pradip purohit

  • ଆଗୁଆ ପ୍ରାର୍ଥୀ ଛାଡ଼ିଛି ବିଜେପି

    () ଧାମନଗର ଭଳି ପଦ୍ମପୁରରେ ଆଗୁଆ ପ୍ରାର୍ଥୀ ଛାଡ଼ିଛି ବିଜେପି। ବିଧିବଦ୍ଧ ଘୋଷଣାବି ସରିଛି । କଂଗ୍ରେସ ୧୯ର ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ରିପିଟ୍ କରିବାର ସମ୍ଭାବନା ବଢ଼ିଛି। ଆଉ ବିଜେଡି ପ୍ରାର୍ଥୀଚୟନର ଅଙ୍କରେ ଘାରି ହେଉଛି। ଧାମନଗର ହାରିବା ପରେ ବେଶ୍ ମାପିଚୁପି ରଣନୀତି କରିବା ଅପେକ୍ଷାରେ ଶାସକ ଦଳ।

     ଯାହା ଆକଳନ କରାଯାଉଥିଲା, ସେୟା ହେଲା। ବିଜେପି ପଦ୍ମପୁରରେ ପ୍ରଦୀପଙ୍କୁ ରିପିଟ୍ କରିଛି। ପୂର୍ବତନ ବିଧାୟକ ପ୍ରଦୀପ କମ୍ ଭୋଟରେ ହାରିଥିଲେ ୨୦୧୯ରେ। ଆଉ ଗ୍ରାଉଣ୍ଡରେ ପ୍ରଦୀପଙ୍କ ନିରନ୍ତର ଜନସମ୍ପର୍କ ଓ ପକେଟ୍ ଭୋଟବ୍ୟାଙ୍କକୁ ଦେଖି ଦଳ ତାଙ୍କୁ ଆଉ ଥରେ ମୈଦାନକୁ ଓହ୍ଲାଇବ। ପଦ୍ମପୁରରେ ଚାଷୀ ଭୋଟ ବଡ଼ ଫ୍ୟାକ୍ଟର ସାଜିଥିବାରୁ ଚାଷୀ ଭୋଟ ବିଜେପିକୁ ଯିବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ପ୍ରଦୀପ। ପ୍ରଦୀପଙ୍କ ପ୍ରାର୍ଥୀତ୍ୱକୁ ଦଳୀୟ ମୋହର ବାଜିବା ଆଗରୁ ପ୍ରଦୀପ ହିଁ ପଦ୍ମପୁରର ବିଜେପି ପ୍ରାର୍ଥୀ ବୋଲି ବିଧାୟିକା କୁସୁମ ଟେଟେ ଆଗୁଆ ସଙ୍କେତ ଦେଇସାରିଥିଲେ। ଏପରିକି ୧୪ରେ ନାମାଙ୍କନ ଭରିବେ ପ୍ରଦୀପ।

    ସେପଟେ ଧାମନଗରରେ ଦଳର ପରାଜୟ ପଛରେ ନିର୍ବାଚନ ପରିଚାଳନାରେ ତୃଟିକୁ ସ୍ୱୀକାର କରିଛି ବିଜେଡି। ଏହା ସହ ପ୍ରାର୍ଥୀ ଚୟନ ନିଷ୍ପତ୍ତି ସୁପ୍ରିମୋ ନେବେ ବୋଲି କହିଛନ୍ତି ଦଳୀୟ ନେତା। କାରଣ ପଦ୍ମପୁରରେ ବରିହାଙ୍କ ପରିବାରରେ ଟିକଟକୁ ନେଇ ଅନେକ ଆଶାୟୀ ମୁଣ୍ଡ ଟେକିଛନ୍ତି। ବରିହାଙ୍କ ପତ୍ନୀ, ପୁତୁରା ବୋହୂ ଆଶାୟୀ ଥିଲା ବେଳେ ପରିବାର ବାହାରୁ ନା ଭିତରୁ କାହାକୁ ଟିକଟ ଦେବ ଦଳ, ତାକୁ ନେଇ ସସପେନ୍ସ ଲାଗି ରହିଛି। କିନ୍ତୁ ପଦ୍ମପୁରରେ ଜିତିବ ବୋଲି ଦୃଢ଼ତା ଦେଖାଇଛି ବିଜେଡି।

    ଆଉ ପିସିସି ସଭାପତି ଟିକଟ ଚୟନ ଲାଗି ପଦ୍ମପୁର ପଠାଇଥିବା ପର୍ଯ୍ୟବେକ୍ଷକ ଟିମ ରିପୋର୍ଟକୁ ଅପେକ୍ଷା କରିଥିଲା ବେଳେ ସୁର, ବାହିନୀପତିଙ୍କ ଭଳି ଅନେକ ତୁଙ୍ଗ ନେତା ୧୯ର ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ରିପିଟ୍ କରିବା ସପକ୍ଷରେ ଖୋଲାମତ ଦେଲେଣି।

    ବିଜେଡି ହାତରେ ଥିଲା ପଦ୍ମପୁର ଆସନ। ବରିହାଙ୍କ ପରଲୋକ ପରେ ତାଙ୍କ ପରିବାର ଭିତରେ ଟିକଟକୁ ନେଇ ବଢ଼ିଲାଣି ବିବାଦ। ଏଭଳିସ୍ଥଳେ ଧାମନଗର ପରାଜୟର ପ୍ରତିଶୋଧ କେମିତି ବିଜେଡି ନେବ, ତାହା ବଡ଼ ଟାସ୍କ। ଆଉ ବିଜେପି ଧାମନଗର ବିଜୟର ଇଫେକ୍ଟ ପଦ୍ମପୁରରେ ପକାଇବା ଅପେକ୍ଷାରେ ଥିଲା ବେଳେ କଂଗ୍ରେସ ପରିବର୍ତ୍ତନର ଆଶା ରଖିଛି।

    ନବକିଶୋର ସାହୁଙ୍କ ରିପୋର୍ଟ

Back to top button