ଅପରାଧ

୯ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା

ଉତ୍ତରପ୍ରଦେଶ କାନପୁରରେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଏକ ୯ ବର୍ଷର ଶିଶୁକୁ ଦୁଷ୍କର୍ମ କରିବାପରେ ହତ୍ୟା କରାଯାଇଛି। ତେବେ ଏହା କୌଣସି ପ୍ରଥମ ଘଟଣା ନୁହେଁ। ଚିଳିତ ବର୍ଷ ମଧ୍ୟ ୟୁପିରେ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଶିଶୁ ଓ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି କି, ଏହି ଘଟଣାରେ ସମ୍ପୃକ୍ତ ଥିବା ଅଧିକାଂଶ ପୀଡିତାଙ୍କ ପରିଚିତ ହୋଇଥିବା ଜଣାପଡିଛି। ଅନେକ କ୍ଷେତ୍ରରେ ଦେଖାଯାଇଛି ଯେ, ଅଭିଯୁକ୍ତମାନେ ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖି ଏହି ଅପରାଧ କରିଥାନ୍ତି।
ବୁଧବାର ଦିନ ପୁଣି ୯ ବର୍ଷର ନିରୀହ ଶିଶୁ କନ୍ୟାର ମୃତଦେହ ମିଳିଥିଲା। ଜଣାପଡିଛି ଯେ, ଦୁଇମାସ ପୂର୍ବରୁ ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। କିନ୍ତୁ ଅଭିଯୁକ୍ତ ଶିଶୁର ମୃତ ଦେହକୁ ନଡାଗଦାରେ ଲୁଚେଇ ରଖିଥିଲା। ଅଭିଯୁକ୍ତ ଜଣକ ପୋଲିସ ଆଗରେ ବୟାନ ଦେଇଛି ଯେ, ସେ ଅଶ୍ଳିଳ ଫିଲ୍ମ ଦେଖି ଏପରି କାଣ୍ଡ ଘଟାଇଛି।
ସୂଚନା ଅନୁଯାୟୀ, କାନପୁରର ବିହ୍ଲୋର ଅଞ୍ଚଲରେ ଥିବା ଏକ ଗାଁର ୯ ବର୍ଷର ଶିଶୁ ଏପ୍ରିଲ ୨୧ରେ ଖେଳିବାକୁ ଯାଇ ନିଖୋଜ ହୋଇଯାଇଥିଲା। ଶିଶୁଟିର ବାପା ବହୁ ଖୋଜା ଖୋଜି କରିଥିଲେ। ପରେ ଝିଅ ନ ମିଳିବାରୁ ଅପ୍ରିଲ ୨୨ରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେବେଠାରୁ ପୋଲିସ ଶିଶୁଟିକୁ ଖୋଜିବାରେ ଲାଗିଥିଲା ଏବଂ ଗାଁର ସମସ୍ତଙ୍କୁ ପଚରାଉଚରା ମଧ୍ୟ କରିଥିଲା। କିନ୍ତୁ ଶିଶୁର କୌଣସି ପତ୍ତା ମିଳିନଥିଲା। ଏହି ସମୟରେ ଶନିବାର ଦିନ ଯେତେବେଳେ ପୀଡିତାଙ୍କ ପଡୋଶୀ ଘରର ରହିଥିବା ନଡାଗଦା ହଟା ଯାଇଥିଲା ସେତେବେଳେ ସେଠାରୁ ନିରୀହ ଶିଶୁ କନ୍ୟାର କଙ୍କାଳଟିକୁ ଉଦ୍ଧାର କରାଯାଇଥିଲା। ଏହାପରେ ପୋଲସି ପଡୋଶୀକୁ ଗିରଫ କରି ପଚାରିବାରୁ ସେ ଶିଶୁ ସହ ଦୁଷ୍କର୍ମ କରି ହତ୍ୟା କରିଥିବା କଥା ମାନିଯାଇଥିଲା।

  • ଶୁଭଲକ୍ଷ୍ମୀ ସାହୁଙ୍କ,ରିପୋର୍ଟ

Related Articles

Leave a Reply

Your email address will not be published.

Back to top button