FAMALE ELEPHANT DEATH

  • ମାଈ ହାତୀ ମୃତ୍ୟୁ: ୨ କର୍ମଚାରୀ ନିଲମ୍ବିତ

    ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡ ମହାବୀର ରୋଡ଼ ରେଞ୍ଜ ଖଇରମୁଣ୍ଡା ଗାଁ ନିକଟସ୍ଥ ଖେଶରା ଜଙ୍ଗଲରେ ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ୍ୟୁ ଘଟଣାରେ ୨ ବନ କର୍ମଚାରୀ ନିଲମ୍ବିତ।  କାର୍ଯ୍ୟରେ ଅବହେଳା ଯୋଗୁ ୨ ବନ କର୍ମଚାରୀ ଙ୍କୁ ନିଲମ୍ବିତ କଲେ  ଢେଙ୍କାନାଳ ବନଖଣ୍ଡ ଅଧିକାରୀ । ଦୁଇ ବନ କର୍ମଚାରୀ ହେଉଛନ୍ତି ଦଦରାଘାଟି ଫରେଷ୍ଟ ସେକ୍ସନ ଫରେଷ୍ଟର ସରୋଜ କୁମାର ବେହେରା, ଓ ଘାଘରା ମୁଣ୍ଡା ଫରେଷ୍ଟ ବିଟର ଫରେଷ୍ଟ ଗାର୍ଡ ସ୍ୱର୍ଣ୍ଣପ୍ରଭା ସେଠ ।

    ସୂଚନା ମୁତାବକ ଗତ ୨୮ତାରିଖ ରେ ହାତୀ ଦାଉରୁ ଧାନ ଫସଲ ସୁରକ୍ଷା ପାଇଁ, ଗାଁ ର କିଛି ଚାଷୀ ଜମିରେ ବିଦ୍ୟୁତ୍ ତାର ବିଛାଇଥିଲେ। ରାତିରେ ଫସଲ ଖାଇବାକୁ ଆସିଥିବା ବେଳେ ଗୋଟିଏ ମାଈ ହାତୀ ତାର ସଂସ୍ପର୍ଶରେ ଆସିଥିବା ଓ ତାର ମୃତ୍ୟୁ ହୋଇଥିଲା।  ମୃତ ମାଈ ହାତୀର ଶବ ବ୍ୟବଛେଦ ପରେ ହାତୀ ଟି ଗର୍ଭବତୀ ଥିବା ଜଣାପଡିଥିଲା।

    ଏହି ମାମଲାରେ ପୂର୍ବରୁ ବନ ବିଭାଗ ପକ୍ଷରୁ  ଗାଁ ର ଦୁଇ ଜଣ ଚାଷୀ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଏବେ ଦୁଇ ବନ କର୍ମଚାରୀ ସରୋଜ ବେହେରା ଓ ସ୍ବର୍ଣ୍ଣପ୍ରଭା ସେଠଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରାଯାଇଛି।

Back to top button