ପ୍ରତିରକ୍ଷା

ଆଉ ଉଡିବନି ମିଗ୍ ୨୧ ଯୁଦ୍ଧ ବିମାନ

ଆଗକୁ ଆଉ ଉଡିବନି ମିଗ୍ ୨୧ ଯୁଦ୍ଧ ବିମାନ । ୨୦୨୫ ସୁଦ୍ଧା ବନ୍ଦ ହେବ ଭାରତୀୟ ବାୟୁସେନାରେ କାର୍ଯ୍ୟକ୍ରମ ଥିବା ସମସ୍ତ ୪ ଟି ମିଗ୍ ୨୧ ସ୍କ୍ବାର୍ଡନ । ମିଗ୍ ୨୧ ବଦଳରେ ଅନ୍ୟ ଲଢୁଆ ବିମାନ ମୁତୟନ କରାଯିବ । ଆସନ୍ତା ସେପ୍ଟେମ୍ଭରରେ ଗୋଟିଏ ସ୍କ୍ବାର୍ଡନ ବନ୍ଦ କରିବାକୁ ଥିବା ବେଳେ ଅବିଶିଷ୍ଠ ୩ ଟି ସ୍କ୍ବାର୍ଡନକୁ ଆସନ୍ତା ୩ ବର୍ଷରେ ବନ୍ଦ କରାଯିବ । ଶ୍ରୀନଗରରେ ଅବସ୍ଥାପିତ ୫୧ ନମ୍ଭର ସ୍କ୍ବାର୍ଡନକୁ ବନ୍ଦ କରାଯିବ । ଏହି ସ୍କବାର୍ଡନ ସୋର୍ଡ ଆର୍ମସ ନାରେ ପରିଚିତ । ୨୦୧୯ ଫେବୁଆରୀ ୨୭ ତାରିଖରେ ଏଲଓସି ରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବାର୍ତ୍ତମାନ , ପାକିସ୍ତାନ ର ଏଫ ୧୬ ବିମାନକୁ ଖସାଇ ଦେଇଥିଲେ । ଅଭିନନ୍ଦନ ସେହି ସମୟରେ ୫୧ ନମ୍ଭର ସ୍କ୍ବାର୍ଡନରେ କାମ କରୁଥିଲେ ।

ସୋଭିଏତ ରୁଷରୁ ଆସିଥିବା ଏହି ମିଗ୍ ୨୧ ବିମାନ ଭାରତୀୟ ବାୟୁସେନାରେ ଦୀର୍ଘ ବର୍ଷ ହେଲା ସେବା ଯୋଗାଇ ଆସୁଛି । କିନ୍ତୁ ୬ ଦଶନ୍ଧୀରେ ୪ ଶହରୁ ଅଧିକ ଥର ଦୁର୍ଘଟଣା ଗ୍ରସ୍ତ ହୋଇଛି ମିଗ୍ ୨୧ ବିମାନ । ଏହି ଦୁର୍ଘଟଣା ୨ ଶହ ପାଇଲଟଙ୍କ ଜୀବନ ନେଇଛି । ବାୟୁସେନା ୧୯୬୩ ରେ ପ୍ରଥମ ସିଙ୍ଗଂଲ ଇଂଜିନ ମିଗ୍ ୨୧ ଲଢୁଆ ବିମାନ ପାଇଥିଲା । ତେବେ ମିଗ୍ ୨୧ ପରିବର୍ତ୍ତେ ବାୟୁସେନା ତେଜସର ବିଭିନ୍ନ ଭାରିଆଣ୍ଟ ସାମିଲ କରିବାର ଯୋଜନା ରଖିଛି ।

  • ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button