opposition demands cji desognateted committee

  • ସଂସଦରେ ଜାରି ରହିଛି ମୁଲତବୀ ଧାରା

    ନୂଆଦିଲ୍ଲୀ: ଶୁକ୍ରବାର ବି ସଂସଦର ଉଭୟ ଗୃହ ମୁଲତବୀ। ଲୋକସଭା ଦିନ ୨ଟା ପର୍ଯ୍ୟନ୍ତ ମୁଲତବୀ ହୋଇଥିବା ବେଳେ ରାଜ୍ୟସଭା ୨ଟା ୩୦ ପର୍ଯ୍ୟନ୍ତ। ଉଭୟ ଗୃହ ଆରମ୍ଭ ହେଉ ହେଉ ମୁଲତବୀ ହୋଇଛି। ଶୁକ୍ରବାର ମଧ୍ୟ ମୁଖ୍ୟ ବିରୋଧୀ କଂଗ୍ରେସ ସହ ଅନ୍ୟ ଦଳମାନେ ଆଦାନୀ ଗ୍ରୁପ ବିରୋଧରେ ହିଣ୍ଡରବର୍ଗ ରିପୋର୍ଟ ଉପରେ ତଦନ୍ତ ପାଇଁ ଦାବି କରିଥିଲେ। ଏହି ତଦନ୍ତ ଏକ ଜଏଣ୍ଟ ପାର୍ଲିଆମେଣ୍ଟାରୀ କମିଟି ବା ସିଜେଆଇଙ୍କ ଦ୍ବାରା ନିଯୁକ୍ତ ଏକ କମିଟି ଦ୍ବାରା କରାଯିବାକୁ ବିରୋଧୀ ଅଡିବସିଥିଲେ।

    ଶୁକ୍ରବାର ଗୃହ ଆରମ୍ଭ ପୂର୍ବରୁ ମୁଖ୍ୟ ବିରୋଧୀ ଦଳର ସାଂସଦମାନେ ସଂସଦର ନେତା ମଲିକାର୍ଜ୍ଜୁନ ଖଡର୍ଗେଙ୍କ ଚାମ୍ବରରେ ଆଜିର ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସେପଟେ ବଜେଟ ଉପସ୍ଥାପନର ତୃତୀୟ ଦିନରେ ଗୃହ ପୂର୍ବରୁ ଅର୍ଥମନ୍ତ୍ରୀ ସମସ୍ତ ବିଜେପି ସାଂସଦଙ୍କୁ ବଜେଟ ସମ୍ପର୍କରେ ସୂଚନା ଦେଇଥିଲେ।

    ତେବେ ଗୁରୁବାର ଦିନ ସଂସଦର ଦୁଇ ଗୃହରେ ସମସ୍ତ ବିରୋଧୀ ଦଳ ମିଳିତଭାବେ ହିଣ୍ଡରବର୍ଗ ରିସର୍ଚ୍ଚ ରିପୋର୍ଟ ଉପରେ ସଂସଦରେ ଆଲୋଚନା କରିବାକୁ କେନ୍ଦ୍ର ସରକାରକୁ ଆହ୍ବାନ ଦେଇଥିଲେ। କାରଣ ଆମେରିକାର ଏହି ସଂସ୍ଥା ଦ୍ବାରା ଆସିଥିବା ରିପୋର୍ଟ ପରେ ଆଦାନୀର ସେୟାର ହ୍ରାସ ପାଇବା ସହ ଅନ୍ୟାନ୍ୟ ସେୟାର ଉପରେ ମଧ୍ୟ ପ୍ରଭାବ ପକାଇଛି। ଏହାରି ମଧ୍ୟରେ ଆଦାନୀ ବିଶ୍ବର ଧନୀ  ତାଲିକାରେ ତୃତୀୟ ସ୍ଥାନରୁ ଖସିଯାଇଛନ୍ତି ୧୦ମ ସ୍ଥାନକୁ। ଏହି ସଂସ୍ଥା ଏକ ଠକ ସଂସ୍ଥା ବୋଲି ମଧ୍ୟ ରିସର୍ଚ୍ଚକାରୀ ସଂସ୍ଥା ଦ୍ବାରା ଅଭିଯୋଗ ଅଣାଯାଇଛି। ଯାହା ବିଶ୍ବରେ ଭାରତ ପ୍ରତି ଥିବା ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣିବ ଓ ଦେଶର ଅର୍ଥନୀତି ଉପରେ କୁପ୍ରଭାବ ପକାଇବ ବୋଲି ବିରୋଧୀ କହୁଛନ୍ତି।

Back to top button