mo bus

  • ମୋ ବସରୁ ନେଇଗଲେ 50,000 ଟଙ୍କା

    ଭୁବନେଶ୍ୱର: ପୁଣି ଥରେ ବସ ଯାତ୍ରୀଙ୍କ ଠାରୁ ଟଙ୍କା ଲୁଟ୍ । ବରମୁଣ୍ଡାରୁ କଟକ ଜଗତପୁର ଯାଉଥିବା 18 ନଂ ମୋ ବସରୁ ମଙ୍ଗଳବାର ଦିନ 50,000 ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ବାଙ୍କୀ ଥାନା ଅଧୀନ ବିଲୁପଡା ବଡପଦନପୁରର ରାଜକିଶୋର ଜେନା ।

    ରାଜକିଶୋରଙ୍କ କହିବା ଅନୁଯାୟୀ ମଙ୍ଗଳବାର ଦିନ ସେ ତାଙ୍କ ପରିବାର ସହ ବାଙ୍କିରୁ ତ୍ରିଶୁଳିଆକୁ ଆସିଥିଲେ । ସେଠାରୁ ସେମାନେ ଭୁବନେଶ୍ୱର ଆସିବା ପାଇଁ ମୋ ବସରେ ବସିଥିଲେ । ସେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ତାଙ୍କ ଟଙ୍କା ଚୋରି ହୋଇଥିବା ଜାଣିପାରିଥିଲେ । ରାଜକିଶୋର ତାଙ୍କ ଟଙ୍କା ଚୋରି ଜାଣିବା ପରେ ମୋ ବସ ର କଣ୍ଡକ୍ଟରଙ୍କୁ ଜଣାଇଥିଲେ । ବସ କର୍ମଚାରୀ ବସରେ ଥିବା ସମସ୍ତ ଯାତ୍ରୀଙ୍କୁ ଯାଞ୍ଚ କରିଥିଲେ କିନ୍ତୁ କାହାରି ପାଖରେ ଟଙ୍କା ମିଳିନଥିଲା । ପରେ ସେ ଥାନାକୁ ଯାଇ ଏ ସମ୍ପର୍କରେ ଏତଲା ଦେଇଥିଲେ ।

    ଚଳିତ ମାସ 10 ତାରିଖରେ ଝିଅ ବାହାଘର ସାରିଥିବାରୁ ବାହାଘର ଚଳଣିକୁ ବଜାୟ ରଖିବା ପାଇଁ ଭୁବନେଶ୍ୱରକୁ ଲୁଗା କିଣିବାକୁ ଆସିଥିଲେ ରାଜକିଶୋର । କିନ୍ତୁ ତାଙ୍କ ଖୁସିକୁ ଯେମିତି କାହାର ନଜର ଲାଗିଯାଇଥିଲା ।

    ମୋ ବସରେ ଏପରି ଘଟଣା କିଛି ନୂଆ ନୁହେଁ । ଆଗରୁ ମଧ୍ୟ ଅନେକ ଚେନ, ମୋବାଇଲ ଓ ଟଙ୍କା ଲୁଟେରା ମୋ ବସରୁ ଧରାପଡିଛନ୍ତି । ଗତ ବର୍ଷ ଏକ କ୍ୟାନସର ରୋଗୀ ଠାରୁ 42 ହଜାର ଟଙ୍କା ଚୋରି ହୋଇଥିଲା । ଏନେଇ କମିଶନରେଟ ପୋଲିସ ଏକ ସାତ ଜଣିଆ ଟିମ ଗଠନ କରି ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିଲା । ତେବେ ଅଧିକ ଭିଡ ଯୋଗୁ ବସରେ ଲୁଟ୍ ର ସଂଖ୍ୟା ବଢୁଥିବା କଥା ଜଣାପଡିଥିଲା ।

  • ମୋ ବସରେ ନିଆଁ

    ଭୁବନେଶ୍ବର: ମୋ ବସରେ ଲାଗିଲା ନିଆଁ। ଖୋର୍ଦ୍ଧାରୁ ମାଷ୍ଟର କ୍ୟାଣ୍ଟିନ ଅଭିମୁଖେ ଯାଉଥିବା ୨୦ ନମ୍ବର ମୋ ବସରେ ନିଆଁ ଲାଗିଛି। ତମାଣ୍ଡୋ ଥାନା ଠାରୁ ୧୦୦ ମିଟର ଦୂରରେ ମୋ ବସ ରେ ନିଆଁ ଲାଗିଥିବା ସୂଚନା ମିଳିଛି। ବସରେ ୪୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ।

    ମିଳିଥିବା ସୂଚନା ଅନୁସାରେ ସକାଳ ୮ଟା ସମୟରେ ୨୦ ନମ୍ବର ମୋ ବସ ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ହଠାତ ତମାଣ୍ଡୋ ଥାନା ନିକଟରେ ବସରୁ ଧୂଆଁ ବାହାରିଥିଲା। ଧୂଆଁ ବାହାରୁଥିବା ଦେଖି ବସ ଡ୍ରାଇଭର ନିଆଁ ଲାଗିଯିବା କଥା କହିଥିଲେ।ଏହାପରେ ଯାତ୍ରୀମାନେ ଭୟଭୀତ ହୋଇ ବସରୁ ବାହାରି ଯାଇଥିଲେ। ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। କିପରି ବସରେ ନିଆଁ ଲାଗିଲା ତାକୁ ନେଇ ତଦନ୍ତ ହେବ।

Back to top button