odia

  • ଓଡ଼ିଆ ଝିଅ ଅପରାଜିତାଙ୍କୁ ଗୁରୁ ଦାୟୀତ୍ୱ

    ଜୁଲାଇ ୨୮ ରୁ ଅଗଷ୍ଟ ୧୦ ୨୦୨୨ ପର୍ଯ୍ୟନ୍ତ ଚେନ୍ନାଇର ମହାବଲିପୁରମରେ ଅନୁଷ୍ଟିତ ହେବାକୁ ଯାଉଛି ଏଫଆଇଡିରଚେସ୍ ଅଲମ୍ପିଆଡ ୨୦୨୨ ପାଇଣ ୱାର୍ଲଡ ଚେସ୍ ଫେଡେରେସନ ( ଏଫଆଇଡିଇ ) ଫ୍ଲେୟାର ପ୍ୟାନେଲରେ ଫ୍ଲେୟାର ପ୍ଲେ ଅକ୍ସର୍ପଟ ଭାବରେ ଓଡିଶାର କ୍ୟାଣ୍ଡିଡେଟ ମାଷ୍ଟର ତଥା ଫିଡ୍ ଆର୍ବଟିର ଅପରାଜିତା ଗୋଛିକାର ଙ୍କୁ ମନୋନୀତ କରାଯାଇଛି । ଚେସ୍ ଅଲମ୍ପିଆଡ ହେଉଛି ବିଶ୍ୱ ଚେସ୍ କ୍ୟାଲେଣ୍ଡର ର ସବୁଠାରୁ ବଡ ପ୍ରତିଯୋଗିତା । ଏଠି ୧୧୮ ଟି କାଉଣ୍ଟିଂରେ ଦଳ ଅଂଶଗ୍ରହଣ କରିବେ । ସମଗ୍ର ବିଶ୍ୱରୁ ଅଷ୍ଟାଦଶ ଫେୟାର ବିଶେଷଜ୍ଞଙ୍କୁ ଏଫାଇଡି ଦ୍ବାରା ମନୋନୀତ କରାଯାଇଛି । ଅପରାଜିତ ଫେୟାର ପ୍ଲେ ପ୍ୟାନେଲ ( ଏଫପିପି) ସହିତ ନିଯୁକ୍ତ ଅଷ୍ଟାଦଶ ଫେୟାର ପ୍ଲେ ଏକ୍ସପର୍ଟ ମଧ୍ୟ୍ୟରୁ ଜଣେ ଭାବରେ ମନୋନୀତ ହୋଇଥିଲେ ।

    ୱାର୍ଲଡ ଟେସ୍ ଫେଡେରେସନ ଦ୍ବାରା ଫେୟାର ଅଲମ୍ପିଆଡ୍ ସୁନିଶ୍ଚିତ କରିବାକୁ ୨୯ ବର୍ଷୀୟ ଅପରାଜିତା ଙ୍କ ଉପରେ ଏହା ଏକ ବଡ ଦାୟିତ୍ବ । ଅପରାଜିତା ପ୍ରତିକ୍ରୀୟା ଦେଇଛନ୍ତି ଯେ ଏହା ତାଙ୍କ ପାଇଁ ଏକ ବଡ ଦାୟିତ୍ୱ ତାକୁ ଠିକ୍ ଭାବରେ ନିର୍ବାହ କରିବେ । ସେ କହିଛନ୍ତି ଏତେ ବଡ ଦାୟିତ୍ବ ତାଙ୍କୁ ଦେଇଥିବାରୁ ଅଲ ଇଣ୍ଡିଆ ଚେସ୍ ଫେଡେରେସନ ( ଏଆଇସିଏଫ ) ଅଲ୍ ଓଡିଶା ଚେସ୍ ଆସୋସିଏସନ୍ ( ଏଓସିଏ) ଏବଂ ତାଙ୍କ କମ୍ପାନୀ ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ ନାଲକୋ ଓ ବିଶ୍ୱ ଚେସ୍ ଫେଡେରେସନକୁ ଧନ୍ୟବାଦ ଦେଇଛନ୍ତି । ଏହି ଚ୍ୟାଲେଞ୍ଜ ନେବା ପାଇଁ ସଦା ପ୍ରସ୍ତୁତ ଓଡିଆ ଝିଅ ୱାର୍ଲଡ ଛେସ୍ ଫେଜେରେସନ ସହ କାମ କରିବାର ସୁଯୋଗ ପାଇଥିବାରୁ ଏହା ରାଜ୍ୟ ପାଇଁ ଗର୍ବର ବିଷୟ ।

    • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
Back to top button