NARENDRA MODI

  • ମୋଦୀ ହଟାଅ ପୋଷ୍ଟର ପଡିଲା ମହଙ୍ଗା, ଆଠ ଗିରଫ

    ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ବିରୋଧରେ ପୋଷ୍ଟର । ପୂର୍ବରୁ ରାଜଧାନୀ ଦିଲ୍ଲୀରେ ମୋଦି ବିରୋଧରେ ପୋଷ୍ଟର ଲଗେଇ 6 ଜଣ ଗିରଫ ହୋଇଥିବା ବେଳେ ଏବେ ସମାନ ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ଅହମ୍ମଦାବାଦରେ ।  ଆମ୍ ଆଦମି ପାର୍ଟିର କିଛି କର୍ମକର୍ତ୍ତା ମୋଦୀଙ୍କ ବିରୋଧରେ ପୋଷ୍ଟର ଲଗାଇବାରୁ 8 ଜଣକୁ ଗିରଫ କରିଛି ପୋଲିସ ।

    ଜାତୀୟ ଗଣମାଧ୍ୟମ ଏଏନଆଇ ରେ ପ୍ରକାଶିତ ଖବର ଅନୁସାରେ ଅହମ୍ମଦାବାଦର ଅନେକ ଅଞ୍ଚଳରେ ମୋଦୀ ହଟାଅ ଦେଶ ବଞ୍ଚାଅ ପୋଷ୍ଟର ଲଗାଯାଇଛି । ପ୍ରଧାନମନ୍ତ୍ରୀ ବିରୋଧରେ  ଏପରି ପୋଷ୍ଟର ଲଗାଯିବା ଅଭିଯୋଗରେ  ଆପ୍ ର 8 ଜଣ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ଏହି ଗିରଫକୁ ବିରୋଧ କରିଛନ୍ତି ଆପର ଗୁଜୁରାଟ କମିଟି । ଏହି କମିଟି ଟ୍ୱଟ୍ କରି କହିଛନ୍ତି ଯେ ଗୁଜୁରାଟ ପୋଲିସର ଏଭଳି ପଦକ୍ଷେପ ଲୋକତନ୍ତ୍ର ପାଇଁ ବିପଦ ଅଟେ ।

    ଗୁଜୁରାଟ ପୋଲିସ ଏ ଉପରେ ଏକ ପ୍ରେସ କନଫରେନ୍ସ କରି କହିଛନ୍ତି କି ରାଜ୍ୟର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ଏହି ଆଠଜଣ ଜାତୀୟ  ସମ୍ପତ୍ତିକୁ ନଷ୍ଟ କରୁଛନ୍ତି । ସେଥିପାଇଁ ଏମାନଙ୍କୁ ଗିରଫ କରାଯାଇଛି ।

    ଆମ ଆଦମୀ ପାର୍ଟିରୁ ଗୁଜୁରାଟର ଉପାଧକ୍ଷ ସାଗର ଶବାରୀ କହିଛନ୍ତି ଗୁରୁବାର ଠାରୁ ବହୁ ରାଜ୍ୟରେ ମୋଦୀ ବିରୁଦ୍ଧରେ ପୋଷ୍ଟର ଲାଗୁଛି ତେବେ କାହିଁକି କେବଳ ଗୁଜୁରାଟ ପୋଲିସ ଆପ ବିପକ୍ଷରେ  ମାମଲା ରୁଜ୍ଜୁ କରିଛି ।

  • କଂଗ୍ରେସକୁ ବଦନାମ କରିବାକୁ ମୋଦି ଓ ଦିଦିଙ୍କ ମଧ୍ୟରେ ଡିଲ: ଅଧୀର ରଞ୍ଜନ

    ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଲଣ୍ଡନ ବୟାନ ଉପରେ ସଂସଦରୁ ସଡକ ସବୁଠି ବିଜେପି କଂଗ୍ରେସକୁ ଘେରାବନ୍ଦୀ କରିବାରେ ଲାଗିଛି। ଏହାରି ଭିତରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଆଣିଛନ୍ତି ଏକ ସଙ୍ଗୀନ ଅଭିଯୋଗ। ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ରାହୁଲ ଓ କଂଗ୍ରେସ ଛବି ଖରାପ କରିବାକୁ ହୋଇଛି ଡିଲ।

    ଚୌଧୁରୀ କହିଛନ୍ତି କି, ମମତା ବାନାର୍ଜୀ ମୋଦିଙ୍କ ନିର୍ଦ୍ଦେଶରେ କହୁଛନ୍ତି। ଉଭୟଙ୍କ ମଧ୍ୟରେ ଏକ ସିକ୍ରେଟ ଡିଲ ହୋଇଛି କଂଗ୍ରେସ ଓ ରାହୁଲଙ୍କୁ ବଦନାମ କରିବାକୁ। ନିଜକୁ ଇଡି ଓ ସିବିଆଇ ଛାପାମାରିରୁ ବଞ୍ଚାଇବାକୁ ଦିଦି କଂଗ୍ରେସ ବିରୋଧରେ କହି ମୋଦିଙ୍କୁ ଖୁସି କରୁଛନ୍ତି।

    ଚୌଧୁରୀଙ୍କ ଏପରି କହିବା ପଛର କାରଣ କି, ରବିବାର ମୁର୍ଶିଦାବାଦ ଜିଲ୍ଲାର ଏକ ଆନ୍ତରିକ ପାର୍ଟି ବୈଠକରେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ଟିଏମସି ନେତା କହିଥିଲେ କି, ବିଜେପି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନାୟକ ସଜାଇ ବର୍ତ୍ତମାନର ମୁଦ୍ଦାଗୁଡିକ ଉପରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛନ୍ତି। ସଂସଦରେ ରାହୁଲଙ୍କ ବୟାନକୁ ନେଇ ହଙ୍ଗାମା କରି ସଂସଦକୁ ଚାଲିବାକୁ ଦିଆଯାଉନି। ବିଜେପି ରାହୁଲଙ୍କୁ ହିରୋ ସଜେଇବାକୁ ଚେଷ୍ଟା କରୁଛି, ଯେମିତି ପିଏମଙ୍କୁ କୌଣସି ପ୍ରଶ୍ନ କରାଯାଇ ପାରିବ ନାହିଁ ବୋଲି ଟିଏମସି ନେତା କହିଥିଲେ।ଏପରି କରି ବିଜେପି ବର୍ତ୍ତମାନର ମୁଦ୍ଦା ଉପରୁ ଲୋକଙ୍କ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛି।

    ସେପଟେ ପଶ୍ଚିମବଙ୍ଗର ପଞ୍ଚାୟତ ନିର୍ବାଚନ ପୂର୍ବରୁ ପିସିସି ମୁଖ୍ୟ ଅଧୀରରଞ୍ଜନ ଚୌଧୁରୀ ଦାବି କରୁଛନ୍ତି କି, ମୁର୍ଶିଦାବାଦ ଓ ମାଲଦହ ଜିଲ୍ଲାର ବିଭିନ୍ନ ଅଂଶରୁ ଟିଏମସି ଓ ବିଜେପିର ୨ହାଜରରୁ ଅଧିକ କର୍ମକର୍ତ୍ତା କଂଗ୍ରେସରେ ସାମିଲ ହୋଇଛନ୍ତି।

    ସୂଚନାଯୋଗ୍ୟ, ଆସନ୍ତା ମେ ଓ ଜୁନ ମାସରେ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି। ଏହା ପୂର୍ବରୁ ଚୌଧୁରୀ ରବିବାର କହିଥିଲେ କି, ୨ହଜାରରୁ ଅଧି ଟିଏମସି ଓ ବିଜେପି କର୍ମକର୍ତ୍ତା ବହରାମପୁର କଂଗ୍ରେସ କାର୍ଯ୍ୟାଳୟରେ ସାମିଲ ହୋଇଛନ୍ତି। ଏହା ପୂର୍ବରୁ ୨୦୧୮ରେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ବିଜେପି ଓ ଟିଏମସି କର୍ମକର୍ତ୍ତାଙ୍କ ମଧ୍ୟରେ ବଡଧରଣର ଝଗଡା ହୋଇଥିଲା, ଯାହାର ପରିଣାମ ସ୍ବରୂପ ଅନ୍ୟୁନ ୧୨ଜଣଙ୍କ ମୃତ୍ୟୁ ହୋଇଥିଲା।

  • କାହିଁକି ମୋଦିଙ୍କ ଜ୍ୟାକେଟକୁ ନେଇ ଚର୍ଚ୍ଚା?

    ନୂଆଦିଲ୍ଲୀ: ସବୁବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷାକାକୁ ନେଇ ଚର୍ଚ୍ଚା ହୋଇ ଆସୁଥିବା ବେଳେ ଆଜି ସେ ସଂସଦକୁ ପିନ୍ଧି ଆସିଥିବା ଜ୍ୟାକେଟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ଏହି ଚର୍ଚ୍ଚା ଜ୍ୟାକେଟର ଦାମକୁ ନେଇ ନୁହେଁ, ବରଂ ଏହାର କଞ୍ଚାମାଲ, ପ୍ରସ୍ତୁତିକୁ ନେଇ।

    ବୁଧବାର ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଖାସ୍‌ ଜ୍ୟାକେଟ ପିନ୍ଧି ପହଞ୍ଚିଥିଲେ ସଂସଦରେ।  ବ୍ଲୁ ରଙ୍ଗର ଜ୍ୟାକେଟ।  ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଜ୍ୟାକେଟ୍ କୌଣସି ଅନ୍ତର୍ଜାତୀୟ ବ୍ରାଣ୍ଡର ନୁହେଁ ବରଂ ସ୍ବଦେଶୀ ଓ ଅଦରକାରୀ ପ୍ଲାଷ୍ଟିକ୍ ବୋତଲରୁ ପ୍ରସ୍ତୁତ। ସୋମବାର ବେଙ୍ଗାଲୁରୁ ଠାରେ ଏନର୍ଜି ସପ୍ତାହ ପାଳନ କାଳରେ ଏହି ସ୍ବତନ୍ତ୍ର ଜ୍ୟାକେଟକୁ ଇଣ୍ଡିଆନ୍ ଅଏଲ କର୍ପୋରେସନ ପକ୍ଷରୁ ତାଙ୍କୁ ଉପହାର  ଦିଆଯାଇଥିଲା। ୧୦ କୋଟି ଅଦରକାରୀ ପିଇଟି ବୋତଲ ରିସାଇକେଲ କରାଯାଇ ଇଣ୍ଡିଆନ୍‌ ଅଏଲର କର୍ମଚାରୀ ଓ ସଶସ୍ତ୍ର ବାହିନୀ ନିମନ୍ତେ ଦୀର୍ଘସ୍ଥାୟୀ ପୋଷାକ ତିଆରି କରାଯାଇଛି।

    ସୂଚନା ଯୋଗ୍ୟ, ଭାରତ ସରକାର ପରିବେଶ ସୁରକ୍ଷା ପାଇଁ ଆରମ୍ଭ କରିଛନ୍ତି ନ୍ୟାସନାଲ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ। ୧୯ ହଜାର ୭୦୦ କୋଟି ଟଙ୍କା ବିନିଯୋଗରେ ନ୍ୟାସନାଲ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନର ଶୁଭାରମ୍ଭ ହୋଇଛିନ୍ତି। ଯାହା ଅଙ୍ଗାରକାମ୍ଳ ନିର୍ଗମନକୁ କମାଇବା ସହ ଜୀବାଷ୍ମ ଇନ୍ଧନ ବ୍ୟବହାର ଗୁରୁତ୍ୱକୁ ମଧ୍ୟ କମାଇବ। ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ନଷ୍ଟ ନ ହେଉଥିବା ପ୍ଲାଷ୍ଟିକୁ ରିସାଇକିଲ କରି ଏହା ଦ୍ବାରା ବ୍ୟବହାର ଉପଯୋଗୀ ସାମଗ୍ରୀର ପ୍ରସ୍ତୁତି କରାଯାଉଛି।

  • ପୁଣି ବିଶ୍ବର ଲୋକପ୍ରିୟ ନେତା ହେଲେ ମୋଦି

    ନୂଆଦିଲ୍ଲୀ: ପୁଣି ଥରେ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏମିତି କି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ୧୬ ଦେଶର ଆଗଧାଡିର ନେତାକୁ ପଛରେ ପକାଇ ଦେଇଛନ୍ତି ମୋଦି। ମର୍ନିଂ କନସଲ୍ଟର ୱେବ ସାଇଟରେ ଜାରି ସୂଚୀରେ ମୋଦି ୭୮ ପ୍ରତିଶତ ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂ ସହ ଶୀର୍ଷରେ ରହିଛନ୍ତି।

    ଗୋଟିଏ ପଟେ ଦେଶରେ ଦରଦାମ ବୃଦ୍ଧି, ବେରୋଜଗାରୀ ସହ ବିବିସି ଦ୍ବାରା ପ୍ରସ୍ତୁତ ଡକୁମେଣ୍ଟାରୀକୁ ନେଇ ମୋଦିଙ୍କୁ ସମାଲୋଚନାର ସାମ୍ନା କରିବାକୁ ହେଉଥିବା ବେଳେ ବିଶ୍ବର ଲୋକପ୍ରିୟ ନେତା ଭାବେ ପୁଣି ନିର୍ବାଚିତ ହୋଇଛନ୍ତି ସେ। ମୋଦି ଦୁନିଆର ବୟସ୍କ ମଧ୍ୟରେ  ସବୁଠାରୁ ଅଧିକ ରେଟିଂ ପାଇଛନ୍ତି। ଏହି ସୂଚୀର ଦ୍ବିତୀୟସ୍ଥାନରେ ମେକ୍ସିକୋର ରାଷ୍ଟ୍ରପତି ଏଣ୍ଡ୍ରିସ ମେନୁଅଲ ଲୋପେଜ ଓବ୍ରିଡୋରଙ୍କୁ ୬୮ ପ୍ରତିଶତ ଆପ୍ରୁଭାଲ ରେଟିଂ ମିଳିଥିବା ବେଳେ ତୃତୀୟ ସ୍ଥାନରେ ଅଛନ୍ତି ସ୍ବିଜରଲ୍ୟାଣ୍ଡର ରାଷ୍ଟ୍ରପତି ଅଲୈନ ବେରସେଟ, ଯାହାଙ୍କୁ ମିଳିଛି ୬୨ ରେଟିଂ। ସର୍ଭେ ଅନୁଯାୟୀ, ୨୦୨୧ ପରେ ମୋଦିଙ୍କ ଲୋକପ୍ରିୟତା ଆହୁରି ବଢିଯାଇଛି।

    ଏହି ସୂଚୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଟପ ପାଞ୍ଚ ଜଣଙ୍କ ମଧ୍ୟରେ ମଧ୍ୟ ସ୍ଥାନ ପାଇ ନାହାନ୍ତି। ବାଇଡେନ ୪୦ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ସପ୍ତମ ସ୍ଥାନରେ ଥିବା ବେଳେ ସୁନକ ୩୦ ପ୍ରତିଶତ ରେଟିଂ ସହ ୧୩ତମ ସ୍ଥାନ ହାସଲ କରିଛନ୍ତି। ତେବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନୀ ଅଲ୍ବାନିଜ ୫୮ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ  ଚତୁର୍ଥ ଓ ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡି ସିଲ୍ଭା ୫୦ ପ୍ରତିଶତ ସହ ପଞ୍ଚମ ସ୍ଥାନରେ ରହିଛନ୍ତି।

  • ୨୦୨୩ର ପ୍ରଥମ ମନ କି ବାତ

    ନୂଆଦିଲ୍ଲୀ: ୨୦୨୩ର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କି, ଚଳିତ  ଥରର ଗଣତନ୍ତ୍ର ଦିବସ ସମାରୋହର ବହୁ ଦିଗକୁ ପ୍ରଶଂସା କରିଛନ୍ତି। ୨୬ ଜାନୁଆରୀର ପରେଡ କାଳରେ କର୍ତ୍ତବ୍ୟ ପଥର ନିର୍ମାଣ କରିଥିବା ଶ୍ରମିକଙ୍‌କୁ ଦେଖି ଭାରି ଖୁସି ଲାଗିଲା। ଏହି ପରେଡରେ ପ୍ରଥମ ଥର ଭାଗ ନେଇଥିବା ମହିଳା ଓଟ ସବାର ଓ ସିଆରପିଏଫର ମହିଳା ଦଳର ମଧ୍ୟ ପ୍ରଶଂସା କରିଛନ୍ତି।

    ଏଥିସହ ପଦ୍ମପୁରସ୍କାର ପାଉଥିବା ବ୍ୟକ୍ତି ବିଶେଷଙ୍କ ସମ୍ପର୍କରେ ଜନତାଙ୍କୁ ଜାଣିବା ଆବଶ୍ୟକ ବୋଲି ମୋଦି କହିଛନ୍ତି। ଜନଜାତି ସମୁଦାୟ ସହ ଜଡିତ ଜିନିଷର ସଂରକ୍ଷଣ ଓ ଏହା ଉପରେ ଗବେଷଣାର ଚେଷ୍ଟା ହୋଇଥାଏ। ଏମିତି ହିଁ ଟୋଟୋ, ହୋ, କୁଇ, କୁଭି, ମାଣ୍ଡା ପରି ଜନଜାତିଙ୍କ ଭାଷା ଉପରେ କାମ କରୁଥିବା ବହୁ ମହାନୁଭବଙ୍କୁ ପଦ୍ମ ପୁରସ୍କାର ମିଳିଛି। ଏହା ଆମ ପାଇଁ ସମସ୍ତଙ୍କ ପାଇଁ ଗର୍ବର କଥା କହିଛନ୍ତି ପ୍ରଧାନନ୍ତ୍ରୀ। ଏହା ବ୍ୟତୀତ ସାରା ବିଶ୍ବରେ ସବୁଠାରୁ ବଡ ଲୋକତନ୍ତ୍ର ଆମର ରହିଛି ଓ ଆମ ଦେଶ ଗଣତନ୍ତ୍ରର ଜନନୀ ଭାବେ ଆମେ ଗର୍ବିତ। ଲୋକତନ୍ତ୍ର ଆଗ ଶିରା ପ୍ରଶାରାରେ ରହିଛି।

    ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି କି,  ଡ ଆମ୍ବେଦକର ବୌଦ୍ଧ ଭିକ୍ଷୁ ସଂଘର ତୁଳନା ଭାରତୀୟ ସଂସଦ ସହ କରିଥିଲେ। ସେ ଏମିତି ସଂସ୍ଥା ସମ୍ପର୍କରେ କହିଥିଲେ, ଯେଉଁଠି ପ୍ରସ୍ତାବ, ସଂକଳ୍ପ, କୋରମ ଓ ଭୋଟ ଗଣତିକୁ ନେଇ ବହୁ ନିୟମ ଥିଲା। ବାବା ସାହବଙ୍କ ବିଶ୍ବାସ ଥିଲା କି, ଭଗବାନ ବୁଦ୍ଧକୁ ଏହି ପ୍ରେରଣା ସେତେବେଳେର ରାଜନୈତିକ ବ୍ୟବସ୍ଥାରୁ ମିଳିଥିଲା।

    ଅନ୍ତରାଷ୍ଟ୍ରୀୟସ୍ତରରେ ଭାରତର ଗୁରୁତ୍ବ ସମ୍ପର୍କରେ କହିବାକୁ ଯାଇ ମୋଦି କହିଥିଲେ କି, ଭାରତର ପ୍ରସ୍ତାବ ପରେ ୟୁଏନ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଓ ଅନ୍ତରାଷ୍ଟ୍ରୀୟ ବାଜରା ବର୍ଷ ଘୋଷଣା କରିଛି। ଯୋଗ ସ୍ବାସ୍ଥ୍ୟ ସହ ଜଡିତ ଥିବା ବେଳେ ବାଜରା ବି ସ୍ବାସ୍ଥ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ। ଉଭୟ ଅଭିଯାନ ଜନତାଙ୍କ ଭାଗିଦାରିତା କାରଣରୁ ଏକ କ୍ରାନ୍ତିର ରାସ୍ତା ବାହାର କରିଛି।

  • କିଏ ହେବ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ?

    ()- ଦେଶରେ ଏବେ ନିର୍ବାଚନ ହେଲେ କେଉଁ ରାଜ୍ୟରେ ବିଜେପି ନେତୃତ୍ୱାଧିନ ଏନଡିଏ ଓ କେଉଁ ରାଜ୍ୟରେ କଂଗ୍ରେସ ନେତୃତ୍ୱରେ ଥିବା ୟୁପିଏ ମେଣ୍ଟକୁ ଫାଇଦା ମିଳିବ। ଦେଶରେ ଏବେ ନିର୍ବାଚନ ହେଲେ କେଉଁ ଦଳ କେତେ ଆସନ ପାଇବ ତାଉପରେ ଜନତାଙ୍କ ମତ ନିଆଯାଇଥିଲା। ଆଉ ଇଣ୍ଡିଆଟୁଡେ- ସିଭୋଟର ସର୍ଭେ ରିପୋର୍ଟ ଅନୁସାରେ ଏନଡିଏକୁ ସବଠୁ ଅଧିକ ଆସନ ମିଳିବ। ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ୫୨ ପ୍ରତିଶତ ଲୋକ ନରେନ୍ଦ୍ର ମୋଦିଙ୍କୁ ବାଛିଛନ୍ତି।

    ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ? ଏହି ପ୍ରଶ୍ନର ଉତ୍ତରରେ ଅଧିକ ଲୋକ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନକୁ ପାଖାପାଖି ୧ ବର୍ଷ ସମୟ ରହିଛି। ଏହା ପୂର୍ବରୁ ସବୁ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଜାତୀୟ ଦଳ ବିଜେପି, କଂଗ୍ରେସ ଓ ଆଞ୍ଚଳିକ ଦଳ ଏବେ ମିଶନ ମୋଡରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଦେଶରେ ମଧ୍ୟ ଲୋକସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି।ଏପରି ସମୟରେ ଦେଶରେ ଯଦି ନିର୍ବାଚନ ହୁଏ କେଉଁ ଦଳର ପଲା ଭାରି ରହିବ? ସରକାର କିଏ ଗଢିବ? ଏନେଇ ଇଣ୍ଡିଆ ଟୁଡେ ସିଭୋଟର ସହ ମିଶି ସାରା ଦେଶରେ ମୁଡ ଅଫ ନେସନ ନାଁରେ ଏକ ସର୍ଭେ କରିଛି। ଜାନୁୟାରୀ ୨୦୨୩ରେ କରାଯାଇଥିବା ଏହି ସର୍ଭେରେ ୧ ଲକ୍ଷ ୪୦ ହଜାର ୯୧୭ ଜଣ ଲୋକଙ୍କ ମତାମତ ନେଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସି-ଭୋଟର ସର୍ଭେ ଅନୁଯାୟୀ ଯଦି ନିର୍ବାଚନ ହୁଏ ତେବେ ଏନଡିଏ ପୁଣି ସରକାର ଗଠନ କରିବ ଅର୍ଥାତ ବିଜେପି ପୁଣି କ୍ଷମତାକୁ ଫେରିବ। ସେହିପରି ୨୦୧୯ ଅପେକ୍ଷା ୟୁପିଏ ଟିକିଏ ଭଲ କରିବ ବୋଲି ସଙ୍କେତ ମିଳିଛି। ଇଣ୍ଡିଆ ଟୁଡେ ସି-ଭୋଟରର ମୁଡ ଅଫ ନେସନ ସର୍ଭେରେ ପୁଣି ଏନଡିଏ ସରକାର ଫେରିବା ସଙ୍କେତ ଦେଇଛନ୍ତି ଜନତା। ଯଦି ଲୋକସଭା ନିର୍ବାଚନ ଅନୁଷ୍ଠିତ ହୁଏ, ତେବେ ଭାରତୀୟ ଜନତା ପାର୍ଟିକୁ ୨୮୪ ଆସନ ମିଳିବ ବୋଲି ଆକଳନ କରାଯାଇଛି। ସେହିଭଳି ୟୁପିଏକୁ ୧୯୧ଟି ଆସନ ଓ ଅନ୍ୟଦଳକୁ ୯୨ ଆସନ ମିଳିବ।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ପ୍ରଦର୍ଶନରେ ୭୨ ପ୍ରତିଶତ ଉତ୍ତରଦାତା ସନ୍ତୁଷ୍ଟ ଥିବା ଜଣାପଡିଛି। ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ୫୨ ପ୍ରତିଶତ ଲୋକ ନରେନ୍ଦ୍ର ମୋଦୀଙ୍କୁ ବାଛିଛନ୍ତି। ଗତ ତିନି ବର୍ଷ ମଧ୍ୟରେ ମୁଦ୍ରାସ୍ପୀତ, କୋଭିଡ-୧୯ ମହାମାରୀ ଏବଂ ଚୀନର ବାହ୍ୟ ବିପଦ ସତ୍ତ୍ୱେ ନରେନ୍ଦ୍ରମୋଦିଙ୍କ ନେତୃତ୍ୱାଧିନ ଏନଡିଏ ସରକାର ଆଣ୍ଟି-ଇନକମ୍ୱେନ୍ସିକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି। ୨୦ ପ୍ରତିଶତ ଭୋଟର କହିଛନ୍ତି, ଏନଡିଏର ସବୁଠାରୁ ବଡ ସଫଳତା ହେଉଛି କୋଭିଡ ମହାମାରୀକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ। ୧୪ ପ୍ରତିଶତ ଲୋକ ଧାରା ୩୭୦ ରଦ୍ଦ କରିବା ସରକାରଙ୍କ ସବୁଠୁ ବଡ ସଫଳତା କହିଥିବାବେଳେ ୧୨ ପ୍ରତିଶତ ମତଦାତା ରାମ ମନ୍ଦିର ନିର୍ମାଣକୁ ପ୍ରାଧାନ୍ୟ ଦେଇଛନ୍ତି। ସେହିଭଳି ଏନଡିଏ ସରକାରଙ୍କ ସବୁଠୁ ବଡ ବିଫଳତା କ’ଣ ପଚାରିବାରୁ ୨୫ ପ୍ରତିଶତ ମତଦାତା ଦରଦାମ୍ ବୃଦ୍ଧିକୁ ବିଫଳତାର କାରଣ କହିଥିବାବେଳେ ୧୭ ପ୍ରତିଶତ ଲୋକ ବେରୋଜଗାରକୁ ମୁକାବିଲା କରିବାରେ ସରକାର ବିଫଳ ବୋଲି କହିଛନ୍ତି।

    ସେପଟେ ରାହୁଲ ଗାନ୍ଧୀଙ୍କ ଭାରତଯୋଡ ଯାତ୍ରାକୁ ନେଇ ମୁଡ ଅଫ୍ ନେସନ ସର୍ଭେ କରାଯାଇଥିଲା। ୩୭ ପ୍ରତିଶତ ଲୋକ ରାହୁଲଙ୍କ ଭାରତ ଯୋଡ ଯାତ୍ରାକୁ ଏକ ଗୁଜବ ବୋଲି କହିଥିବାବେଳେ କଂଗ୍ରେସ ନିର୍ବାଚନରେ ଜିତିବାରେ ଭାରତ ଯୋଡ ଯାତ୍ରା ସାହାଯ୍ୟ କରିବ ନାହିଁ ବୋଲି କହିଛନ୍ତି। ମୁଡ ଅଫ୍ ନେସନ ସର୍ଭେରୁ ଜଣାପଡିଛି, ୨୬ ପ୍ରତିଶତ ମତଦାତା ରାହୁଲ ଗାନ୍ଧୀଙ୍କୁ କଂଗ୍ରେସକୁ ପୁନର୍ଜୀବିତ କରିବା ପାଇଁ ସର୍ବୋତ୍ତମ ପ୍ରୟାସ କହିଥିବାବେଳେ ୧୭ ପ୍ରତିଶତ ସଚିନ ପାଇଲଟଙ୍କ ଏହି ଭୂମିକା ପାଇଁ ପସନ୍ଦ କରିଛନ୍ତି।  ଇଣ୍ଡିଆ ଟୁଡେ ସି ଭୋଟର ସର୍ଭେ ରିପୋର୍ଟ ଅନୁସାରେ, ବିରୋଧି ଦଳର ସବୁଠାରୁ ସର୍ବୋତ୍ମତ ନେତୃତ୍ୱ ଭାବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରାହୁଲ ଗାନ୍ଧୀଙ୍କ ଅପେକ୍ଷା ବେଶୀ ପସନ୍ଦ କରିଛନ୍ତି। ୨୪ ପ୍ରତିଶତ ଲୋକ କେଜ୍ରିୱାଲଙ୍କ ନେତୃତ୍ୱକୁ  ସମର୍ଥନ କରିଥିବାବେଳେ ୨୦ ପ୍ରତିଶତ ଲୋକ ମମତାଙ୍କୁ ଉପଯୁକ୍ତ ନେତା ଭାବେ ପସନ୍ଦ କରିଛନ୍ତି। ଏବଂ ୧୩ ପ୍ରତିଶତ ଲୋକ ରାହୁଲଙ୍କୁ ଦଳର ନେତୃତ୍ୱ ନେବାକୁ  ମତ ଦେଇଛନ୍ତି। ସେହିପରି ୧୪ପ୍ରତିଶତ ଲୋକ ରାହୁଲ ଗାନ୍ଧୀଙ୍କ ସପକ୍ଷରେ ମତ ଦେଇଛନ୍ତି।

    ସେହିଭଳି ଆଗାମୀ ଲୋକସଭା ନିର୍ବାଚନରେ କେଉଁ ରାଜ୍ୟରେ ବିଜେପି ନେତୃତ୍ୱାଧିନ ଏନଡିଏ ଏବଂ କଂଗ୍ରେସ ନେତୃତ୍ୱରେ ଥିବା ୟୁପିଏକୁ ଫାଇଦା ମିଳିବ। ଏନେଇ ଇଣ୍ଡିଆ ଟୁଡେ- ସି-ଭୋଟର ସର୍ଭେ ରିପୋର୍ଟ ଅନୁସାରେ ଏନଡିଏକୁ ଆସାମ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଫାଇଦା ମିଳିବ। ସେହିପରି ୟୁପିଏକୁ କର୍ଣ୍ଣାଟକ, ମହାରାଷ୍ଟ୍ର, ବିହାରରେ ଅଧିକ ଆସନ ମିଳିବ ବୋଲି କୁହାଯାଇଛି।

    ପ୍ରେମଲତା ବାରିକଙ୍କ ରିପୋର୍ଟ

  • ଭାରତ ସ୍କିଲ କ୍ୟାପିଟାଲର ଆଖ୍ୟା ଅର୍ଜନ କରିଛି: ମୋଦି

    ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ଇନ୍ଦୋରରେ ଚାଲିଥିବା ୧୭ତମ ପ୍ରବାସୀ ଭାରତୀୟ ଦିବସ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଏହି ସମ୍ମିଳନୀରେ ଯୋଗ ଦେଲେ ମୋଦି। ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀ ସମସ୍ତ ଦେଶବାସୀଙ୍କ ତରଫରୁ ପ୍ରବାସରେ ବାସ କରୁଥିବା ସମସ୍ତ ଭାରତୀୟଙ୍କୁ ସ୍ୱାଗତ ଜଣାଇଥିଲେ । ସେ କହିଥିଲେ ଏହି ସମ୍ମିଳନୀ ସେହି ଦେଶରେ ଅନୁଷ୍ଠିତ ହୋଇଥାଏ ଯାହାକୁ ଦେଶର ହୃଦୟ କୁହାଯାଏ। ଲୋକମାନେ ଏହି ସହରକୁ ଇନ୍ଦୋର କୁହନ୍ତି କିନ୍ତୁ। ମୁଁ କହୁଛି ଏହା ଏକ ‘ଦୌର୍‌’ ଯାହା ସମୟ ଆଗରେ ଚାଲିଥାଏ ।

    ମୋଦୀ ଆହୁରି  ମଧ୍ୟ କହିଛନ୍ତି,  ଏହି ପ୍ରବାସୀ ଭାରତୀୟ ଦିବସ ଅନେକ କ୍ଷେତ୍ରରେ ସ୍ୱତନ୍ତ୍ରତା ହାସଲ କରିଛି । ଆମେ କିଛି ମାସ ପୂର୍ବରୁ ଭାରତର ସ୍ୱାଧୀନତାର ୭୫ବର୍ଷ ପାଳନ କରିଥିଲୁ । ଏଠାରେ ସ୍ୱାଧୀନତା ସଂଗ୍ରାମର ଏକ ପ୍ରଦର୍ଶନୀ ଆୟୋଜିତ ହୋଇ ଦେଶ ଅମୃତ କାଳରେ ପ୍ରବେଶ କରିଛି । ଭାରତ ବିଶ୍ୱ ଦୃଷ୍ଟିକୋଣରୁ ଶକ୍ତିଶାଳୀ ହେବ, ଏହା ମୋର ବିଶ୍ୱାସ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

    ମୋଦି କହିଛନ୍ତି ଆଜି ସାରା ବିଶ୍ବ ଭାରତର କଥା ଶୁଣୁଛି। ଭାରତର ସ୍କିଲ କ୍ୟାପିଟାଲ ହେବାର ସାମର୍ଥ୍ୟ ରହିଛି। ଭାରତ ପାଖରେ ଦକ୍ଷ ଯୁବ ପିଢି ମଧ୍ୟ ରହିଛନ୍ତି। ଏହାସହ ଚଳିତ ବର୍ଷ ଭାରତ ଜି-୨୦ ସମ୍ମିଳନୀର ମଧ୍ୟ ଅଧ୍ୟକ୍ଷତା କରୁଛି।

  • ମୋଦି- ନେତାନ୍ୟାହୁଙ୍କ ଫଟୋ ବନ୍ଧୁତ୍ବର ପ୍ରତୀକ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସତ୍ତାକୁ ଆସିବା ପରେ ଇସ୍ରାଏଲ ସହ ଭାରତର ସମ୍ପର୍କ ଆହୁରି ମଜବୁତ ହୋଇଛି। ଭାରତ ଓ ଇସ୍ରାଏଲ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ କାର୍ଯ୍ୟକାଳରେ ସମ୍ପର୍କ ସୁଦୃଢ ହୋଇଥିଲା। ମୁଖ୍ୟତଃ ୨୦୧୭ରେ ପ୍ରଧାନମନ୍ତ୍ରୀ ଐତିହାସିକ ଇସ୍ରାଏଲ ଗସ୍ତ କରି ଦୁଇ ଦେଶକୁ ନିକଟତର କରିଥିଲେ।

    ଏବେ ଇସ୍ରାଏଲ ଦୂତାବାସର ରାଜଦୂତ ନାଓର ଗିଲୋନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନେତନ୍ୟାହୁଙ୍କର ସମୁଦ୍ର କୂଳରେ ଉଠାଯାଇଥିବା ଫଟୋ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି କି, ଏହି ଫଟୋ ଦୁଇ ଦେଶର ବନ୍ଧୁତ୍ବର ପ୍ରତୀକ। ଏହି ଫଟୋ କହୁଛି କି, ଆମ ମଧ୍ୟରେ ବନ୍ଧୁତ୍ବ କିପରି ହୋଇଛି। ସେ ଆହୁରି କହିଛନ୍ତି, ୧୯୯୨ରେ ଇସ୍ରାଏଲ ସହ ରାଜନୈତିକ ସମ୍ବନ୍ଧ ସ୍ଥାପନ କରିଛି। ୧୯୯୨ରେ ବଡ ଧରଣର ଦୁଇ ଦେଶ ମଧ୍ୟରେ ପୂର୍ଣ୍ଣ ରାଜନୈତି ସମ୍ବନ୍ଧ ସ୍ଥାପନ କରିଛନ୍ତି।

  • ମୋଦିଙ୍କ ମନ୍‌ କି ବାତ୍‌

    ଆଜି ମୋଦିଙ୍କ ମନ କି ବାତ ର ୯୩ ତମ ସଂସ୍କରଣ। ମନ କି ବାତରେ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଭାରତୀୟ ଦର୍ଶନ ନେଇ ଶିକ୍ଷା ଦେଇଥିଲେ। ସ୍ୱାଧୀନତା ପରେ ଉନ୍ନତ ମାର୍ଗକୁ ଆଣିବାକୁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ଚଣ୍ଡିଗଡ଼ ବିମାନବନ୍ଦର ସହିଦ ଭଗତ ସିଂହଙ୍କ ନାଁରେ ନାମିତ କରାଯିବା ନେଇ ମନ କି ବାତରେ କହିଛନ୍ତ ମୋଦି। ସେପ୍ଟମ୍ବର ୨୮ ତାରିଖକୁ ସର୍ଜିକାଲ ଷ୍ଟ୍ରାଇକ ଦିବସ ଭାବେ ପାଳନ କରାଯିବ।

  • ପୁଣି ପ୍ରସଂଶା ସାଉଁଟିଲେ ମୋଦି

    ନୂଆଦିଲ୍ଲୀ: ପୁଣି ପ୍ରସଂଶାର ପାତ୍ର ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟକୁ ନେଇ ବିଶ୍ୱନେତା ମାନେ ତାଙ୍କୁ ତାରିଫ କରିଛନ୍ତି। ତେବେ ଜାତିସଂଘରେ ମୋଦିଙ୍କ ମନ୍ତବ୍ୟକୁ ଆମେରିକା ଓ  ଫ୍ରାନ୍ସର ସମର୍ଥନ ଜଣାଇଛି। ଏସସିଓରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଯୁଦ୍ଧ ବନ୍ଦ ପାଇଁ କହିଥିଲେ ମୋଦି। ସେହିପରି ଆଜିର ଯୁଗ ଯୁଦ୍ଧ ପାଇଁ ନୁହେଁ ବୋଲି ରୋକଠୋକ କହିଥିଲେ ମୋଦି। ଖାଦ୍ୟ, ସାର, ଜାଳେଣି ନିରାପତ୍ତା ସମସ୍ୟା ସମାଧାନର ସମୟ ଆସିଛି କହିଥିଲେ। ଏହା ସହ ପରାକ୍ରମୀ ପୁଟିନଙ୍କୁ ପରାମର୍ଶ ପାଇଁ ମିଳିତ ଜାତିଂସଘରେ ମୋଦିଙ୍କୁ ପ୍ରଶଂସା କରାଯାଇଛି। ବିଶ୍ୱର ପ୍ରମୁଖ ଗଣମାଧ୍ୟମରେ ମଧ୍ୟ ମୋଦିଙ୍କ ସାହସିକ ମନ୍ତବ୍ୟକୁ ତାରିଫ କରାଯାଇଛି ।

Back to top button