ed

  • କେନ୍ଦ୍ର ବିରୋଧରେ ୧୪ ବିରୋଧୀ ଏସସିଙ୍କ ଦ୍ବାରସ୍ଥ

    ନୂଆଦିଲ୍ଲୀ: କେନ୍ଦ୍ରୀୟ ଯାଞ୍ଚକାରୀ ସଂସ୍ଥାର ଦୁରୁପଯୋଗ ଅଭିଯୋଗରେ ୧୪ ବିରୋଧୀ ଦଳ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ମାମଲାରେ କୋର୍ଟ ଆସନ୍ତା ୫ ତାରିଖରେ ଶୁଣାଣି କରିବେ। ବିରୋଧୀମାନେ ଅଭିଯୋଗ କରିଛନ୍ତି କି, ବିଜେପିର ବିରୋଧୀ ଦଳଗୁଡିକୁ ସିବିଆଇ ଓ ଇଡି ଟାର୍ଗେଟ କରିଆସୁଛନ୍ତି।

    ସେମାନେ ଆହୁରି କହିଛନ୍ତି କି, ବିରୋଧୀନେତାମାନେ ବିଜେପିରେ ଯୋଗଦେବା ପରେ ସେମାନଙ୍କ ବିରୋଧରେ ଥିବା ମାମଲାକୁ ସ୍ଥଗିତ ରଖାଯାଉଛି ବା ଉଠାଇ ଦିଆଯାଉଛି। ତେବେ ଏହି ଅଭିଯୋଗକୁ ବିଜେପି ପକ୍ଷରୁ ଖାରଜ କରାଯାଇ ଯାଞ୍ଚକାରୀ ଏଜେନ୍ସଗୁଡିକ ସ୍ବତନ୍ତ୍ରତା ଭାବେ କାର୍ଯ୍ୟକରୁଥିବା କୁହାଯାଇଛି। ବିରୋଧୀଙ୍କ ପକ୍ଷରୁ କେନ୍ଦ୍ରୀୟ ଯାଞ୍ଚକାରୀ ଏଜେନ୍ସିଗୁଡିକକୁ ଗିରଫଦାରୀ ପୂର୍ବ ଓ ପରବର୍ତ୍ତୀ ଗାଇଡଲାଇନ ଅନୁପାଳନ କରିବାକୁ କୁହାଯାଇଛି।

    ତେବେ ବିରୋଧୀଙ୍କ ଦ୍ବାରା ଦାୟର ଯାଚିକା ଉପରେ ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ମାମଲାର ଶୁଣାଣି ୨ ସପ୍ତାହ ପରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିରୋଧୀଙ୍କ ପକ୍ଷରୁ ଓକିଲ ଅଭିଷେକ ସିଙ୍ଘଭି କହିଛନ୍ତି କି, ୯୫ ପ୍ରତିଶତ ମାମଲା କେବଳ ବିରୋଧୀ ନେତାଙ୍କ ବିରୋଧରେ ରହିଛି। ତେଣୁ ଗିରଫଦାରୀ ପୂର୍ବର ଗାଇଡଲାଇନ ଓ ପରବର୍ତ୍ତୀ ଗାଇଡଲାଇନ ପାଇଁ ଆମେ ଅନୁରୋଧ କରୁଛୁ।

    ସୁପ୍ରିମକୋର୍ଟରେ କେନ୍ଦ୍ର ବିରୋଧୀରେ ଯାଇଥିବା ବିରୋଧୀ ଦଳଗୁଡିକ ମଧ୍ୟରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଆମଆଦମୀ ପାର୍ଟି, ଜନତା ଦଳ ୟୁନାଇଟେଡ, ଭାରତ ରାଷ୍ଟ୍ର ସମିତି, ରାଷ୍ଟ୍ରୀୟ ଜନତା ଦଳ, ସମାଜବାଦୀ ପାର୍ଟି, ଶିବସେନାର ଉଦ୍ଧବ ଗୋଷ୍ଠୀ, ନାସନାଲ କନଫେରେନ୍ସ, ନାସନାଲିଷ୍ଟ କଂଗ୍ରେସ ପାର୍ଟି, ଲେପ୍ଟ ଓ ଡିଏମକେ ସାମିଲ ଅଛନ୍ତି।

    ଆପ ସୂତ୍ରରୁ ପ୍ରକାଶ କି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହି ସମସ୍ତ ବିରୋଧୀଙ୍କୁ ଏକଜୁଟ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। କେଜରିୱାଲଙ୍କ ପୂର୍ବତନ ମୁଖ୍ୟଢ଼ନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଗତମାସରେ ଗିରଫ କରିବା ପରେ ଇଡି ଗିରଫ କରିଛି।

  • ସିସୋଦିଆଙ୍କ ଅଧିକ ରିମାଣ୍ଡ ଚାହିଁଲା ଇଡି

    ନୂଆଦିଲ୍ଲୀ: ଆପ ନେତା ମନୀଷ ସିସୋଦିଆଙ୍କ ଇଡି ହାଜତ ଅବଧି ଆଜି ଶେଷ ହୋଇଥିବା ବେଳେ ପୁଣି ୫ ଦିନିଆ ରିମାଣ୍ଡରେ ନେଇଛି। ଇଡି ସିସୋଦିଆଙ୍କୁ କୋର୍ଟରେ ହାଜର କରି ଆହୁରି ୭ ଦିନ ରିମାଣ୍ଡରେ ନେବାକୁ ଅପିଲ କରିଥିଲା। ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ମନୀଷଙ୍କୁ ୭ ଦିନିଆ ରିମାଣ୍ଡ ନେଇ ତଦନ୍ତ କରିଥିବା ବେଳେ ଆଜି ରିମାଣ୍ଡ ଅବଧି ଶେଷ ହୋଇଛି।

    ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି କୋର୍ଟରେ ହାଜର କରି ରିମାଣ୍ଡ ଅବଧି ବୃଦ୍ଧି କରିବାକୁ ଅପିଲ କରିଛି। କୋର୍ଟଙ୍କ ଇଡି ଜଣାଇଛି କି, ସିସୋଦିଆ ତାଙ୍କ ଫୋନକୁ ନଷ୍ଟ କରିଦେଇଛନ୍ତି। ଆଉ ଥରେ ତାଙ୍କ ଜେରାର ଆବଶ୍ୟକତା ରହିଛି। ଏବେ ଇମେଲରୁ ମିଳିଥିବା ଡାଟା, ତାଙ୍କ ମୋବାଇଲର ପରୀକ୍ଷା କରାଯାଉଛି। ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଜେରା କରିବାର ଆବଶ୍ୟକତା ରହିଛି। ତେଣୁ ଅଧିକ ରିମାଣ୍ଡର ଆବଶ୍ୟକତା ରହିଛି।

    ସେପଟେ ସିସୋଦିଆଙ୍କ ଓକିଲ କହିଛନ୍ତି କି, ସିବିଆଇ ଏଫଆଇଆରର କିଛି ଦିନ ଭିତରେ ଅଗଷ୍ଟ ୨୦୨୨ରେ ଇସିଆଇଆର ଦାଖଲ କରିଥିଲା। କମ୍ପ୍ୟୁଟର ଜବତ କରି ତାର ଯାଞ୍ଚ କରିଛି। ଏବେ ଦ୍ବିତୀୟ ଏଜେନ୍ସି ସମାନ କାର୍ଯ୍ୟକୁ ଦୋହରାଉଛି। ଇଡି ଓ ସିବିଆଇ କଣ ପ୍ରକ୍ସି ଏଜେନ୍ସି ଭାବେ କାର୍ଯ୍ୟ ତୁଲାଉଛି? ଇଡି ଏବେ ଦିନେଶ ଅରୋରାଙ୍କ ସହ ସିସୋଦିଆଙ୍କ ମୁହାଁମୁହିଁ ଜେରା କଥା କହୁଛି। ଦିନେଶ ୧୫ ମାର୍ଚ୍ଚରେ ଇଡି ଅଫିସରେ ଥିଲେ, କାହିଁ ସେହିଦନ ଉଭୟଙ୍କୁ ଜେରା କରାଯାଇ ନ ଥିଲା ବୋଲି ପ୍ରଶ୍ନ କରିଛନ୍ତି ସିସୋଦିଆଙ୍କ ଓକିଲ।

    କୋର୍ଟରେ ଆଜି ସିସୋଦିଆ ମଧ୍ୟ କହିଛନ୍ତି। ଦୈନିକ ଅଧଘଣ୍ଟାରୁ ଘଣ୍ଟାଏ ଜେରା ହେଉଛି। ଗତକାଲି କେବଳ କିଛି ଅଧିକ ସମୟ ଜେରା ହୋଇଥିଲା।

  • ସିସୋଦିଆଙ୍କୁ ୭ ଦିନ ରିମାଣ୍ଡରେ ନେବ ଇଡି

    ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଘୋଟାଲାରେ ସିବିଆଇ ଦ୍ବାରା ଗିରଫ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୭ ଦିନିଆ ରିମାଣ୍ଡରେ ନେବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ରାଉଜ ଏଭେନ୍ୟୁ କୋର୍ଟରେ ସିସୋଦିଆଙ୍କୁ ୧୦ ଦିନ ଦିନିଆ ରିମାଣ୍ଡ ପାଇଁ ଇଡିର ଅପିଲ ଉପରେ ଶୁଣାଣି କରି ୭ ଦିନ ରିମାଣ୍ଡ ମଞ୍ଜୁର କରିଛନ୍ତି କୋର୍ଟ। ସେପଟେ ଜାମିନ ଆବେଦନ ଉପରେ ଆଜି  ମିଳିଲାନି ଆଶ୍ବସ୍ତି। ୨୧ ତାରିଖ ପର୍ଯ୍ୟନ୍ତ ଶୁଣାଣି ଘୁଞ୍ଚାଇଲେ କୋର୍ଟ।

    ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୭ ଦିନ ରିମାଣ୍ଡରେ ନେବ ଇଡି।  ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ଇଡି ଶୁକ୍ରବାର ଦିନ ସିସୋଦିଆଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ କରିଥିଲା ଅପିଲ। ଦିଲ୍ଲୀ ଅବକାରୀ ଘୋଟାଲାକୁ ନେଇ ସିବିଆଇ ଗିରଫ କରିଥିଲା। ତେବେ କୋର୍ଟରେ ଇଡି ପକ୍ଷରୁ କୁହାଯାଇଥିଲା କି, ମଦ ନୀତିକୁ ନେଇ ନିଆଯାଇଥିବା ନିଷ୍ପତ୍ତି ଗ୍ରୁପ ଅଫ ମିନିଷ୍ଟରଙ୍କର ଥିବା କୁହାଯାଇଥିବା ବେଳେ କିନ୍ତୁ ଏସମ୍ପର୍କରେ କେବଳ ଜଣେ ବ୍ୟକ୍ତି ଅବଗତ ଥିଲେ। ଇଡି କୋର୍ଟରେ ନିଜ ଦଲିଲ ଉପସ୍ଥାପନ ପୂର୍ବକ ସିଣ୍ଡିକେଟର ବିଜୟ ନାୟର ନେତୃତ୍ବ ନେଇଥିଲେ। ବିଜୟ ନାୟରଙ୍କ ସହ କବିତାଙ୍କର ସାକ୍ଷାତ ହୋଇଥିଲା ଓ ଏଥିସମ୍ବନ୍ଧରେ ଇଡି କବିତା ଓ ବିଜୟଙ୍କ ୱାଟ୍‌ସଆପ ଚାଟର ସ୍କ୍ରିନସଟ ଉପସ୍ଥାପନ କରିଥିଲା କୋର୍ଟରେ। କୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶଳୟ ପକ୍ଷରୁ ଆଡଭୋକେଟ ଜୋହେବ ହୁସୈନ ଉପସ୍ଥିତ ଥିଲେ। ସେପଟେ ମନିଷ ସିସୋଦିଆଙ୍କ ଓକିଲ ଦୟାନ କୃଷ୍ଣନ କହିଥିଲେ କି, ଅବକାରୀ ନୀତିକୁ ଅନୈତିକ କୁହାଯାଉଛି। କିନ୍ତୁ ଏହା ଏକ ନିର୍ବାଚିତ ସରକାରୀ କଳର କାର୍ଯ୍ୟଥିଲା। ଏହା ସରକାର, ଅଧିକାରୀ, ଫାଇନାନ୍ସ ଓ ଲ ସେକ୍ରେଟାରୀ ହୋଇ ଉପରାଜ୍ୟପାଳଙ୍କ ନିକଟକୁ ଯାଇଥିଲା। ଏଲଜି  ଅର୍ଥାତ୍ କେନ୍ଦ୍ର ସରକାର। ଏଲଜି ଏସମ୍ପର୍କରେ ତିନିଟି କଥା କହିଥିଲେ କିନ୍ତୁ ପ୍ରଫିଟ ମାର୍ଜିନ ବା ଏଲିଜିବିଲିଟି ସମ୍ବନ୍ଧିତ କିଛି କହି ନ ଥିଲେ।

    ସେହିପରି ସିସୋଦିଆଙ୍କ ଦ୍ବିତୀୟ ଓକିଲ କହିଥିଲେ କି, ସମ୍ପ୍ରତି ଏହା ଫେସନ ହୋଇଗଲାଣି କି, ଯାଞ୍ଚ ଏଜେନ୍ସ ନିଜ ଅଧିକାର ଭାବି ଲୋକଙ୍କୁ ଗିରଫ କରୁଛି। ତେଣୁ ଏପରି ମାମଲାରେ କୋର୍ଟଙ୍କୁ କଠୋରତା ଆପଣାଇବା ଆବଶ୍ୟକ।

    ଦିଲ୍ଲୀ ଅପକାରୀ ନୀତି ମାମଲାରେ ଗତ ଫେବୃଆରୀ ୨୬ରେ ସିବିଆଇ ସିସୋଦିଆଙ୍କୁ ଗିରଫ କରିଥିଲା। ସିବିଆଇ ୭ ଦିନ ପଚରା ଉଚରା କରିବା ପରେ ତାଙ୍କୁ କୋର୍ଟରେ ଉପସ୍ଥିତ କରାଇଥିଲା ଓ କୋର୍ଟ ସିସୋଦିଆଙ୍କୁ ୨୦ ମାର୍ଚ୍ଚ ଯାଏ ତିହାଡ ଜେଲକୁ ପଠାଇଦେଇଥିଲେ। ସେପଟେ ଜାମିନ ପାଇଁ ସିସୋଦିଆଙ୍କ  ଜାମିନ ଆବେଦନ ଉପରେ ଶୁଣାଣି ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। କେଜରିୱାଲା ସରକାର ଦ୍ବାରା ଦିଲ୍ଲୀରେ ଅଣାଯାଇଥିବା ମଦ ନୀତିରେ ବ୍ୟବସାୟୀଙ୍କୁ ଲାଭ ଯୋଗାଇ ଦେବାକୁ ସ୍ବତନ୍ତ୍ର ନୀତି ଆପଣା ଯାଇଥିବା ଅଭିଯୋଗ କରି ସିସୋଦିଆଙ୍କୁ ଗିରଫ କରାଯାଇଛି। ସେପଟେ ଗିରଫଦାରୀ ପରେ ସିସୋଦିଆ ନିଜ ପଦରୁ ଦେଇଛନ୍ତି ଇସ୍ତଫା।

  • ଆଜି ଇଡିରେ ହାଜର ହେଲେ ଦୁଇ ବ୍ୟବସାୟୀ

    ଭୁବନେଶ୍ବର: ଆଜି ଦ୍ୱିତୀୟ ଥର ପାଇଁ ED ରେ ହାଜର ହୋଇଛନ୍ତି  ତାଜ ଓଡିଶା ହୋଟେଲ ମାଲିକ ଶିବ ପ୍ରସାଦ ଦାସ l କହିଲେ ସେ ଅର୍ଚନା ଜଗବନ୍ଧୁ ଙ୍କୁ ଜାଣି ନାହାନ୍ତି । ମାତ୍ର ତାଙ୍କ ହୋଟେଲରେ ହୋଇନି କୌଣସି ଡିଲ l ଅନ୍ୟପଟେ ED ହେପାଜତକୁ ଆସିବେ ଅର୍ଚନା |  ଆସନ୍ତା 5ରେ ED ପ୍ରଡ଼କ୍ସନ ପିଟିସନ ଆଧାରରେ କୋର୍ଟରେ  ହେବେ ହାଜର।

    ଅର୍ଚ୍ଚନା କେଳେଙ୍କାରୀରେ ହୋଟେଲ ଲିଙ୍କ ନେଇ ଚାଲିଛି ଇଡିର ତନାଘନା। ଖୋଲୁଛି ବ୍ୟବସାୟ ଜଗତରେ ହନିଟ୍ରାପ ଲିଙ୍କ। ଖୁବ ଶୀଘ୍ର ସାମ୍ନାକୁ ଆସିପାରେ  ହୋଟେଲ ସମ୍ରାଜ୍ୟରେ ଅର୍ଚନାଙ୍କ ଦବଦବା। ସବୁଠି  ଛାପ ଛାଡିଛନ୍ତି  ନିଜ କଳା କାରନାମାର l ଦିନକୁ ଦିନ ପୁଣି ସାମ୍ନା କୁ ଆସୁଛି  ହୋଟେଲ ମାଲିକଙ୍କ ସମ୍ପୃକ୍ତି। ଆଜି ୨ୟ ଦିନରେ ହାଜର ହୋଇଛନ୍ତି ଅଶୋକ ନଗର ସ୍ଥିତ ତାଜ ହୋଟେଲ ମାଲିକ ଶିବ ପ୍ରସାଦ ଦାସ। ଜେରା ବେଳେ ED ର ପ୍ରଶ୍ନ ବାଣରେ ଘାଇଲା ହୋଇଛନ୍ତି ହୋଟେଲ ମାଲିକ। ତେବେ ଅର୍ଚନା ଓ଼ ଜଗବନ୍ଧୁଙ୍କୁ ଜାଣିନଥିବା କହିଛନ୍ତି ଶିବ ପ୍ରସାଦ। ସେପଟେ ଅର୍ଚ୍ଚନାଙ୍କ ଏଣ୍ଡେଭର ଗାଡି କିଣାବିକାକୁ ନେଇ ଇଡିର ତନାଘନା। ଇଡିରେ ହଜାର ହୋଇ ସମସ୍ତ ତଥ୍ୟ ରଖିଲେ ଏମ୍ପେରିଓ ପ୍ରେଷ୍ଟିଜ  କାର ଶୋ ରୁମ ର ଫାଇନାନସିଆଲ ଡିଲର ସନ୍ତୋଷ କୁମାର ନାୟକ। ଗତ 3 ବର୍ଷର ଆର୍ଥିକ କାରବାର ନେଇ ଇଡି ତଥ୍ୟ ମାଗିଥିଲା। ସମସ୍ତ ତଥ୍ୟ ଓ କାଗଜପତ୍ର ଇଡିକୁ ଦେଇଥିବା କହିଛନ୍ତି ସନ୍ତୋଷ। 

    ଅନ୍ୟପଟେ କୋର୍ଟରେ ହଜାର ହେବେ ଏବଂ ରିମାଣ୍ଡ ରେ ଆସିବେ ନାଗ ଦମ୍ପତି l ଆସନ୍ତା 5 ରେ ହଜାର ହେବା ପାଇଁ ନିର୍ଦେଶ ଦେଇଛନ୍ତି କୋର୍ଟ। ତେବେ ଉଭୟଙ୍କୁ ରିମାଣ୍ଡରେ ଆଣିବାକୁ ପ୍ରସ୍ତୁତ ହେଉଛି ଇଡି। ଏ ପର୍ଯ୍ୟନ୍ତ ଆର୍ଥିକ କାରବାର ଲିଙ୍କ ନେଇ 6 ଜଣ ବ୍ୟବସାୟୀ,ସିନେ ପ୍ରଯୋଜକ ଙ୍କୁ ଜେରା କରାଯାଇସାରିଲାଣି l ଅପରପକ୍ଷେ ଇଡି ସ୍କାନରରେ ଥିବା ଶ୍ରଦ୍ଧାଞ୍ଜଳି ଫେରାର୍ ଆଶଙ୍କା ରହିଛି। ବାରମ୍ବାର ସମନ ସତ୍ତ୍ବେ ହାଜର ହେଉ ନାହାନ୍ତି ଶ୍ରଦ୍ଧାଞ୍ଜଳି। ଏହି କେଳେଙ୍କାରୀରେ ଅନେକ ବିସ୍ଫୋରକ ବୟାନ ରଖିଥିବା ଶ୍ରଦ୍ଧାଞ୍ଜଳି ଲୁଚିଛନ୍ତି ନା ତାଙ୍କୁ କିଏ ଗାଏବ କରିଛି ତାହା ସନ୍ଦେହ ଘେରରେ। ସେପଟେ ଶ୍ରଦ୍ଧାଞ୍ଜଳିଙ୍କୁ ଗିରଫ କରିବା ପାଇଁ ଖୁବଶୀଘ୍ର ଆରେଷ୍ଟ ୱାରେଣ୍ଟ ଜାରି କରିପାରେ ଇଡି। 

    ହାଇ ପ୍ରୋଫାଇଲ ଲୋକଙ୍କୁ ହୋଟେଲ କୁ ଡ଼କାଇ ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ  ଉଠାଇ ହନି ଟ୍ରାପ ଲିଙ୍କ ବାହାର କରିବା ରେ ED ପାଇବ ତ ସୁରାକ। ହୋଟେଲ ମାଲିକ ଓ ଶ୍ରଦ୍ଧାଞ୍ଜଳିଙ୍କ ତଥ୍ୟ ଆଧାରରେ  ସାମ୍ନାକୁ ଆସିପାରିବ ତ ସତ। ଯାହାକୁ ନେଇ ଉଠିଛି  ଅନେକ ପ୍ରଶ୍ନ, ଯାହାର ଉତ୍ତର ରଖିବେ  କି ଅର୍ଚନା?

  • ଇଡି ଜେରାରେ ନାଗ ପିତା ଘାଇଲା

    ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ପେଡିର ପିଟୁଛି ଗୁମର । ଆଜି ଅର୍ଚ୍ଚନାଙ୍କ ବାପାଙ୍କୁ ମାରାଥନ ଜେରା କରିଛି ଇଡି। ଦିନ ତମାମ ED ର ଘନ ଘନ ଜେରା, ଘନ ଘନ ପ୍ରଶ୍ନ ରେ ବାପା ବେହାଲ l ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଗିରଫ ଘଟଣାରେ ଅର୍ଚ୍ଚନା ଙ୍କ ବାପାଙ୍କୁ ମାରାଥନ ଜେରା କରିଛି ଇଡି । କେସିଙ୍ଗା ଘରୁ ଜବତ ତଥ୍ୟ କୁ ଭିତ୍ତିକରି ଅର୍ଚ୍ଚନା ଙ୍କୁ ପଚରାଉଚରା କରିଛି ଇଡି। ଏପରିକି ଅର୍ଚ୍ଚନା ବାପାଙ୍କ ମୋବାଇଲ ଫୋନକୁ ମଧ୍ୟ ଯାଞ୍ଚ କରାଯାଇଛି । ତେବେ ପଚରାଉଚରା ବେଳେ କିଛି ଏମିତି ଥିଲା ପ୍ରଶ୍ନ…….ଅର୍ଚ୍ଚନା ଭୁବନେଶ୍ୱର ଆସିବା ପରେ କେଉଁଠି କଣ କରୁଥିଲେ? କୋଟି କୋଟି ସମ୍ପତ୍ତି ପଛର ରହସ୍ୟ କଣ? ହନିଟ୍ରାପ ଓ ବ୍ଲାକ ମେଲିଂ କଥା  ସତ କି ନାହିଁ ? କେଉଁ ନେତାମନ୍ତ୍ରୀ ଅର୍ଚ୍ଚନାଙ୍କ ସହ ଯୋଗାଯୋଗ ରେ ରହୁଥିବା କଥା ଜାଣିଛନ୍ତି କି ବାପା ?

    ସେପଟେ ରିମାଣ୍ଡ ରେ ଥିବା ଖଗେଶ୍ୱରଙ୍କ ମୋବାଇଲ ଫୋନକୁ ସିଜ କରି ତଦନ୍ତ ଜାରି ରଖିଛି ଇଡି । ତୃତୀୟ ଦିନରେ ମାରାଥନ ଜେରା ପରେ ଖଗେଶ୍ୱରଙ୍କ ମୋବାଇଲ ଫୋନରୁ ସମସ୍ତ ତଥ୍ୟ ଡ଼ିଲିଟ ହୋଇଯାଇଥିବା ଜଣା ପଡ଼ିଛି।  ଡ଼ିଲିଟ ତଥ୍ୟକୁ ରିକଭରି କରିବା ପାଇଁ ଇଡି ଏକ୍ସପର୍ଟ ଟିମ ଜରିଆରେ ତଦନ୍ତ କରୁଥିବା ଜଣା ପଡ଼ିଛି ।

    ଅର୍ଚ୍ଚନା ଙ୍କ ବାପାଙ୍କୁ ପଚରାଉଚରା ପରେ ଖୁବ ଶୀଘ୍ର ଜଗବନ୍ଧୁ ଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବ ଇଡି । ପରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହ ଖଗେଶ୍ବରକୁ ମୁହାଁମୁହିଁ ଜେରା କରିବାକୁ ଯୋଜନା କରୁଛି ଇଡି ।

  • ସିବିଆଇ ପରେ ଇଡି ସିସୋଦିଆଙ୍କ ପଛରେ

    ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଅଡୁଆ ବଢୁଛି ପଛେ କମିବାର ନାମ ନେଉନାହିଁ। ଦିଲ୍ଲୀ ମଦ ଘୋଟାଲାରେ ସିବିଆଇ ତାଙ୍କ  ନାମରେ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମନି ଲଣ୍ଡରିଂ ଆଧାରରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ସିବିଆଇ କିଛି ଡକ୍ୟୁମେଣ୍ଟ ଇଡିକୁ ହସ୍ତାନ୍ତର କରିଛି।

    ସିବିଆଇ ମଦ ଘୋଟାଲାରେ ମନିଷଙ୍କ ବିରୋଧରେ  ଏଫ୍‌ଆଇଆର୍‌ ଓ ଅନ୍ୟ ଡକ୍ୟୁମେଣ୍ଟ ଇଡିକୁ ଦେବା ପରେ ତାଙ୍କ ବିରୋଧରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବିଶେଷ ସୂତ୍ରରୁ ସୂଚନା ରହିଛି। ଏହା ପୂର୍ବରୁ ସିବିଆଇ ତରଫରୁ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ୧୪ ଜଣ ଲୋକଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ ଜାରି କରିଥିଲା।

    ସିବିଆଇର ଲୁକ ଆଉଟ ନୋଟିସକୁ ନେଇ ମନିଷ କହିଛନ୍ତି, ମୁଁ ଦିଲ୍ଲୀରେ ଅଛି। ମୋ ଘରେ ରେଡ କରି ସିବିଆଇ ବିଭିନ୍ନ ଜିନିଷ ସାଙ୍ଗରେ ନେଇଛି। ମୁଁ ତଦନ୍ତକାରୀ ଦଳ ସହ ସବୁ ପ୍ରକାର ସହଯୋଗ କରୁଥିବା ବେଳେ ଲୁକ ଆଉଟ ନୋଟିସ ଏକ ନାଟକ ବୋଲି କହିଛନ୍ତି ମନିଷ।

    ଦିଲ୍ଲୀର ଅବକାରୀ ନୀତି ଉପରେ ମନିଷ କହିଛନ୍ତି କି ଏଥିରେ କିଛି ଦୁର୍ନୀତି ହୋଇ ନାହିଁ । ଏହି ମାମଲାରେ ସିବିଆଇ ଯାଂଚର ଆବଶ୍ୟକତା ନାହିଁ। ଯଦି ଦୁର୍ନୀତି କଥା କହୁଛନ୍ତି ତେବେ ଗୁଜରାଟରେ ବେଆଇନ ଭାବେ ଚାଲିଥିବା ମଦ କାରବାର ଉପରେ ସରକାର ଯାଂଚ କରନ୍ତୁ । ରାଗ ଜର୍ଜରିତ ମନିଷ ମୋଦିଙ୍କ ଉଦ୍ଦେଶ୍ୟରେ କହିଛନ୍ତି କି, ୨୦୨୪ରେ ଆପଣଙ୍କ ବିରୋଧରେ ଜନତା ଜାରି କରିବ ଲୁକ ଆଉଟ ନୋଟିସ।

  • ସତେନ୍ଦ୍ର ଜୈନ ମାମଲା: ଇଡିକୁ କୋର୍ଟଙ୍କ ଭର୍ତ୍ସନା

    ନୂଆଦିଲ୍ଲୀ: ସତେନ୍ଦ୍ର ଜୈନ ମାମଲାରେ ଇଡିକୁ ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟଙ୍କ ଭର୍ତ୍ସନା। ଇଡିର ଚାର୍ଜସିଟ ଉପରେ କୋର୍ଟ ଶୁଣାଣି କାଳରେ କହିଛନ୍ତି, ଯେଉଁ କମ୍ପାନୀ ସହ ସତେନ୍ଦ୍ରଙ୍କୁ ଦୋଷୀ କରାଯାଇଛି, ସେହି କମ୍ପାନୀ ସହ ସତେନ୍ଦ୍ରଙ୍କର କୌଣସି ସମ୍ପର୍କ ବା ଭାଗିଦାରୀ ନାହିଁ। ତ କଣ ତୁମ ଲେଖିବା ଦ୍ବାରା କମ୍ପାନୀ ସତେନ୍ଦ୍ରଙ୍କର ହୋଇଯିବ ବୋଲି କୋର୍ଟ ପ୍ରଶ୍ନକରିଛନ୍ତି।

    ମନିଲଣ୍ଡରିଂ ମାମଲାରେ ଇଡି ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ, ତାଙ୍କ ପତ୍ନୀ, ୮ ଅନ୍ୟଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି। ଶୁଣାଣି କାଳରେ ଇଡିର ଚାର୍ଜସିଟ ଉପରେ କୋର୍ଟ ଏକାଧିକ ପ୍ରଶ୍ନ କରିବା ସହ ସଂସ୍ଥାକୁ ଭର୍ତ୍ସନା କରିଛନ୍ତି। ଜଷ୍ଟିସ ଗୀତାଞ୍ଜଳି ଗୋଏଲଙ୍କ ଖଣ୍ଡପୀଠ ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ସମନ କରିଛନ୍ତି, ଯେଉଁମାନଙ୍କୁ ଏଯାବତ୍ ଗିରଫ କରାଯାଇ ନାହିଁ। ଏଥିରେ ୪ କମ୍ପାନୀଙ୍କୁ ମଧ୍ୟ ସାମିଲ କରାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୬ରେ ହେବ। ଏଥିସହ କୋର୍ଟ ଅଭିଯୁକ୍ତ ଅଜୀତ କୁମାର ଓ ସୁନିଲ କୁମାର ଜୈନଙ୍କୁ ଏକ ଲକ୍ଷ ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି।

    • ଶିଳା ରାୟଙ୍କ ରିପୋର୍ଟ
  • ଚୋର କୁ ଇଡି ଭାବି ଲୁଟ୍ ଦେଖୁଥିଲେ ପଡୋଶୀ

    ପଶ୍ଚିମ ବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମସ୍ୟା ଥମିବାର ନାମ ନେଉନି। ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଚଢାଉ ଜାରି ରହିଛି। କୁବେର ଭଣ୍ଡାର ରହିଛି ପାର୍ଥଙ୍କ ପାଖରେ। ଏହାକୁ ଗୋଟିଏ ପରେ ଗୋଟିଏ ଠାବ କରି ପୁଳା ପୁଳା ଟଙ୍କା ମଧ୍ୟ ଜବତ ହୋଇଛି। ଏହାରି ମଧ୍ୟରେ ଏକ ଘଟଣା ସାମ୍ନାକୁ ଆସିଛି। ପାର୍ଥ ଚାଟାର୍ଜୀଙ୍କ ଘରୁ ଚୋରି ହୋଇଛି। ପାର୍ଥଙ୍କ ୨୪ ପ୍ରଗଣା ସ୍ଥିତ ଘରେ ଚୋରି ହୋଇଛି। ବୁଧବାର ରାତିରେ ଚୋରମାନେ ଘରେ ପଶି ଚୋରିକରି ବହୁ ଧନ ସମ୍ପତ୍ତି ଲୁଟି ନେଉଥିବା ବେଳେ କିନ୍ତୁ ଆଖପାଖର ଲୋକମାନେ ଦେଖି ଭାବିଥିଲେ କି, ଏ ଅନୁସନ୍ଧାନକାରୀ ଟିମ୍ ଆସି ତାଙ୍କ ଘରେ ଚଢାଉ କରୁଛି। ତେଣୁ ଚୋରଙ୍କୁ ଧରିବାକୁ ପୁଲିସକୁ ଖବର ଦେଇ ନ ଥିଲେ।

    ଲୋକଙ୍କ କହିବା ଅନୁସାରେ, କିଛି ଚୋର ପାର୍ଥଙ୍କ ଘରର ତାଲା ଭାଙ୍ଗିଥିଲେ। ସେମାନଙ୍କ ହାତରେ ବଡ ବଡ ବ୍ୟାଗ ରହିଥିଲା। ଏହାପରେ ତାଲା ଭାଙ୍ଗି ଘର ଭିତରକୁ ପଶିଥିଲେ ଏବଂ କିଛି ସମୟ ପରେ ବଡ ବ୍ୟାଗରେ ଭର୍ତ୍ତି କରି ସାମଗ୍ରୀ ଆଣି ବାହାରକୁ ବାହାରିଥିଲେ। ଏହି ଅଞ୍ଚଳର ଲୋକମାନେ ଭାବିଥିଲେ ଯେ, ଇଡି ଚଢାଉ ହେଉଛି। ଏହାରି ଭିତରେ ଚର୍ଚ୍ଚା ହେଉଛି ଯେ, ଚୋରମାନେ ବ୍ୟାଗରେ ଟଙ୍କା ଫୁଲ୍ କରି ନେଇନାହାନ୍ତି ତ? ଏହା ଭାବିବା ସ୍ୱାବାବିକ ମଧ୍ୟ, କାରଣ ପାର୍ଥ ଏବଂ ତାଙ୍କ ସହଯୋଗୀଙ୍କ ଘରୁ ବାହାରୁଛି ପୁଳା ପୁଳା ଟଙ୍କା। ଯେତେ ଖୋଜାଚାଲିଛି ସେତେ ଟଙ୍କା ମିଳୁଛି। ଘର ଠାରୁ ଆରମ୍ଭ କରି ଭଡା ଘର ପର୍ଯ୍ୟନ୍ତ ସବୁଜାଗାରୁ ବାହାରୁଛି ଗଦା ଗଦା ଟଙ୍କା ସହିତ ସୁନା ଅଳଙ୍କାର। ଏଯାଏଁ ଇଡି ୫୦ କୋଟି ନଗଦ ଟଙ୍କା ସହ ୫ କିଲୋ ସୁନା ଜବତ କରିସାରିଥିଲେ ମଧ୍ୟ ଟଙ୍କା ସରିନାହିଁ। ଯେତେ ଖୋଳତାଡ ହେଉଛି ସେତେ ମିଳୁଛି।

    • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ
  • ଇଡିରେ ହାଜର ହେଲେ ସୋନିଆ

    ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଆଜି ନାସନାଲ ହେରାଲ ମାମଲାରେ ଇଡିରେ ହାଜର ହୋଇଛନ୍ତି। ମଧ୍ୟାହ୍ନ ପ୍ରାୟ ୧୨ଟାରେ ଇଡି ଅଫିସରେ ସୋନିଆ  ଝିଅ ପ୍ରିୟଙ୍କା ସହ ସହ ପହଞ୍ଚିଛନ୍ତି। ସେପଟେ ଇଡି ଦ୍ବାରା ସୋନିଆଙ୍କୁ ଜେରା କରିବାକୁ ଜୋରଦାର ବିରୋଧ କରିଛି କଂଗ୍ରେସ। ଏହାକୁ ନେଇ ସଂସଦରେ କଂଗ୍ରେସ ଗାନ୍ଧୀ ମୂର୍ତ୍ତି ନିକଟରେ ଧାରଣା ଦେଇଛି।  ସେପଟେ କଂଗ୍ରେସ ନେତାମାନେ ଶାନ୍ତିପୂର୍ଣ୍ଣ ଭାବେ ଇଡିର ଜେରାକୁ ବିରୋଧ କରାଯାଇଥିବା କହିଛନ୍ତି କଂଗ୍ରେସ ସାଂସଦ ଦୀପେନ୍ଦ୍ର ଏସ ହୁଡା। ରାଜସ୍ଥାନ ସିଏମ ଅଶୋକ ଗେହଲଟ କହିଛନ୍ତି, ସୋନିଆଙ୍କ ପରି  ଜଣେ ବ୍ୟକ୍ତିତ୍ବ, ଯାହାଙ୍କୁ ବର୍ତ୍ତମାନ ୭୦ ବର୍ଷ ହେଲାଣି ତାଙ୍କୁ ତାଙ୍କ ଘରେ ଜେରା ପରିବର୍ତ୍ତେ ଇଡି ଅଫିସକୁ ଡକାଯାଇଛି। ଏହାକୁ ନେଇ ମୁଁ ଇଡି ଓ ସିବିଆଇ ମୁଖ୍ୟଙ୍କୁ ଦେଖା କରିବି ଓ କହିବି ଲୋକେ ଜାତୀୟ ଯାଞ୍ଚ ଏଜେନ୍ସିକୁ ନେଇ କଣ ଚିନ୍ତା କରୁଛନ୍ତି।

  • ଇଡିରେ ହାଜର ହେଲେ ପୂର୍ବତନ ଅର୍ଥମନ୍ତ୍ରୀ

    ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି କେରଳର ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ସିପିଆଇଏମ ନେତା ଥୋମସ ଇସାକଙ୍କୁ ନୋଟିସ ପରେ ସେ ସୋମବାର ଦିନ ଇଡିରେ ହାଜର ହୋଇଛନ୍ତି। ଏଲଡିଏଫ ସରକାର କାଳରେ ସେ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ କେରଳ ଇନଫ୍ରାଷ୍ଟକ୍ଚର ଇନଭେଷ୍ଟମେଣ୍ଟ ଫଣ୍ଡ ବୋର୍ଡ (କେଆଇଆଇଏଫବି)ରେ ବ୍ୟାପକ ହେରଫେର ହୋଇଥିବା ନେଇ ତାଙ୍କୁ ଜେରାର ସମ୍ମୁଖୀନ ହେବାକୁ ହେବ। କେଆଇଆଇଏଫବି ରାଜ୍ୟ ସରକାର ପାଇଁ ବୃହତ ଓ ଜଟିଳ ଇନଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟ ପାଇଁ କାର୍ଯ୍ୟକରୁଥିବା ପ୍ରାରମ୍ଭିକ ଏଜେନ୍ସି। ୨୦୧୯ରେ ଏହି ସଂସ୍ଥା ଦ୍ବାରା ଥୋମସଙ୍କ ଅର୍ଥମନ୍ତ୍ରୀତ୍ବ କାଳରେ ବ୍ୟାପକ ଅର୍ଥ ହେରଫେର ନେଇ ଅଭିଯୋଗ ହୋଇଥିଲା। ଗତବର୍ଷ ରାଜ୍ୟ ବିଧାନସଭା ନିର୍ବାଚନ କାଳରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେଆଇଆଇଏଫବିକୁ ସମାଲୋଚନା କରିଥିଲେ।

    • ଶିଳା ରାୟଙ୍କ ରିପୋର୍ଟ
Back to top button