EAGLE DESTROY ENEMY DRONE

  • ଚିଲ ଜଗିବ ସୀମା

    ନୂଆଦିଲ୍ଲୀ: ଭାରତୀୟ ସେନାକୁ ମିଳିଛି ବିଶେଷ ଶକ୍ତି। ବିନା ଗୁଳି ବିନିମୟରେ ଶତ୍ରୁପକ୍ଷକୁ ଦିଆଯିବ ଟକ୍କର। ଏଣିକି ଶତ୍ରୁ ପକ୍ଷର ଡ୍ରୋନ ଉପରେ ରହିବ ଚିଲଙ୍କ ନଜର। ପ୍ରଥମ ପର୍ଯ୍ୟାୟରେ ମଙ୍ଗଳବାର ଦିନ  ତାଲିମପ୍ରାପ୍ତ ଚିଲ ଅର୍ଜ୍ଜୁନ ଏହା କରି ଦେଖାଇଛି।  ଉତ୍ତରାଖଣ୍ଡର ଅଉଲିରେ ଭାରତ ଓ ଆମେରିକୀୟ ସେନା ମଧ୍ୟରେ ଚାଲିଥିବା ଯୁଦ୍ଧାଭ୍ୟାସରେ ଆଣ୍ଟି ଡ୍ରୋନ ଚିଲ ଓ କୁକୁରଙ୍କ କ୍ଷମତା ଦେଖିବାକୁ ମିଳିଛି। ଭାରତୀୟ ସେନା ପକ୍ଷରୁ  ଶତ୍ରୁପକ୍ଷର ଡ୍ରୋନ୍‌ ଉଡିବାର ଏକ ପରିସ୍ଥିତି ସୃଷ୍ଟି କରାଯାଇଥିଲା ଓ ଅର୍ଜ୍ଜୁନ ତଥା ଏକ କୁକୁରକୁ ଡ୍ରୋନକୁ ଖୋଜି ବାହାର କରିବାକୁ କୁହାଯାଇଥିଲା। କୁକୁରଟି ଡ୍ରୋନର ଶବ୍ଦ ଶୁଣି ସେନାକୁ ଆଲର୍ଟ କରିଥିବା ବେଳେ ଚିଲ ଆକାଶରେ ଏହାକୁ ନଷ୍ଟ କରିବାରେ ସକ୍ଷମ ହୋଇଛି।

    ଏସବୁ ଚିଲ ସେନାର ତାଲିମପ୍ରାପ୍ତ କୁକୁରଙ୍କ ସହ ମିଶି ଆଣ୍ଟି ଡ୍ରୋନ୍ ସିଷ୍ଟମ ଅନ୍ତର୍ଗତ କାମ କରିବେ ଓ ଶତ୍ରୁପକ୍ଷର ଡ୍ରୋନକୁ ମାତ ଦେବେ ବୋଲି ଆଶା କରାଯାଉଛି। ଉତ୍ତରାଖଣ୍ଡର ଓଲିରେ ଭାରତ ଓ ଆମେରିକୀୟ ସେନା ମଧ୍ୟରେ ଚାଲିଥିବା ଯୁଦ୍ଧାଭ୍ୟାସରେ ଏହିସବୁ ଆଣ୍ଟି ଡ୍ରୋନ ଚିଲ ଓ କୁକୁରଙ୍କ କ୍ଷମତା ଦେଖିବାକୁ ମିଳିବ। ତାଲିମ ଶେଷ ହେବା ପରେ ଚିଲ ସବୁକୁ ଭାରତୀୟ ସେନାକୁ ହସ୍ତାନ୍ତର କରାଯିବ। ଏହା ପରେ ଚିଲ ଓ କୁକୁର ସୀମାବର୍ତ୍ତୀ ମିଲିଟାରୀ ପୋଷ୍ଟରେ  ନିୟୋଜିତ ରହିବା ସହ ଶତ୍ରୁ ପକ୍ଷର ଡ୍ରୋନ ଦେଖିଲେ ସେସବୁକୁ ନିରସ୍ତ୍ର କରିବା କାର୍ଯ୍ୟ କରିବେ।

    ଦୀର୍ଘ ସମୟରୁ ଚିଲଙ୍କ ତାଲିମ ଦିଆଯାଉଛି ଓ ଖୁବ ଶୀଘ୍ର ଏହି କାମ ଶେଷ ହୋଇଯିବ। ସେନା ପାଇଁ ଚିଲ ବେଶ ସହାୟକ ହେବ। କାରଣ ଚିଲ ଆକାଶରେ ବହୁ ଉଚ୍ଚରେ ଉଡିବାର କ୍ଷମତା ରଖିବା ସହ ଏହାର ଆଖି ବେଶ ତୀକ୍ଷ୍ନ ରହିଛି। ଏହା ଶତ୍ରୁ ପକ୍ଷ ପାଇଁ ମିଶାଇଲ ସଦୃଶ ହେବ ହେବ ବୋଲି କୁହାଯାଉଛି।  

Back to top button