flight

  • ଇଣ୍ଡିଗୋ ବିମାନରେ ପୁଣି ବିଶୃଙ୍ଖଳା

    ନୂଆଦିଲ୍ଲୀ: ବିମାନରେ ବିଶୃଙ୍ଖଳା ସୃଷ୍ଠି କରୁଥିବା ଜଣେ ମଦ୍ୟପ ଗିରଫ । ଚାଲୁଥିବା ଇଣ୍ଡିଗୋ ବିମାନର ଏମର୍ଜେନ୍ସି ଦ୍ୱାର ଖୋଲିବାକୁ ଉଦ୍ୟମ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ସିଆଇଏସଏଫ । ଏପରି ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀ – ବେଙ୍ଗାଲୁର ଇଣ୍ଡିଗୋ ବିମାନରେ । ଇଣ୍ଡିଗୋ ବିମାନ 6ଇ 308 ରେ ଘଟିଛି ଏହିପରି କାଣ୍ଡ ।

    ସୂଚନା ମୁତାବକ ଇଣ୍ଡିଗୋ ବିମାନଟି ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରୁ ବେଙ୍ଗାଲୁରୁ ଅଭିମୁଖେ ଗମନ କରୁଥିଲା । ଶୁକ୍ରବାର ସକାଳ ପ୍ରାୟ 7.56 ବେଳେ ଏ ଘଟଣା ସାମ୍ନାକୁ ଆସିଥିଲା । ଜଣେ 40 ବର୍ଷୀୟ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଏପରି କାଣ୍ଡ କରିଥିବା ଜଣାପଡିଥିଲା । ଏହି ଘଟଣା ଘଟିବା ବେଳେ ବିମାନର କ୍ରିଉ ସଦସ୍ୟ ମାନେ ଏ ସମ୍ପର୍କରେ କ୍ୟାପ୍ଚେନଙ୍କୁ ଖବର ଦେଇଥିଲେ ଏବଂ ବ୍ୟକ୍ତି ଜଣକୁ ବିଶୃଙ୍ଖଳା ନକରିବାକୁ ସତର୍କ ମଧ୍ୟ କରିଥିଲେ ।

    ତେବେ ବିମାନଟି ବେଙ୍ଗାଲୁରୁ ରେ ଅବତରଣ କରିବା ପରେ ବିଶୃଙ୍ଖଳା ସୃଷ୍ଠି କରିଥିବା ବ୍ୟକ୍ତି ଜଣକୁ ସିଆଇଏସଏଫ କୁ ହସ୍ତାନ୍ତର କରାଯାଇଥିଲା । ପରେ ସେହି ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଇଣ୍ଡିଗୋ ପକ୍ଷରୁ ସୂଚନା ମିଳିଛି ଏବଂ ଘଟଣାର ତଦନ୍ତ ନିମନ୍ତେ ଅଧିକ ଛାନଭିନ୍ ଜାରିରହିଛି ।

  • ବୋମା ଥିବା ସନ୍ଦେହରେ ବିମାନର ଜରୁରୀକାଳୀନ ଅବତରଣ

    ପାଟନା: ବିମାନରେ ବୋମାଥିବା ନେଇ ଜରୁରୀକାଳୀନ ଅବତରଣ। ଗୁରୁବାର ଦିନ ଦିଲ୍ଲୀ ଅଭିମୁଖେ ଆସୁଥିବା ଇଣ୍ଡିଗୋ ବିମାନ 6E-2126 ପାଟନା ବିମାନବନ୍ଦରେର ଜରୁକାଳୀନ ଅବତରଣ କରିଥିଲା। ବୋମାଥିବା ସୂଚନା ପାଇବା ମାତ୍ରେ ପାଟନା ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା। ଏହାପରେ ବିମନବନ୍ଦରରେ ଥିବା ସୁରକ୍ଷା କର୍ମୀ ଓ ବୋମା ନିଷ୍କ୍ରିୟକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏଥିପାଇଁ ଡଗ୍ ସ୍କ୍ୱାଡର ମଧ୍ୟ ସହାୟତା ନିଆଯାଇଥିଲା।

    କେବଳ ସେତିକି ନୁହେଁ ପାଟନା ବିମାନବନ୍ଦରର ଚର୍ତୁପାର୍ଶ୍ୱକୁ ସୁରକ୍ଷା ବଳୟ ଭିତରେ ରଖାଯାଇଛି। ସୂଚନା ଅନୁଯାୟୀ, ଜଣେ ଯାତ୍ରୀ ତାଙ୍କ ବ୍ୟାଗରେ ବୋମାଥିବା ନେଇ ସୂଚନା ଦେଇଥିଲେ। ଏହାପରେ ବିମାନରେ ଥିବା ଯାତ୍ରୀମାନେ ଭୟାଭୀତ ହୋଇପଡିଥିଲେ। ଯାତ୍ରୀ କହିଛନ୍ତି ଯେ, ତାଙ୍କ ବ୍ୟାଗରେ ବୋମା ରହିଛି। ଏହାପରେ ବୋମା ନିଷ୍କ୍ରିୟକାରୀ ଟିମ ଆସି ସଂପୃକ୍ତ ଯାତ୍ରୀଙ୍କ ବ୍ୟାଗ ଯାଞ୍ଚ କରିଥିଲେ। ହେଲେ କୌଣସି ବୋମା ବ୍ୟାଗରୁ ପାଇନଥିଲେ। ଏହାପରେ ସୁରକ୍ଷା କର୍ମୀ ସଂପୃକ୍ତ ଯାତ୍ରୀଙ୍କୁ ଗିରଫ କରି ପଚରାଉଚରା କରୁଛି।

    • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ
  • ପୁଣି ବିମାନ ଜରୁରୀକାଳୀନ ଅବତରଣ

    ଦୁର୍ଘଟଣାରୁ ବର୍ତ୍ତିଲା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ। ଇଣ୍ଡିଗୋ ବିମାନ କରାଚିରେ ଜରୁରୀ ଅବତରଣ କରିବାର କିଛି ଘଣ୍ଟା ପରେ ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ମଧ୍ୟ ଜରୁରୀ କାଳୀନ ଅବତରଣ କରିଛି। କେରଳର କଲିକଟରୁ ଦୁବାଇ ଅଭିମୁଖେ ଯାଉଥିବା ଏହି ବିମାନରେ ହଠାତ୍ ଜଳିବାର ଗନ୍ଧ ଆସିଥିଲା। ଏହା ପରେ ବିମାନକୁ ଓମାନର ମସକାଟ ବିମାନବନ୍ଦରରେ ଅବତରଣ କରାଯାଇଛି। ବିମାନର ଭେଣ୍ଟିଲେସନ ପାଇଁ ଥିବା ଏକ ଭେଣ୍ଟରୁ ଧୂଆଁ ବାହାରିବା ପରେ ଏହାକୁ ଜରୁରୀକାଳୀନ ଭାବରେ ଅବତରଣ କରାଯାଇଥିଲା ବୋଲି ଡିସିଜିଏ ସୂଚନା ଦେଇଛନ୍ତି।

    ଗତ ରାତିରେ ବିମାନଟି କଲିକଟରୁ ଦୁବାଇ ଅଭିମୁଖେ ଉଡାର ଭରିଥିଲା କିନ୍ତୁ ଦୁବାଇରେ ପହଞ୍ଚିବାକୁ କିଛି ଘଣ୍ଟା ବାକିଥିବା ବେଳେ ବିମାନରୁ ଜଳିବାର ଗନ୍ଧ ବାହାରିଥିଲା। ଆଜି ଏପରି ବିମାନର ଜରୁରୀକାଳୀନ ଅବତରଣ ଦୁଇଥର ହୋଇଛି।

    ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

  • ବିଶ୍ୱର ସବୁଠାରୁ ବୟସ୍କା ଏୟାରହୋଷ୍ଟ୍ରେସ

    ବିମାନ ରେ ଯାତ୍ରା କରୁଥିବା ସମୟରେ ସମସ୍ତେ ଅଳ୍ପବୟସ୍କ, ସୁନ୍ଦର ଓ ଫିଟ୍ ଏୟାରହୋଷ୍ଟ୍ରେସ ଦେଖିଥିବେ । କିନ୍ତୁ ଏମିତି ବି ଏୟାରହୋଷ୍ଟେସ ଅଛନ୍ତି ଯାହାକୁ ଦେଖିଲେ ଆପଣ ହୋସ ଉଡିଯିବ । ଆପଣ ଭାବିନଥିବେ ଏମତି ବି ଏୟାରହୋଷ୍ଟ୍ରେସ ଅଛନ୍ତି ତାହା ପୁଣି ଆପଣଙ୍କ ଜେଜେମା ବା ଆଇଙ୍କ ବୟସର ହେବେ କିନ୍ତୁ ସେ ବି ଜଣେ ଏୟାରହୋଷ୍ଟ୍ରେସ । ଆମେରିକାନ ଏୟାରହୋଷ୍ଟ୍ରେସ । ବିଶ୍ୱର ସବୁଠାରୁ ବୟସ୍କା ଏୟାରହୋଷ୍ଟ୍ରେସ । ଏତେ ବର୍ଷ ଜଣେ ଏୟାରହୋଷ୍ଟ୍ରେସ ଭାବରେ କାର୍ଯ୍ୟ କରିଛନ୍ତି । ୬୫ ବର୍ଷ ହେଲା ଚାକିର କରି ବିଶ୍ବ ରେକର୍ଡ ସ୍ଥାପନ କରିଛନ୍ତି । ୮୬ ବର୍ଷୀୟ ଏୟାରହୋଷ୍ଟ୍ରେସ ବେଟେ ନେସ୍ ୬୫ ବର୍ଷ ଉତ୍ତମ ସେବା ପ୍ରଦାନ କରିଛନ୍ତି ।

    ସେଥିପାଇଁ ତ ସେ ଏବେ ଚର୍ଚ୍ଚାରେ । ୧୯୫୭ ମସିହାରେ ଚାକିର ଆରମ୍ଭ କରିଥିଲେ । ବେଟେ ନେସ୍ ଆମିରିକାର ମାସଚୁଏଟସ୍ ର ବୋଷ୍ଟନ ରେ ରହୁଛନ୍ତି । ଆମେରିକାନ ଏୟାରଲାଇନସ ରେ ସେ କାମ କରୁଛନ୍ତି । ତାଙ୍କ କାର୍ଯ୍ୟକାଳ ସମୟରେ ଆମେରିକା, ବୋଷ୍ଟନ, ୱାସିଂଟନ ମଧ୍ୟ୍ୟରେ ଅଧିକାଂସ ସମୟରେ କାମ କରିଛନ୍ତି । ବିମାନ ରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରାୟ ତାଙ୍କୁ ଚିହ୍ନିଛନ୍ତି । ତାଙ୍କର ଦୀର୍ଘ ବର୍ଷର କାର୍ଯ୍ୟ ସହ ଏହି ବୟସରେ କାମ କରିବା ସମସ୍ତଙ୍କୁ ଚକିତ କରିଛି । ତାଙ୍କର ଗୋଟିଏ ପୁଅ ଅଛି ସେ ଦିବ୍ୟାଙ୍କ । ସେଥିପାଇଁ ରାତିରେ କାମ ସାରି ତାଙ୍କ ପୁଅ ପାଖକୁ ଫେରି ତାର ଦେଖାଶୁଣା କରନ୍ତି ।

    • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
  • ପୁଣି ସ୍ପାଇସଜେଟ୍ ବିମାନର ଜରୁରୀ କାଳିନ ଅବତରଣ, ଦେଖନ୍ତୁ ଭିଡିଓ

    ସ୍ପାଇସଜେଟ୍ ବିମାନର ଜରୁରୀ କାଳିନ ଅବତରଣ l ଦିଲ୍ଲୀରୁ ଜବଲପୁର ଯାଉଥିବା ସମୟରେ ଆଜି ସକାଳେ ଏକ ସ୍ପାଇସଜେଟ୍ ବିମାନରେ ଯାତ୍ରୀମାନେ କ୍ୟାବିନରେ ଧୂଆଁ ଅନୁଭୂତ କରିବା ପରେ ବିମାନର ଜରୁରୀ କାଳିନ ଅବତରଣ କରାଯାଇ ସୁରକ୍ଷିତ ଭାବେ ଦିଲ୍ଲୀ ବିମାନବନ୍ଦରକୁ ଫେରି ଆସିଛି l 5000 ଫୁଟ ଅତିକ୍ରମ କରିବା ପରେ କ୍ୟାବିନରେ ଧୂଆଁ ଅନୁଭୂତ ହୋଇଥିଲା l ଯାତ୍ରୀମାନେ ନିରାପଦରେ ଅବତରଣ କରିଥିବା ସ୍ପାଇସଜେଟ୍ ମୁଖପାତ୍ର ସୂଚନା ଦେଇଛନ୍ତି l

Back to top button