PILOT

  • ଆଉ ଉଡିବନି ମିଗ୍ ୨୧ ଯୁଦ୍ଧ ବିମାନ

    ଆଗକୁ ଆଉ ଉଡିବନି ମିଗ୍ ୨୧ ଯୁଦ୍ଧ ବିମାନ । ୨୦୨୫ ସୁଦ୍ଧା ବନ୍ଦ ହେବ ଭାରତୀୟ ବାୟୁସେନାରେ କାର୍ଯ୍ୟକ୍ରମ ଥିବା ସମସ୍ତ ୪ ଟି ମିଗ୍ ୨୧ ସ୍କ୍ବାର୍ଡନ । ମିଗ୍ ୨୧ ବଦଳରେ ଅନ୍ୟ ଲଢୁଆ ବିମାନ ମୁତୟନ କରାଯିବ । ଆସନ୍ତା ସେପ୍ଟେମ୍ଭରରେ ଗୋଟିଏ ସ୍କ୍ବାର୍ଡନ ବନ୍ଦ କରିବାକୁ ଥିବା ବେଳେ ଅବିଶିଷ୍ଠ ୩ ଟି ସ୍କ୍ବାର୍ଡନକୁ ଆସନ୍ତା ୩ ବର୍ଷରେ ବନ୍ଦ କରାଯିବ । ଶ୍ରୀନଗରରେ ଅବସ୍ଥାପିତ ୫୧ ନମ୍ଭର ସ୍କ୍ବାର୍ଡନକୁ ବନ୍ଦ କରାଯିବ । ଏହି ସ୍କବାର୍ଡନ ସୋର୍ଡ ଆର୍ମସ ନାରେ ପରିଚିତ । ୨୦୧୯ ଫେବୁଆରୀ ୨୭ ତାରିଖରେ ଏଲଓସି ରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବାର୍ତ୍ତମାନ , ପାକିସ୍ତାନ ର ଏଫ ୧୬ ବିମାନକୁ ଖସାଇ ଦେଇଥିଲେ । ଅଭିନନ୍ଦନ ସେହି ସମୟରେ ୫୧ ନମ୍ଭର ସ୍କ୍ବାର୍ଡନରେ କାମ କରୁଥିଲେ ।

    ସୋଭିଏତ ରୁଷରୁ ଆସିଥିବା ଏହି ମିଗ୍ ୨୧ ବିମାନ ଭାରତୀୟ ବାୟୁସେନାରେ ଦୀର୍ଘ ବର୍ଷ ହେଲା ସେବା ଯୋଗାଇ ଆସୁଛି । କିନ୍ତୁ ୬ ଦଶନ୍ଧୀରେ ୪ ଶହରୁ ଅଧିକ ଥର ଦୁର୍ଘଟଣା ଗ୍ରସ୍ତ ହୋଇଛି ମିଗ୍ ୨୧ ବିମାନ । ଏହି ଦୁର୍ଘଟଣା ୨ ଶହ ପାଇଲଟଙ୍କ ଜୀବନ ନେଇଛି । ବାୟୁସେନା ୧୯୬୩ ରେ ପ୍ରଥମ ସିଙ୍ଗଂଲ ଇଂଜିନ ମିଗ୍ ୨୧ ଲଢୁଆ ବିମାନ ପାଇଥିଲା । ତେବେ ମିଗ୍ ୨୧ ପରିବର୍ତ୍ତେ ବାୟୁସେନା ତେଜସର ବିଭିନ୍ନ ଭାରିଆଣ୍ଟ ସାମିଲ କରିବାର ଯୋଜନା ରଖିଛି ।

    • ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ
  • ଭାରତୀୟ ବାୟୁସେନାରେ ଏକାଠି ବାପା-ଝିଅ

    ଭାରତୀୟ ବାୟୁସେନାରେ ଏକାଠି ନଜର ଆସିଛନ୍ତି ବାପା-ଝିଅ। ଯୁଦ୍ଧ ବିମାନ ଉଡାଇ ଇତିହାସ ସୃଷ୍ଟି କରିଛନ୍ତି ଏୟାର କମାଣ୍ଡର ସଞ୍ଜୟ ଶର୍ମା ଓ ତାଙ୍କ ଝିଅ ଅନନ୍ୟା ଶର୍ମା। ଦେଶରେ ପ୍ରଥମ ବାପ-ଝିଅ ଯିଏ ଏକାଠି ଯୁଦ୍ଧ ବିମାନ ଉଡାଇ ଇତିହାସ ରଚିଛନ୍ତି।   

    ବାପା ଝିଅଙ୍କ କୃତିତ୍ୱ। ବାୟୁସେନାରେ ବାପା ଝିଅଙ୍କ ବୀରତ୍ବ ଦେଖୁଛନ୍ତି ଦେଶବାସୀ। ଫ୍ଲାଇଙ୍ଗ ଅଫିସର ଅନନ୍ୟା ଶର୍ମା ଓ ଏୟାର କମାଣ୍ଡର ସଞ୍ଜୟ ଶର୍ମା। ଉଭୟ ବାୟୁସେନାରେ କାର୍ଯ୍ୟରତ। ୨୦୨୧ ମସିହାରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ ଅନନ୍ୟା। ତାଙ୍କ ପିତା ଏୟାର କମାଣ୍ଡର ସଞ୍ଜୟ ଶର୍ମା ୧୯୮୯ ମସିହାରେ ଭାରତୀୟ ବାୟୁସେନାରେ ନିଯୁକ୍ତ ହୋଇଥିଲେ। ଭାରତୀୟ ବାୟୁସେନାରେ ଆଜି ପର୍ଯ୍ୟନ୍ତ ଯାହା ଦେଖା ଯାଇ ନ ଥିଲା ତାହା କରି ଇତିହାସ ରଚିଛନ୍ତି ଏହି ବାପା-ଝିଅ । ଉଭୟ ସାଙ୍ଗହୋଇ ଯୁଦ୍ଧ ବିମାନ ଉଡାଇ ଆସିଛନ୍ତି ଚର୍ଚ୍ଚାକୁ। କର୍ଣ୍ଣାଟକ ବିଦରରେ ଏକ ଯୁଦ୍ଧ ବିମାନ ହକ-୧୩୨ ଉଡାଇ ଇତିହାସ ସୃଷ୍ଟି କରିଛନ୍ତି  ସଞ୍ଜୟ ଏବଂ ତାଙ୍କ ଝିଅ ଅନନ୍ୟା। ତେବେ ସଞ୍ଜୟଙ୍କର ଯୁଦ୍ଧ କ୍ଷେତ୍ରରେ କାର୍ଯ୍ୟ କରିବାର ବହୁ  ଅଭିଜ୍ଞତା ଥିବା ବେଳେ ସେ ମିଗ- ୨୧ ସ୍କ୍ବାଡ୍ରନ  ଏବଂ ଫ୍ରଣ୍ଟଲାଇନ ଫାଇଟର ହିସାବରେ କାମ କରିବାରେ ଦକ୍ଷତା ହାସଲ କରିଛନ୍ତି। 

    ଛୋଟବେଳୁ ଅନନ୍ୟା ତାଙ୍କ ବାପାଙ୍କୁ ଭାରତୀୟ ବାୟୁସେନାରେ ଯୁଦ୍ଧ ବିମାନ ପାଇଲଟ ଭାବେ କାମ କରୁଥିବା ଦେଖୁଥିଲେ। ବାପାଙ୍କ ବୀରତ୍ବ ଓ ଦେଶ ମାତୃକା ପ୍ରତି ପ୍ରେମଭାବରେ ଅନୁପ୍ରାଣିତ ହୋଇ ସେ ମଧ୍ୟ ଭାରତୀୟ ବାୟୁସେନାରେ କାମ କରିବାକୁ ଆଗ୍ରହ ଦେଖାଦେଇଥିଲେ । ୨୦୧୬ରେ ଭାରତୀୟ ବାୟୁସେନାରେ ମହିଳା ପାଇଲଟଙ୍କୁ ସାମିଲ ପାଇଁ ନିଷ୍ପତ୍ତି ନିଆଯିବା ପରେ ନିଜ ଦୀର୍ଘଦିନର ସ୍ୱପ୍ନ ପୂରଣ ପାଇଁ ମନ ବଳାଇଥିଲେ ଅନନ୍ୟା।  ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେସନରୁ ବିଟେକ ଶେଷ କରିବା ପରେ ଅନନ୍ୟା ଆଇଏଏଫର ଫ୍ଲାଇଙ୍ଗ ଶାଖାରେ ତାଲିମ ପାଇଁ ଚୟନ ହୋଇଥିଲେ। ଡିସେମ୍ୱର ୨୦୨୧ରେ ଅନନ୍ୟା ଯୁଦ୍ଧ ବିମାନ ପାଇଲଟ ଭାବରେ ଯୋଗ ଦେଇଥିଲେ। ଏହା ପରେ ମେ ୩୦ ୨୦୨୨ରେ ଯୁଦ୍ଧ ବିମାନ ଉଡାଇବାକୁ ଉଭୟ ବାପା ଝିଅଙ୍କୁ ମିଳିଥିଲା ସୁଯୋଗ, ଯାହା ପୂର୍ବରୁ କେବେ ଘଟି ନ ଥିଲା।

    • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ
  • ତାଲିମବିହୀନ ପାଇଲଟ୍ ଦ୍ଵାରା ବିମାନ ଅବତରଣ…୧୦ ଲକ୍ଷ ଟଙ୍କା ଜରିମାନା

    ଯାତ୍ରୀଙ୍କ ଜୀବନ ସହିତ ଖେଳୁଛନ୍ତି ଏୟାରଲାଇନ୍ସ l ତାଲିମବିହୀନ ପାଇଲଟ୍ ଦ୍ଵାରା ବିମାନ ଅବତରଣ ପାଇଁ ଡିଜିସିଏ ଭିଷ୍ଟାରା ଏୟାରଲାଇନ୍ସ କୁ ୧୦ ଲକ୍ଷ ଟଙ୍କା ଜରିମାନା କରିଛି l ବିମାନର ପ୍ରଥମ ଅଧିକାରୀ ଥିବା ଭିଷ୍ଟାରା ପାଇଲଟ୍ ପ୍ରଥମେ ସିମୁଲେଟରରେ ଆବଶ୍ୟକ ତାଲିମ ନପାଇ ବିମାନକୁ ଇନ୍ଦୋର ବିମାନ ବନ୍ଦରରେ ଅବତରଣ କରିଥିଲେ। ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ଇନ୍ଦୋର ବିମାନବନ୍ଦରରେ ଯାତ୍ରୀମାନଙ୍କ ସହିତ ଏକ ଅନୁପଯୁକ୍ତ ତାଲିମପ୍ରାପ୍ତ ପାଇଲଟଙ୍କୁ ବିମାନ ଅବତରଣ କରିବାକୁ ଦେଇଥିବାରୁ ଭିଷ୍ଟାରା ଉପରେ ୧୦ ଲକ୍ଷ ଟଙ୍କା ଜରିମାନା କରିଛି l

Back to top button