new delhi

  • ଝଗଡା ପରେ ପେଟ୍ରୋଲ ପକାଇ ଜାଳିଦେବାକୁ ଉଦ୍ୟମ

    ଦିଲ୍ଲୀ – ଝଗଡା ପରେ ବିଭତ୍ସ କାଣ୍ଡ । ଜଣେ ବ୍ୟକ୍ତିଙ୍କୁ ପେଟ୍ରୋଲ ଢାଳି ମାରିବାକୁ ଉଦ୍ୟମ ଅଭିଯୋଗରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ଘଟଣାଟି ଘଟିଛି ଶୁକ୍ରବାର ଦିନ ଦିଲ୍ଲୀର ଛୱଲା ଅଞ୍ଚଳରେ । ପୋଲିସ ଅଧିକାରୀ ହିମାଂଶୁ ଶେଖରଙ୍କ କହିବା ଅନୁଯାୟୀ, 23 ବର୍ଷିୟ ଯୁବକ ଦୀପାଂଶୁ ଉପରେ କାଳୁ ଓ ଟିଟୁ ନାମକ ଦୁଇଜଣ ଅଭିଯୁକ୍ତ ପେଟ୍ରୋଲ ଢାଳି ମାରିବାକୁ ଉଦ୍ୟମ କରିଥିଲେ । କାଳୁ ଦିପାଂଶୁଙ୍କ ଉପରେ ପେଟ୍ରୋଲ ପକାଉଥିବା ବେଳେ ଅନ୍ୟ ଅଭିଯୁକ୍ତ ଟିଟୁ ନିଆଁ ଲଗାଉଥିଲେ । ପୋଲିସ ଆହତ ହୋଇଥିବା ଦୀପାଂଶୁକୁ ଉଦ୍ଧାର କରିବା ସହ ଜଣେ ଅଭିଯୁକ୍ତକୁ ଘଟଣାସ୍ଥଳରେ ଗିରଫ କରିଛି । ଅଭିଯୁକ୍ତ ଜଣକ ମଧ୍ୟ ନିଆଁରେ ସାମାନ୍ୟ ଆହତ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଉଭୟ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

    ସୂଚନା ଅନୁଯାୟୀ ଜଣେ ଝିଅକୁ ନେଇ ଦୀପାଂଶୁଙ୍କର କାଳୁ ସହ କଥା କଟାକଟି ହୋଇଥିଲା।  ପରେ ଝଗଡା ଆରମ୍ଭ ହୋଇଥିଲା । ଦୀପାଂଶୁ ସନ୍ଦେହ କରୁଥିଲେକି, ତାଙ୍କ ସହ କାମ କରୁଥିବା ଝିଅ ଜଣକ କାଳୁ ସହ ଆଗରୁ ବନ୍ଧୁତା ସ୍ଥାପନ କରିଥିଲେ ।  ଦ୍ୱାରିକା ଡିସିପି କହିବା ଅନୁଯାୟୀ, ଘଟଣା ଦିନ ପୋଲିସକୁ ଏକ ଫୋନ କଲ ଆସିଥିଲା, ଯେଉଁଥିରେ ଫୋନ କରିଥିବା ବ୍ୟକ୍ତି ଜଣକ କହିଥିଲେ ଦୀପାଂଶୁ ନାମକ ଯୁବକ ଜଣେ ଝିଅକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି । କିନ୍ତୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବାପରେ ଘଟଣା ସଂପୂର୍ଣ୍ଣ ଅଲଗା ଥିଲା । ସେମାନେ ଦେଖିଥିଲେ କି କାଳୁ ନାମକ ଅଭିଯୁକ୍ତ ଦୀପାଂଶୁଙ୍କ ଉପରେ ପେଟ୍ରୋଲ ଢାଳୁଥିବା ବେଳେ  ଟିଟୁ ନାମକ ବ୍ୟକ୍ତି ଜଣକ  ନିଆଁ ଲାଗାଉଥିଲା ।

    ପୋଲିସ ପହଞ୍ଚିବା କ୍ଷଣି ଉଭୟ ଅଭିଯୁକ୍ତ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା  ବେଳେ ଦୀପାଶୁଂ ଟିଟୁକୁ ଧରିଥିଲେ । ଯାହା ଦ୍ୱାରା ଟିଟୁ ମଧ୍ୟ ନିଆଁରେ ଆହତ ହୋଇଛନ୍ତି । ପୋଲିସ ଟିଟୁ ଓ କାଳୁକୁ କାବୁ କରି ନେଇଛି। ନ୍ୟପଟେ ଦୀପାଂଶୁ ଓ ଟିଟୁକୁ ହସ୍ପିଟାଲରେ ଭର୍ତ୍ତି କରିଛି।  

    ଏବେ ଦିପାଶୁଂଙ୍କ ଅବସ୍ଥା ସ୍ଥିର ରହିଥିବାବେଳେ ଓ ତାଙ୍କ ଅଭିଯୋଗକୁ ଆଧାର କରି ପୋଲିସ କାଳୁକୁ ଗିରଫ କରି ଏକ ହତ୍ୟା ମାମଲା ରୁଜ୍ଜୁ କରିଛି । ଦ୍ୱିତୀୟ ଅଭିଯୁକ୍ତ ଏବେବି ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଡାକ୍ତର ପରାମର୍ଶ ଦେବା ପରେ ଟିଟୁଙ୍କ ବୟାନ ରେକର୍ଡ କରାଯିବ ବୋଲି ପୋଲିସ କହିଛି  । ଉକ୍ତ ଘଟଣାକୁ ଅଧାର କରି ଏବେ ସବୁଦିଗରୁ ଛାନଭିନ ଚଳାଇଛି ପୋଲିସ ।

    ଅଭିଯୁକ୍ତ ଟିଟୁ ଏବଂ କାଲୁ ଘଟଣାସ୍ଥଳରୁ ଦ to ଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପୋଲିସ ଜାଲରେ ଅବତରଣ କରିଥିଲେ। ଦିପାନସୁ ଟିଟୁକୁ ଧରିଥିଲେ ଯେଉଁଥିପାଇଁ ସେ ମଧ୍ୟ ଜଳି ଯାଇଥିଲେ। ଉଭୟଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରୁ ସେମାନଙ୍କୁ ସଫଦରଜଙ୍ଗ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିଲା।

    ପୋଲିସର ସୂଚନାନୁସାରେ, ପୀଡିତା ଏବଂ ଅଭିଯୁକ୍ତଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ସେମାନେ ବିପଦରେ ଅଛନ୍ତି। ଦୀପାନୁଙ୍କ ଅଭିଯୋଗ ପାଇବା ପରେ ପୋଲିସ କାଲୁଙ୍କୁ ଗିରଫ କରିଥିଲା ଏବଂ ଏହି ମାମଲାରେ ହତ୍ୟା ଉଦ୍ୟମ ବିଭାଗ ଅଧୀନରେ ଏଫ୍ଆଇଆର୍ ପଞ୍ଜୀକୃତ କରିଥିଲା। ଅନ୍ୟ ଅଭିଯୁକ୍ତ ଟିଟୁ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଡାକ୍ତର ଅନୁମତି ଦେବା ପରେ ଟିଟୁଙ୍କ ବିବୃତ୍ତି ରେକର୍ଡ ହେବ ବୋଲି ପୋଲିସ କହିଛି।

  • ଦିଲ୍ଲୀରେ ଜଣେ ବିଦେଶିନୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

    ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଜଣେ ବିଦେଶିନୀଙ୍କୁ ଗଣଦୁଷ୍କର୍ମ। ମିୟାମାରର ଜଣେ ମହିଳାଙ୍କୁ ଦିଲ୍ଲୀରେ ୪ ଜଣ ଗଣଦୁଷ୍କର୍ମ କରିଥିବା ମଙ୍ଗଳବାର ପୁଲିସ ସୂଚନା ଦେଇଛି। ଏସମ୍ପର୍କରେ ବିଦେଶିନୀ ଅଭିଯୋଗ କରିଛନ୍ତି କି, ସେ ଅଟୋ ରିକ୍ସାରେ ଯାଉଥିବା ବେଳେ ଅଟୋ ଡ୍ରାଇଭର କାଲନ୍ଦି କୁଞ୍ଜ ନିକଟରେ ତାଙ୍କୁ ବେହୋସ କରି ଅପହରଣ କରି ନେଇଯିବା ପରେ ତାଙ୍କ ସହ ଗଣ ଦୁଷ୍କର୍ମ ହୋଇଥିଲା।

    ଦିଲ୍ଲୀ ପୁଲିସ ମୁତାବକ, ମହିଳା ଜଣଙ୍କ ମିୟାମାର ଅଧିବାସୀ ହୋଇଥିବା ବେଳେ ଦିଲ୍ଲୀରେ ଜଣେ ପଞ୍ଜିକୃତ ଶରଣାର୍ଥୀ ଭାବେ ରହୁଥିଲେ। ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ  ଆଇପିସିର ଧାରା ୩୬୫, ୩୬୮, ୩୭୬ଡି, ୩୨୩ ଓ ୫୦୬ ଅନ୍ତର୍ଗତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

    ମହିଳାଙ୍କ ମୁତାବକ, ସେ ସାଉଥ ଇଷ୍ଟ ଦିଲ୍ଲୀର କୌଣସି ଯାଗାକୁ ତାଙ୍କ ଝିଅଙ୍କ ଚିକିତ୍ସା ପାଇଁ ସ୍ବାମୀଙ୍କ ସହ ଯାଇଥିଲେ। ଅଟୋ ଡ୍ରାଇଭର ତାଙ୍କୁ ଅଚେତ କରି ଅପହରଣ କରି ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲା ଓ ସେଠାରେ ତାଙ୍କୁ ୪ ଜଣ ଗଣଦୁଷ୍କର୍ମ କରିଥିଲେ।

    ଏହା ପୂର୍ବରୁ ଫେବୃଆରୀ ୩ ତାରିଖରେ ଜଣେ ତିନି ବର୍ଷର ଶିଶୁକୁ ଫତେପୁର ଅଞ୍ଚଳରେ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା।

  • ଗଣତନ୍ତ୍ର ଦିବସରେ ଚାଷୀଙ୍କ ଗର୍ଜନ

    () ଗଣତନ୍ତ୍ର ଦିବସରେ ତ୍ରିରଙ୍ଗାମୟ ଭାରତ। ହେଲେ ଗଣତନ୍ତ୍ର ଦିବସରେ ଗଣପ୍ରତିବାଦ କରିଛନ୍ତି ଅନ୍ନଦାତା। ରାସ୍ତାକୁ ଓହ୍ଲାଇଛନ୍ତି। ତ୍ରିରଙ୍ଗା ଟ୍ରାକ୍ଟର ରାଲି ବାହାର କରି ସରକାରଙ୍କ ପାଖରେ ନିଜର ଦାବିକୁ ଶାଣିତ କରିଛନ୍ତି। ସରକାର ଦେଇଥିବା ପ୍ରତିଶୃତିକୁ ପୁଣି ମନେ ପକାଇଦେଇଛନ୍ତି। ଏମଏସପିକୁ ଆଇନଗତ ସ୍ୱୀକୃତି ଦାବିରେ ଅଡ଼ି ବସିଛନ୍ତି। କେବଳ ଏତିକିନୁହେଁ ଖେରି ହିଂସା ଅଭିଯୁକ୍ତଙ୍କ ବାବଦରେ ବର୍ଷିଛନ୍ତି।

    ବର୍ଷେ ବିତିଗଲା। କିନ୍ତୁ କେନ୍ଦ୍ର ସରକାର ଦେଇଥିବା କଥାକୁ ଭୁଲିଗଲେଣି। ଏମଏସପିକୁ ଆଇନଗତ ସ୍ୱୀକୃତି ମିଳିଲାନି ଏ ଯାଏ। ଆନ୍ଦୋଳନରତ ଚାଷୀଙ୍କ ଉପରୁ ମାମଲା ପ୍ରତ୍ୟାହାର ଘୋଷଣା ଏ ଯାଏ କାର୍ଯ୍ୟକାରୀ ହେଲାନି। ଚାଷୀଙ୍କ ସହ ପୁଣି ସରକାର ବିଶ୍ୱାସଘାତ କରିଛନ୍ତି। ଏଭଳି ଆରୋପ ଲଦି ଗଣତନ୍ତ୍ର ଦିବସରେ ଦେଶ ତମାମ ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରାରେ ଚାଷୀ କେଉଁଠି ତ୍ରିରଙ୍ଗା ଟ୍ରାକ୍ଟର ରାଲି ବାହାର କରିଛି ତ କେଉଁଠି ମହାପଞ୍ଚାୟତ ବସାଇଛି। ଏଥର ଆନ୍ଦୋଳନକୁ ଓହ୍ଲାଇଥିବା ଚାଷୀ ଅଡ଼ି ବସିଛନ୍ତି ଯେ, ଚାଷୀ ଯେମିତି ଋଣ ଯନ୍ତାରେ ପଡ଼ି ଆତ୍ମହତ୍ୟା ଭଳି ଚରମ ବାଟ ନ ଆପଣାନ୍ତୁ। ସେଥିଲାଗି ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ଦର ମିଳିବାର ପ୍ରାବଧାନ କରନ୍ତୁ ସରକାର। ଉତ୍ପାଦିତ ଫସଲର ଦେଢ଼ ଗୁଣା ଅର୍ଥ ମିଳିଲେ ଯାଇ ଏହାର ସମାଧାନ ସମ୍ଭବ। ଛତିଶଗଡ଼ରୁ ତ୍ରିରଙ୍ଗା ଟ୍ରାକ୍ଟର ରାଲିର ଶୁଭାରମ୍ଭ ହୋଇଛି।

    ସେପଟେ ଜିନ୍ଦ୍‌ରେ ଚାଷୀଙ୍କ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି। ଉତ୍ତର ଭାରତର ବିଭିନ୍ନ ଚାଷୀ ସଂଗଠନ ଏକାଠି ହୋଇଥିଲେ। ପଞ୍ଜାବ, ହରିଆଣା, ଦିଲ୍ଲୀ, ୟୁପି, ହିମାଚଳ ଓ ଉତ୍ତରାଖଣ୍ଡର ଚାଷୀଙ୍କୁ ନେଇ ମହାପଞ୍ଚାୟତ ଅନୁଷ୍ଠିତ ହୋଇଛି। ଚାଷୀଙ୍କ ଉପରେ ଗ୍ରାମାଞ୍ଚଳ ବିକାଶ ସେସ୍ ଲଦିବାକୁ ତୀବ୍ର ବିରୋଧ ହୋଇଛି। ଅନ୍ୟ ରାଜ୍ୟର ଚାଷୀ ନିଜ ନିଜ ରାଜ୍ୟର ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ କରିଛନ୍ତି। ଟ୍ରାକ୍ଟର ରାଲି ବାହାର କରିଛନ୍ତି। କିଏ କହିଛି, ଚାଷୀ ଏକତା ଭାଙ୍ଗିବାକୁ ବିଜେପି ସରକାରଙ୍କ ଷଡ଼ଯନ୍ତ୍ର ପଦାରେ ପକାଇବୁ। ଜାନୁଆରୀ ୨୬, ୨୦୨୧ରେ ଦିଲ୍ଲୀରେ ସଂଗଠିତ ହିଂସା ସରକାରୀ ପ୍ରାୟୋଜିତ ଥିଲା। ଲାଲକିଲ୍ଲା ଯାଏ ଟ୍ରାକ୍ଟର ରାଲି ଯିବା, ଲାଲକିଲ୍ଲା ଉପରେ ଧାର୍ମିକ ପତାକା ଉଡ଼ାଇବା ଆଦି ପଛରେ ବଡ଼ କାରସାଦି ଥିଲା। କିନ୍ତୁ ଆଜି ଯାଏ ଷଡ଼ଯନ୍ତ୍ରକାରୀଙ୍କ ବାବଦରେ ସରକାର କୌଣସି ସ୍ପଷ୍ଟତା ରଖିଲେନି। ଚାଷୀ ଆନ୍ଦୋଳନକୁ ଭଣ୍ଡୁର ଓ ଚାଷୀଙ୍କୁ ବଦନାମ କରିବାକୁ ହୋଇଥିବା ଚକ୍ରାନ୍ତକାରୀଙ୍କ ନାଁ କାହିଁକି ଖୋଲୁନାହାନ୍ତି ସରକାର ବୋଲି ପଚାରିଛନ୍ତି ଚାଷୀ। ସରକାର ଲିଖିତ ଭାବେ ପ୍ରତିଶୃତି ଦେଇଥିଲେ କି, ଏମଏସପିକୁ ଆଇନଗତ ଗ୍ୟାରେଣ୍ଟି, ଚାଷୀଙ୍କ ଋଣ ଛାଡ଼, ବିଜୁଳି ସଂଶୋଧନ ବିଧେୟକ ୨୦୨୦କୁ ପ୍ରତ୍ୟାହାର ଆଦି ଗୋଟିଏ କଥାକୁ ବି କାର୍ଯ୍ୟକାରୀ କରାଗଲାନି। ଅନେକ ଚାଷୀ ଆନ୍ଦୋଳନ ବେଳେ ଶହୀଦ ହେଲେ। ସେମାନଙ୍କ ପରିବାରକୁ କ୍ଷତିପୂରଣ ମିଳିଲାନି। ହେଲେ ସଂସଦରେ କୃଷି ମନ୍ତ୍ରୀ କହିଥିଲେ, ସରକାରୀ ରେକର୍ଡରେ କୌଣସି ଚାଷୀ ଆନ୍ଦୋଳନ ବେଳେ ମୃତ୍ୟୁ ହୋଇଥିବାର ତଥ୍ୟ ନାହିଁ। ସେଥିଲାଗି କ୍ଷତିପୂରଣର ପ୍ରଶ୍ନ ଉଠୁନି। ଆଉ ବିରୋଧୀ ଓ ଚାଷୀ ସଂଗଠନ ଦାବି କରି ଆସୁଛନ୍ତି କି, ପ୍ରାୟ ୭ଶହ ଚାଷୀ ଦିଲ୍ଲୀ ଆନ୍ଦୋଳନ ବେଳେ ମୃତ୍ୟୁ ମୁଖରେ ପଡ଼ିଥିଲେ।

    ଗଣତନ୍ତ୍ର ଦିବସରେ ଚାଷୀଙ୍କ ଗର୍ଜନ। ସରକାର ଦେଇଥିବା କଥାକୁ ମନେ ପକାଇଦେଇଛନ୍ତି। ଦେଖିବାର କଥା, ଅନ୍ନଦାତାଙ୍କ ଅଭିନବ ଆନ୍ଦୋଳନ ସରକାରଙ୍କ ଉପରେ କି ପ୍ରଭାବ ପକାଉଛି।

    ପ୍ରଦୀପ ନାୟକଙ୍କ ରିପୋର୍ଟ

  • ଗଣତନ୍ତ୍ର ପରେଡରେ ସାମିଲ ହେବ ଭାରତ ନିର୍ମିତ ଯୁଦ୍ଧାସ୍ତ୍ର

    ନୂଆଦିଲ୍ଲୀ: ଚଳିତ ଥର ଦେଶ ତାର ୭୪ ତମ ସ୍ବତନ୍ତ୍ରତା ଦିବସ ପାଳନ କରିବାକୁ ଯାଉଛି। ଚଳିତ ସାଧାରଣତନ୍ତ୍ର ଦିବସ ପରେଡରେ ସ୍ଥଳ ସେନା ଭାରତ ଦ୍ବାରା ନିର୍ମିତ ଅସ୍ତ୍ରଶସ୍ତ୍ରକୁ ପ୍ରଦର୍ଶନ କରିବାକୁ ଯାଉଥିବା ଅଧିକାରିକ ସୂତ୍ରରୁ ସୂଚନା ରହିଛି।

    ପରେଡରେ ପ୍ରଦର୍ଶନ ପାଇଁ ଆର୍ମି କେ-୯ ବଜ୍ର ହୋୱିଜର, ଏମବିଟି ଅର୍ଜୁନ, ନାଗ ଆଣ୍ଟି ଟାଙ୍କ ଗାଇଡେଡ ମିସାଇଲ, ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ, ଆକାଶ ଏୟାର ଡିଫେନ୍ସ ମିସାଇଲ ଓ କୁଇକ ରିଆକ୍ସନ ଫାଇଟିଂ ଭେହିକିଲ୍ସ ପରି ଭାରତ ନିର୍ମିତ ଯୁଦ୍ଧାସ୍ତ୍ର ସାମିଲ ହେବା କୁହାଯାଇଛି।

    ସେପଟେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେଉଥିବା ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତାହ ଏଲ ସିସି ଆଜି ସଂଧ୍ୟା ୬ଟାରେ ନୂଆଦିଲ୍ଲୀରେ ପହଞ୍ଚିବେ। ତାଙ୍କ ସହ ଏକ ଉଚ୍ଚସ୍ତରୀୟ ଡେଲିଗେଟ୍ସ ମଧ୍ୟ ରହିଛନ୍ତି। ଏହି ଡେଲିଗେଟ୍ସଙ୍କ ମଧ୍ୟରେ ଇଜିପ୍ଟ ସରକାରର ୫ ଜଣ ମନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀ ରହିଛନ୍ତି। ସେମାନେ ୨୪ରୁ ୨୭ ପର୍ଯ୍ୟନ୍ତ ଭାରତରେ ଅବସ୍ଥାନ କରିବାର କାର୍ଯ୍ୟକ୍ରମ ରହିଛି। ଇଜିପ୍ଟ ରାଷ୍ଟ୍ରପତିଙ୍କୁ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯିବାର ଏହା ପ୍ରଥମ ଘଟଣା। ଇଜିପ୍ଟ ରାଷ୍ଟ୍ରପତିଙ୍କୁ ବୁଧବାର ରାଷ୍ଟ୍ରପତି ଭବନରେ ଭବ୍ୟ ଅଭ୍ୟର୍ଥନା ଦିଆଯିବ।

  • ପୁଣି ରାଜଧାନୀରେ କୃଷକ ମେଳି

    ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ରାମଲୀଳା ମୈଦାନରେ ଏକତ୍ରୀତ ହୋଇ କୃଷି ଓ କୃଷକ ସମ୍ବନ୍ଧିତ ବିଭିନ୍ନ ମୁଦ୍ଦାରେ ଫାଟୁଛି ଅଞ୍ଚଳ। ନିଜର ବହୁ ଦାବିକୁ ନେଇ  କୃଷକ ଗର୍ଜନ ମୋର୍ଚ୍ଚାରେ ସାମିଲ ହେଉଛନ୍ତି ଦେଶର ବିଭିନ୍ନ ପ୍ରାନ୍ତର ଚାଷୀ। କୃଷି ସହ ଜଡିତ ସମସ୍ତ ସାମଗ୍ରୀ ଉପରୁ ଜିଏସଟି ଉଠାଇବା, ପ୍ରଧାନମନ୍ତ୍ରୀ କୃଷକ  ସମ୍ମାନ ନିଧିର ଅର୍ଥ ବଢାଇବା ପରି ବହୁ ଦାବି ନେଇ ରାମଲୀଳା ମୈଦାନରେ କୃଷକଙ୍କ ମହାସମାଗମ।ସେପଟେ ଚାଷୀଙ୍କ ମେଳିକୁ ଦେଖି ପୁଲିସ ପକ୍ଷରୁ ନିଆଯାଇଛି ବ୍ୟାପକ ବ୍ୟବସ୍ଥା।

    ନିଜର ବିଭିନ୍ନ ଦାବି ନେଇ ଏକଜୁଟ ହୋଇଛନ୍ତି ହଜାର ହଜାର ସଂଖ୍ୟାରେ କୃଷକ। ଦୀର୍ଘ ଦିନରୁ ସରକାର ଦ୍ବାରା କୃଷକଙ୍କ ଦାବି ପୂରଣ ନ ହେବାକୁ ନେଇ ଖପ୍ପା ଚାଷୀ। ସରକାର ବିରୋଧୀ ନାରା ସହ ନିଜ ବିଭିନ୍ନ ଦାବି ପୂରଣ କରିବାକୁ ଲଗାଇଛନ୍ତି ଭିଡ। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ବା ଆରଏସଏସର ଭାରତୀୟ କୃଷକ ସଂଘ, ବିକେସି ସୋମବାର ଦିନ ଦିଲ୍ଲୀର ରାମଲୀଳା ମୈଦାନରେ କେନ୍ଦ୍ର ବିରୋଧରେ ଆରମ୍ଭ କରିଛି କୃଷକ ଗର୍ଜନ ମୋର୍ଚ୍ଚା। ନେତା। ସେମାନଙ୍କ ବିଭିନ୍ନ ଦାବି ନେଇ ଗର୍ଜୁଛନ୍ତି କୃଷକ।

    କୃଷି ସମ୍ବନ୍ଧିତ ସାମଗ୍ରୀରୁ ଜିଏସଟି ଉଠାଇବା, ଚାଷରେ ଖର୍ଚ୍ଚ ବଢିବା ଅନୁପାତରେ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧିର ବୃଦ୍ଧି, ଖାଦ୍ୟ ସବସିଡି, ଡିବିଟି ଓ ସିଞ୍ଚନ ତଥା ନଦୀ ଲିଙ୍କ ଯୋଜନାଗୁଡିକ ମାଧ୍ୟମରେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଦାବିରେ ହୋଇଛି ସାମିଲ । ଏହା ବ୍ୟତୀତ ସଂଘ ପକ୍ଷରୁ ଦୀର୍ଘ ଦିନରୁ ଦାବି ହୋଇଆସୁଥିବା ଜୈବିକ ଚାଷକୁ ପ୍ରୋତ୍ସାହନା ଦେବା, କୃଷକଙ୍‌କ ଆୟ ବୃଦ୍ଧି ଓ ଗ୍ରାମୀଣ କୃଷି ବଜାରରେ ୨୨ହଜାର ହାଟର ବିକାଶ କରିବାକୁ ଦାବି ଜୋର ଧରିଛି।

    ସେହିପରି ବିକେଏସ କୃଷକ କାର୍ଡର ସୀମା ୩ ଲକ୍ଷରୁ ବୃଦ୍ଧି କରି ୧୦ ଲକ୍ଷ କରିବାକୁ, କାର୍ଡଧାରକଙ୍କୁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ବ୍ୟବସ୍ଥା ସହ ସାର୍ଟିଫିକେଟ ବିନା ମାଇକ୍ରୋ ପ୍ରୋସେସିଂ ଫୁଡ ୟୁନିଟ ସ୍ଥାପନ କରିବାକୁ ଲାଇସେନ୍ସ ଦେବାକୁ ଦାବି ହେଉଛି। ସଂଘ ପକ୍ଷରୁ କୁହାଯାଇଛି କି, ସରକାର ନିକଟରେ ପୂର୍ବରୁ କୃଷକ କ୍ରେଡିଟ କାର୍ଡଧାରକଙ୍କ ସଂଖ୍ୟା ରହିଛି, ସେହି ଆଧାରରେ ଚାଷୀଙ୍କୁ ଉଦ୍ୟୋଗୀ ଲାଇସେନ୍ସ ଦିଆଯାଉ। ଚାଷୀଙ୍କ ଦାବି ପୂରଣ ଦିଗରେ ସରକାର ତୁରନ୍ତ ଧ୍ୟାନ ନ ଦେଲେ ଆଗାମୀ ଦିନରେ ସରକାର ପାଇଁ ସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦିଆଯାଇଛି।

    ଏହିପରି ବହୁ ଦାବି ସହ ରାଜଧାନୀର ରାମଲୀଳା ମୈଦାନରେ ବିକେଏସ ଆହ୍ବାନରେ ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ପରି ଦେଶର ଭିନ୍ନ ରାଜ୍ୟରୁ ଚାଷୀ ସମାବେଶ ହୋଇଛି। ସୋମବାର ସଂଧ୍ୟାସୁଦ୍ଧା ଏହି ସମାବେଶରେ ୫୫ହଜାରରୁ ଅଧିକ କୃଷକ ଏକଜୁଟ ହୋଇଥିବା ବେଳେ ଏହି ପ୍ରଦର୍ଶନ ଦିନ ୧୧ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା। ରାଜଧାନୀକୁ ବସ, ଟ୍ରକ, ଟ୍ରାକ୍ଟର, ମୋଟରସାଇଲେରେ ଚାଷୀ ପହଞ୍ଚିଥିବା ଏକ ବୟାନରେ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

    ସେପଟେ ଚାଷୀଙ୍କ ଗର୍ଜନ  ରାଲି ଦିଲ୍ଲୀବାସୀଙ୍କ ପାଇଁ ଯେମିତି ସମସ୍ୟା ସୃଷ୍ଟି ନ କରେ, ଯେମିତି ଟ୍ରାଫିକ ଜାମ ନ ହୁଏ, ସେଥିପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପୁଲିସ ବହୁ ମାର୍ଗରେ ଟ୍ରାଫିକ  ରୁଟକୁ ଡାଇଭର୍ଟ କରି ଦେଇଛି। ରାମଲୀଳା ମୈଦାନ ଓ ତାର ଆଖପାଖ ଅଞ୍ଚଳରେ ବ୍ୟାପକ ପୁଲିସ ଓ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି। ସ୍ପେସାଲ ବ୍ରାଞ୍ଚ ସ୍ଥିତି ଉପରେ ରଖିଛି ତୀକ୍ଷ୍ନ ନଜର।

  • ଦିଲ୍ଲୀ: ସୁଟକେଶରୁ ବାହାରିଲା ମହିଳାଙ୍କ ମୃତଦେହ

    ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ପଞ୍ଜାବ ବାଗ ଅଞ୍ଚଳରେ ଜଣେ ମହିଳାଙ୍କ ମୃତଦେହ ମିଳିବା ପରେ ସେଠାରେ ଚାଞ୍ଚଲ୍ୟ ଖେଳି ଯାଇଛି। ମୃତଦେହଟି ରିଙ୍ଗ ରୋଡ ନିକଟରେ ଯାଇଥିବା ଏକ ଆବର୍ଜନାପୂର୍ଣ୍ଣ ନଳାରୁ ମିଳିଛି। ନଳା କଡରେ ଏକ ସୁଟ କେସ ଭିତରୁ ମିଳିଛି ମହିଳାଙ୍କ ମୃତଦେହ। ମୃତ ମହିଳାଙ୍କ ଚିହ୍ନଟ ହୋଇପାରି ନାହିଁ। ପୁଲିସ ଘଟଣାର ତଦନ୍ତ ଚଳାଇଛି।

    ରଜୌରୀ ଗାର୍ଡେନରୁ ପଞ୍ଜାବୀ ବାଗକୁ ଯାଇଥିବା ରିଙ୍ଗ ରୋଡ କଡରେ ଯାଇଥିବା ଆବର୍ଜନା ନାଳ କଡରୁ ଏକ ସୁଟକେଶ ପଡିଥିବା ଦେଖିବାକୁ ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଟକେଶ ଜବତ ପୂର୍ବକ ଏହାକୁ ଖୋଲିବାରୁ ତା ଭିତରେ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା।  ଏହା ଦେଖି ଲୋକଙ୍କ ଭିତରେ ଚାଞ୍ଚଲ୍ୟ ଖେଳି ଯାଇଛି।

    ମୃତଦେହର ପରିଚୟ ମିଳିନ ଥିବା ବେଳେ ମୃତଦେହଟି ବହୁତ ଖରାପ ହୋଇଯାଇଥିବାରୁ  ୮-୧୦ ଦିନ ପୂର୍ବରୁ   ହତ୍ୟା ହୋଇଥିବା ସନ୍ଦେହ କରୁଛି ପୁଲିସ। ଏବେ ମହିଳାଙ୍କ ପରିଚୟ ବାହାର କରିବା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି। ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରି ହତ୍ୟା ଅନ୍ୟତ୍ର ହୋଇଥିବା ଏଠାରେ ପକାଇ ଦିଆଯାଇଥିବା ସନ୍ଦେହ କରାଯାଇଛି। ମହିଳାଙ୍କ ଶବବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି।

  • ଇଡିରେ ହାଜର ହେଲେ ସୋନିଆ

    ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଆଜି ନାସନାଲ ହେରାଲ ମାମଲାରେ ଇଡିରେ ହାଜର ହୋଇଛନ୍ତି। ମଧ୍ୟାହ୍ନ ପ୍ରାୟ ୧୨ଟାରେ ଇଡି ଅଫିସରେ ସୋନିଆ  ଝିଅ ପ୍ରିୟଙ୍କା ସହ ସହ ପହଞ୍ଚିଛନ୍ତି। ସେପଟେ ଇଡି ଦ୍ବାରା ସୋନିଆଙ୍କୁ ଜେରା କରିବାକୁ ଜୋରଦାର ବିରୋଧ କରିଛି କଂଗ୍ରେସ। ଏହାକୁ ନେଇ ସଂସଦରେ କଂଗ୍ରେସ ଗାନ୍ଧୀ ମୂର୍ତ୍ତି ନିକଟରେ ଧାରଣା ଦେଇଛି।  ସେପଟେ କଂଗ୍ରେସ ନେତାମାନେ ଶାନ୍ତିପୂର୍ଣ୍ଣ ଭାବେ ଇଡିର ଜେରାକୁ ବିରୋଧ କରାଯାଇଥିବା କହିଛନ୍ତି କଂଗ୍ରେସ ସାଂସଦ ଦୀପେନ୍ଦ୍ର ଏସ ହୁଡା। ରାଜସ୍ଥାନ ସିଏମ ଅଶୋକ ଗେହଲଟ କହିଛନ୍ତି, ସୋନିଆଙ୍କ ପରି  ଜଣେ ବ୍ୟକ୍ତିତ୍ବ, ଯାହାଙ୍କୁ ବର୍ତ୍ତମାନ ୭୦ ବର୍ଷ ହେଲାଣି ତାଙ୍କୁ ତାଙ୍କ ଘରେ ଜେରା ପରିବର୍ତ୍ତେ ଇଡି ଅଫିସକୁ ଡକାଯାଇଛି। ଏହାକୁ ନେଇ ମୁଁ ଇଡି ଓ ସିବିଆଇ ମୁଖ୍ୟଙ୍କୁ ଦେଖା କରିବି ଓ କହିବି ଲୋକେ ଜାତୀୟ ଯାଞ୍ଚ ଏଜେନ୍ସିକୁ ନେଇ କଣ ଚିନ୍ତା କରୁଛନ୍ତି।

  • ଗାଈ ଚରାଳିଙ୍କୁ ମିଳିବ ସରକାରୀ ଚାକିରି

    ନୂଆଦିଲ୍ଲୀ: ଗାଈ ଚରାଳିଙ୍କୁ ମିଳିବ ସରକାରୀ ଚାକିରି। ବେକାର ଯୁବକଙ୍କୁ ମାସିକ ୫ ହଜାର ଟଙ୍କା ଦେଇ ଗୋ ସୁରକ୍ଷା କାମରେ ଲଗାଇବେ ସରକାର । ଗ୍ରାମ ଗୋସୁରକ୍ଷା କମିଟି ଗଠନ କରି ତାର ସଦସ୍ୟମାନଙ୍କୁ ମାସିକ ୫ ହଜାର ଟଙ୍କା ଲେଖାଏଁ ଦରମା ଦେବା ଲାଗି ଉତ୍ତରାଖଣ୍ଡ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରକଳ୍ପ ପ୍ରାୟ ୫୦ ଟି ଗାଁର ବେକାର ଯୁବକଙ୍କୁ ଚାକିରି ଯୋଗାଇ ଦେବ । ଏହି ଉଦ୍ୟୋଗରେ ଆସନ୍ତା ମେ ମାସ ମଧ୍ୟରେ ୧ କୋଟି ଟଙ୍କା ବିନିଯୋଗ ହେବ ।

    ଉତ୍ତରାଖଣ୍ଡର ପଶୁପାଳନ ମନ୍ତ୍ରୀ ସୌରଭ ବହୁଗୁଣାଙ୍କ ଅଧକ୍ଷତାରେ ଉତ୍ତରପ୍ରଦେଶ ପ୍ରାଣୀ କଲ୍ୟାଣ  ବୋର୍ଡର ବୈଠକରେ ନିଷ୍ପତ୍ତି ନିଆଯାଇଛି । ବହୁଗୁଣା କହିଛନ୍ତି ଯେ ବୁଲା ଗୋରୁଙ୍କ ସୁରକ୍ଷା ନିମନ୍ତେ ଥିବା ବାର୍ଷିକ ବଜେଟକୁ ୨.୫ କୋଟି  ରୁ ୧୫ କୋଟି ଟଙ୍କା କୁ ବୃଦ୍ଧି କରାଯିବ। ଗାଁ ଅଣକୁଶଳୀ ଅଶିକ୍ଷତ ବେକାର ଲୋକଙ୍କୁ ଗୋସେବକ ଭାବରେ ନିଯୁକ୍ତି କରାଯିବ, ସେମାନଙ୍କ ସୁରକ୍ଷା ପାଇଁ ମାସିକ ୪ ରୁ ୫ ହଜାର ଟଙ୍କା ଦିଆଯିବ । ଜଣେ ବ୍ୟକ୍ତିଙ୍କୁ ଅତି କମ୍‌ରେ ୪ ରୁ ୫ ଟି ଗୋମାତାଙ୍କ ଦାୟିତ୍ବ ଦିଆଯିବ । ପଶୁପାଳନ ପାଇଁ ଅତି କମ୍‌ରେ ୯ ଶହ ଟଙ୍କା ଦିଆଯିବ ।

    ଏଥିସହ ଗୋରୁମାନଙ୍କ ଟୀକାକରଣ ପାଇଁ ସେମାନଙ୍କୁ ତାଲିମ ଦିଆଯିବ। ଏଥିପାଇଁ ସେମାନଙ୍କୁ ଅତିରିକ୍ତ ୧୨ ହଜାର ଟଙ୍କା ଦିଆଯିବ । ଉତ୍ତରାଖଣ୍ଡ ସରକାରଙ୍କ ଏହି ଯୋଜନା ଦ୍ବାରା ଗୋମାତା ସୁରକ୍ଷିତ ରହିବା ସହ ବେକାର ଯୁବକମାନେ ନିଯୁକ୍ତି ପାଇପାରିବେ।  ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Back to top button