାନଙ୍କ ଗତିବିଧି ଉପରେ ନିରନ୍ତର ନଜର ରଖିବା, ଅପରାଧକୁ ଚିହ୍ନଟ ଲାଗି ଭିଡିଓଗ୍ରାଫି, ତଦନ୍ତକାରୀ ଅଫିସରଙ୍କ କାର୍ଯ୍ୟାଳୟରେ ପର୍ଯ୍ୟାପ୍ତ ସିସିଟିଭି କ୍ୟାମେରା ଖଞ୍ଜାଯାଉ। ଗୋଟିଏ ଜିଲ୍ଲା କି ଗୋଟିଏ ଜାଗାରେ ଯେମିତି ଅଧିକ ଦିନ କୌଣସି ପୁଲିସ କି ରାଜସ୍ୱ ଅଫିସର ପ୍ରଶାସନିକ କଳକୁ ପ୍ରଭାବିତ କରି ରହିପାରିବେନି, ସେ ନେଇ ସ୍ୱତନ୍ତ୍ର ନୀତି କରନ୍ତୁ ସରକାର। ବିଶେଷ କରି ଆର୍ମ ଲାଇସେନ୍ସ, ଖଣିକୁ ଲାଇସେନ୍ସ ଦେଉଥିବା ଅଧିକାରୀ, ବାଲି ଓ ପଥର ଖଣିକୁ ଲାଇସେନ୍ସ ଦେଉଥିବା ଅଧିକାରୀଙ୍କ କ୍ଷେତ୍ରରେ ଏହାକୁ ଦୃଢ ଭାବରେ ଅନୁପାଳନ ହେଉ। ପୁଲିସ ହେପାଜତରୁ ଅନେକ ସମୟରେ ଅପରାଧୀ ଚମ୍ପଟ ମାରୁଥିବା ଓ ଏହା ପରେ ତାକୁ ଧରିବାକୁ ଯାଇ ଏନକାଉଣ୍ଟର କରିବାକୁ ପଡ଼ୁଥିବା ସ୍ଥିତି ବାବଦରେ ବି କମିଶନ ସୁପାରିଶ କରିଛନ୍ତି। କୋର୍ଟର ଅନୁମତି ନେଇ ହିଁ ଏଭଳି ଅପରାଧୀଙ୍କୁ ହ୍ୟାଣ୍ଡକପ୍ ପକାଇପାରିବେ ପୁଲିସ।
ଟ୍ରାଞ୍ଜିଟ୍ କି ରିମାଣ୍ଡରେ ନେଉଥିଲା ବେଳେ ଅପରାଧୀ ପୁଲିସକୁ ଚକମା ଦେଇ ଖସିଯିବାର ଅନେକ ନଜିର ରହିଛି। ତେବେ ତଦନ୍ତ କମିଶନର ପୁନର୍ଗଠନ କରିବାକୁ ସୁପ୍ରିମକୋର୍ଟରେ ଆଇନଜୀବି ଘନଶ୍ୟାମ ଉପାଧ୍ୟାୟ ପିଆଇଏଲ ଫାଇଲ୍ କରିଥିଲେ। ଏହାକୁ କୋଲ୍ଡ-ବ୍ଲଡେଡ୍ ମର୍ଡର ବୋଲି ଅଭିହିତ କରିଥିଲେ। ତଦନ୍ତ କମିଶନ ପ୍ୟାନେଲ ବିନା ତଦନ୍ତରେ ପୁଲିସକୁ କ୍ଲିନଚିଟ୍ ଦେଇ ଏଭଳି ରିପୋର୍ଟ ତିଆରି କରିଛନ୍ତି। କିନ୍ତୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଓ ବରିଷ୍ଠ ଆଇନଜୀବି ହରିଶ ସାଲଭେ ଏହାକୁ ବିରୋଧ କରିଥିଲେ। ଯିଏ ୟୁପି ସରକାରଙ୍କ ପକ୍ଷରୁ କୋର୍ଟରେ ପ୍ରତିନିଧିତ୍ୱ କରୁଥିଲେ। ତଦନ୍ତ କମିଶନଙ୍କ ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇସାରିଛି। ସେଥିଲାଗି ଏହି ମାମଲାକୁ ଏଇଠି ବନ୍ଦ କରିଦେବା ଉଚିତ୍। ଅଭିଯୋଗ ଓ ପ୍ରତି ଅଭିଯୋଗ ଚାଲିବ। ତିନି ଜଣିଆ ତଦନ୍ତ କମିଶନ ରିପୋର୍ଟ ଦେଇସାରିଛି।
ସମସ୍ତଙ୍କୁ ଏହି ରିପୋର୍ଟରେ ଖୁସି କରାଯିବ ବୋଲି କିଛି ଅର୍ଥ ନାହିଁ। କମିଶନ ରିପୋର୍ଟକୁ ଚ୍ୟାଲେଞ୍ଜ କରିବାର ପ୍ରଶ୍ନ ଉଠୁନି। ଏହା କୌଣସି ରାୟ ନୁହେଁ ଯେ, ଏହା ବିରୁଦ୍ଧରେ ଅପିଲ୍ କରାଯାଇପାରିବ। ତେବେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ଏହି ମାମଲାକୁ ବନ୍ଦ କରିଦେଇଥିଲେ। ତଦନ୍ତ କମିଶନରେ ପୂର୍ବତନ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଶଶୀକାନ୍ତ ଅଗ୍ରଓ୍ୱାଲ ଓ ଅବସରପ୍ରାପ୍ତ ୟୁପିର ଡିଜିପି କେ.ଏଲ.ଗୁପ୍ତା ସଦସ୍ୟ ଥିଲେ। ଜୁଲାଇ ୩, ୨୦୨୦ ମଧ୍ୟରାତ୍ରିରେ ୮ ଜଣ ପୁଲିସ କର୍ମଚାରୀଙ୍କୁ ଆମ୍ୱୁସ୍ କରି ବିକାଶ ଦୁବେ ଓ ତାହାର ସହଯୋଗୀ ଗୁଳି କରି ହତ୍ୟା କରିଥିଲେ। ବିକାଶ ଦୁବେକୁ ଗିରଫ କରିବାକୁ ଡିଏସପି ଦେବେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଯାଇଥିବା ଟିମ୍ ଆମ୍ୱୁସର ଶୀକାର ହୋଇଥିଲା। ଛାତ ଉପରୁ ପୁଲିସ କର୍ମୀଙ୍କ ଉପରକୁ ଗୁଳି କରିଥିଲେ ବିକାଶ ଓ ତାହାର ସହଯୋଗୀ। ଘର ଆଗରେ ବୁଲଡୋଜର ରଖି ଭୁଲ୍ ଗୁଇନ୍ଦା ସୂଚନା ବଳରେ ପୁଲିସକୁ ଚକମା ଦେବାରେ ସଫଳ ହୋଇଥିଲା ଦୁବେ ଗ୍ୟାଙ୍ଗ। ପରେ ଜୁଲାଇ ୧୦ରେ ଦୁବେକୁ ଏନକାଉଣ୍ଟର କରାଯାଇଥିଲା।
ଦୁବେକୁ ଗିରଫ କରି ଉଜ୍ଜୟିନୀରୁ କାନପୁର ନେଉଥିଲା ବେଳେ ପୁଲିସ କବଳରୁ ଖସିବାକୁ ଚେଷ୍ଟା କରିବାରୁ ପୁଲିସ ଗୁଳି କରିଥିଲା। ଆଉ ଏଭଳି ଏନକାଉଣ୍ଟର ପୁଲିସ ଜାଣିଶୁଣି କରିଥିବାର ଅଭିଯୋଗ ହେବାରୁ ଏହାକୁ ନେଇ ତଦନ୍ତ କମିଶନ ଗଠନ କରିଥିଲେ ସୁପ୍ରିମକୋର୍ଟ। ବିକାଶ ଦୁବେକୁ ଏନକାଉଣ୍ଟର ଆଗରୁ ତାହାର ୫ ସହଯୋଗୀଙ୍କୁ ଏନକାଉଣ୍ଟର କରିସାରିଥିଲା ପୁଲିସ।
- ପ୍ରଦୀପ ନାୟକଙ୍କ ରିପୋର୍ଟ
-
ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ
ବହୁଚର୍ଚ୍ଚିତ ଲକ୍ଷ୍ମୀପୁର ଖେରି ହିଂସା ମାମଲା । ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ ହୋଇଛି । ଜାମିନ ଆବେଦନକୁ ଖାରଜ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ । ଜଷ୍ଟିସ କୃଷ୍ଣ ପହଲଙ୍କ ବେଞ୍ଚ ଶୁଣାଣି ଶେଷ କରିବା ପରେ ଜୁଲାଇ ୧୫ରୁ ଏହାର ଆଦେଶ ସଂରକ୍ଷିତ ରଖିଥିଲେ କୋର୍ଟ ।କେନ୍ଦ୍ର ଗୃହ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଅଦାଲତି ଝଟକା। ଆବେଦନ ଖାରଜ କଲେ ଆହ୍ଲାବାଦ ହାଇକୋର୍ଟ । ଏହି ହିଂସାକାଣ୍ଡରେ ଆଶିଷ ମିଶ୍ରା ଆନ୍ଦୋଳନରତ ଥିବା ଚାଷୀଙ୍କ ଉପରେ ଗାଡି ଚଢାଇ ଦେଇଥିଲେ। ଫଳରେ ୪ ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ଉପୁଜିଥିବା ହିଂସାରେ ୩ ଜଣ ମୃତ୍ୟୁବରଣ କରିଥିଲେ । ଏହି ଭଳି ଏକ ସମ୍ବେଦନଶୀଳ ଘଟଣାରେ ତାଙ୍କୁ ଜାମିନ ମିଳିବ ନାହିଁ ବୋଲି କହିଥିଲେ ଉଚ୍ଚତମ ନ୍ୟାୟାଳୟ । ଜାମିନ ନିବେଦନର ଶୁଣାଣି କରିଥିବା ବିଚାରପତି ଜଷ୍ଟିସ୍ କୃଷ୍ଣ ପହଲଙ୍କ ଖଣ୍ଡପୀଠ ସାକ୍ଷ ପ୍ରମାଣକୁ ପ୍ରଭାବିତ କରିପାରନ୍ତି ବୋଲି କହି ଜାମିନ ଖାରଜ କରିଥିଲେ । ଚଳିତ ବର୍ଷ ଫେବୃୟାରୀରେ ହାଇକୋର୍ଟ ଆଶିଷଙ୍କୁ ଜାମିନ ପ୍ରଦାନ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏପ୍ରିଲରେ ସୁପ୍ରିମକୋର୍ଟ ଆଶିଷଙ୍କୁ ହାଇକୋର୍ଟରୁ ଦିଆଯାଇଥିବା ଜାମିନଙ୍କୁ ରଦ୍ଦ କରି ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ କହିଥିଲେ। ଘଟଣାରେ ପୀଡିତଙ୍କ ପକ୍ଷକୁ ଭଲଭାବରେ ଶୁଣି ଅଭିଯୁକ୍ତଙ୍କ ଜାମିନ ଉପରେ ରାୟ ଦେବା ପାଇଁ ହାଇକୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଏହାପରେ ହାଇକୋର୍ଟ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନର ପୁର୍ନବାର ଶୁଣାଣି କରିବା ପାଇଁ ଜୁଲାଇ ୧୫ କୁ ରାୟ ସଂରକ୍ଷିତ ରଖାଯାଇଥିବା ବେଳେ ଆଜି ଏହାର ପୂର୍ନର୍ବାର ବିଚାର କରି ଜାମିନକୁ ପ୍ରତ୍ୟାହାର କରିଛନ୍ତି ।
ସୂଚନା ଅନୁଯାୟୀ, ୨୦୨୧ ଅକ୍ଟୋବର ୩ ରେ ଉତ୍ତରପ୍ରଦେଶ ଲଖିମପୁର ଖେରିରେ କୃଷି ଆଇନ ପ୍ରତିବାଦରେ ଚାଷୀମାନେ ଆନ୍ଦୋଳନ କରୁଥିଲେ। ଏହି ସମୟରେ ଦୃତ ଗତିରେ ୨ଟି ଗାଡି ଆସି ଚାଷୀଙ୍କ ଉପରେ ଚଢାଇଥିଲା ଯାହାଦ୍ବାରା ୭ ଜଣ ଙ୍କ ଜୀବନ ଯାଇଥିଲା । ଗାଡି ଚଢାଇବା ଘଟଣାକୁ କେନ୍ଦ୍ରକରି ଆଶିଷ ମିଶ୍ରାଙ୍କ ନାମରେ ଅଭିଯୋଗ ହୋଇଥିଲା । ପୋଲିସ ଆଶିଷଙ୍କ ସମେତ ଏକାଧିକ ଲୋକଙ୍କୁ ଗିରଫ କରିଥିଲା।
– ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ
-
ଦିଲ୍ଲୀ ରେଳୱେ ଷ୍ଟେସନରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
ଦିଲ୍ଲୀ ରେଳୱେ ଷ୍ଟେସନରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଏହି ଘଟଣାରେ ୪ ଅଭିଯୁକ୍ତ ରେଳ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ରେଳୱେ ଡିସିପି ହରେନ୍ଦ୍ର ସିଂହ। ଜୁଲାଇ ୨୧ ବିଳମ୍ୱିତ ରାତିରେ ଦିଲ୍ଲୀ ରେଳ ଷ୍ଟେସନର ଇଲେକ୍ଟ୍ରିକ ମେଣ୍ଟେନାନ୍ସ ଷ୍ଟାଫ୍ କ୍ବାର୍ଟର ଭିତରେ ଅଭିଯୁକ୍ତମାନେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଦିଲ୍ଲୀ ରେଳୱେ ଷ୍ଟେସନରେ ଲଜ୍ଜା। ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ପୀଡିତା ଜଣଙ୍କ ସ୍ବାମୀଙ୍କଠାରୁ ଅଲଗା ରହୁଥିବା ବେଳେ ପ୍ରାୟ ଦୁଇ ବର୍ଷ ପୂର୍ବରୁ ଜଣେ ଅଭଯୁକ୍ତଙ୍କ ସହ ପରିଚିତ ହୋଇଥିଲା।
ଏବଂ ସେ ଜଣେ ରେଳ ବିଭାଗରେ କାର୍ଯ୍ୟରତ ଥିବା କହି ମହିଳା ଜଣଙ୍କୁ ରେଳ ବିଭାଗରେ ଚାକିରୀ କରାଇଦେବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ହେଲେ ଜୁଲାଇ ୨୧ ରାତିରେ ଅଭିଯୁକ୍ତ ଜଣଙ୍କ ଉକ୍ତ ମହିଳାଙ୍କୁ ଫୋନ କରି ଜନ୍ମଦିନ ଭୋଜି ସହ ନୂଆ ଘର କିଣିଥିବାରୁ ଭୋଜିକୁ ନିମନ୍ତ୍ରଣ କରିଥିବା ଜଣାପଡିଛି। ସେପଟେ ମହିଳା ଜଣଙ୍କ ଦିଲ୍ଲୀର କିର୍ତ୍ତୀ ନଗର ମେଟ୍ରୋ ଷ୍ଟେସନରେ ରାତି ପ୍ରାୟ ୧୦.୩୦ ମିନିଟ ସମୟରେ ପହଞ୍ଚିଥିଲେ। ଅଭିଯୁକ୍ତ ତାଙ୍କୁ ନୂଆଦିଲ୍ଲୀ ରେଳଷ୍ଟେସନର ୮,୯ ପ୍ଲାଟଫର୍ମକୁ ଆଣିଥିଲେ। ସେଠାରେ ଥିବା ଇଲେକ୍ଟ୍ରିକ ମେଣ୍ଟେନାନ୍ସ ଷ୍ଟାଫ୍ କ୍ବାର୍ଟରରେ ବସିବାକୁ କହିଥିଲେ। ଏହାପରେ ୩ ସାଙ୍ଗଙ୍କ ସହ ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ପୋଲିସ ସେହି ଘଟଣାର ତଦନ୍ତ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।
- ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ